Image Courtesy of Zee News
ନୂଆଦିଲ୍ଲୀ: ବାରାଣସୀ ଲୋକସଭା ଆସନର ସମାଜବାଦୀ ପାର୍ଟିର ପ୍ରତିଦ୍ୱନ୍ଦ୍ୱୀ ତେଜ୍ ବାହାଦୁରଙ୍କ ପ୍ରାର୍ଥୀପତ୍ର ନାକଚ ହେବାର କାରଣ ମେ ୯ ତାରିଖ ସୁଦ୍ଧା ଜଣାଇବାକୁ ବୁଧବାର ଦିନ ସୁପ୍ରିମ୍ କୋର୍ଟ ନିର୍ବାଚନ କମିସନ୍ଙ୍କୁ କହିଛନ୍ତି।
ବାରାଣସୀ ଲୋକସଭା ଆସନରୁ ୨୦୧୯ ନିର୍ବାଚନ ଲଢ଼ିବାକୁ ପ୍ରାର୍ଥୀପତ୍ର ଦାଖଲ କରିଥିବା ପୂର୍ବତନ ବିଏସ୍ଏଫ୍ କନେଷ୍ଟବଳ ଯାଦବଙ୍କ ପ୍ରାର୍ଥୀପତ୍ର ନିର୍ବାଚନ କମିସନ୍ଙ୍କ ଦ୍ୱାରା ନାକଚ ହୋଇଯିବାରୁ ସେ ସୁପ୍ରିମ୍ କୋର୍ଟରେ ଆବେଦନ କରିଥିଲେ। ବାରାଣସୀ ଆସନରୁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।
ଆବେଦନ ପତ୍ରରେ ତାଳମେଳ ନ ଥିବାରୁ ବୁଧବାର ଦିନ ଯାଦବଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଯାଇଥିଲା। ବାରାଣସୀରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଜୟ ସୁଗମ କରାଇବାକୁ ତାଙ୍କୁ ଜାଣିଶୁଣି ନିର୍ବାଚନରୁ ବାହାର କରି ଦିଆଯାଇଛି ବୋଲି ସେ ପିଟିସନ୍ରେ ଉଲ୍ଲେଖ କରିଛନ୍ତି।
ସେ କହିଥିଲେ: ଅନ୍ୟାୟ ଭାବେ ମୋ ପ୍ରାର୍ଥୀପତ୍ର ନାକଚ କରାଯାଇଛି। ମଙ୍ଗଳବାର ୬: ୧୫ ସୁଦ୍ଧା ପ୍ରମାଣ ଦାଖଲ କରିବାକୁ ମତେ କୁହାଯାଇଥିଲା। ଆମେ ପ୍ରମାଣ ଦାଖଲ କଲୁ, ତଥାପି ମୋ ପ୍ରାର୍ଥୀପତ୍ର ଖାରଜ ହେଲା। ମୁଁ ସୁପ୍ରିମ୍ କୋର୍ଟ ଯିବି।
Follow Us