ରାସ୍ତା କଡ଼ରେ ଓଲଟିଲା ସ୍କୁଲ୍‌ ଭ୍ୟାନ୍‌; ୮ ଶିଶୁ ଆହତ

ସୁନ୍ଦରଗଡ଼ ଜିଲ୍ଲା ଧରୁଆଡିହି ଥାନା ଅନ୍ତର୍ଗତ ସଲଙ୍ଗା ବୁଡ଼ ଦେମୂଲ୍‌ ନିକଟରେ ଆଜି ଏକ ସ୍କୁଲ୍‌ ଭ୍ୟାନ୍‌ ଓଲଟିଯିବା ଫଳରେ ୮ ଜଣ ଶିଶୁ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଘଟଣା ପରେ ସେମାନଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

xcf

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଧରୁଆଡିହି ଥାନା ଅନ୍ତର୍ଗତ ସଲଙ୍ଗା ବୁଡ଼ ଦେମୂଲ୍‌ ନିକଟରେ ଆଜି ଏକ ସ୍କୁଲ୍‌ ଭ୍ୟାନ୍‌ ଓଲଟିଯିବା ଫଳରେ ୮ ଜଣ ଶିଶୁ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଘଟଣା ପରେ ସେମାନଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

ଦେଓଡାପଡ଼ା ଅଞ୍ଚଳରେ ଅବସ୍ଥିତ ସେଣ୍ଟ୍‌ ଫ୍ରାନ୍ସିସ୍‌ ସ୍କୁଲ୍‌‌ର ୧୫ ଜଣ ଛାତ୍ରଛାତ୍ରୀଙ୍କୁ ଘରକୁ ଛାଡ଼ିବା ପାଇଁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ସାମ୍ନା ପଟୁ ଆସୁଥିବା ଗତିଶୀଳ ବାଇକ୍‌କୁ ବଞ୍ଚାଇବାକୁ ଯାଇ, ଭାରସାମ୍ୟ ହରାଇ ଭ୍ୟାନ୍‌ ଟି ଓଲଟିଥିବା ଅନୁମାନ କରାଯାଇଛି। ଘଟଣା ସମୟରେ ଭ୍ୟାନ୍‌ ରେ ଥିବା ୮ ଜଣ ଶିଶୁ ଆହତ ହୋଇଥିଲେ। ଏହି ଦୁର୍ଘଟଣା ହେବା ପରେ ଭ୍ୟାନ୍‌ ଚାଳକ ଆହତ ଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ସ୍କୁଲ୍‌ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ। ଏପରେ ଆହତ ଛାତ୍ରଛାତ୍ରୀଙ୍କୁ ଆମ୍ବୁଲାନ୍‌ସ ଯୋଗେ ଡାକ୍ତରଖାନାକୁ ପଠାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଦେଓଡାପଡ଼ା ଅଞ୍ଚଳରେ ଅବସ୍ଥିତ ସେଣ୍ଟ୍‌ ଫ୍ରାନ୍ସିସ୍‌ ସ୍କୁଲ୍‌‌ର ୧୫ ଜଣ ଛାତ୍ରଛାତ୍ରୀଙ୍କୁ ଘରକୁ ଛାଡ଼ିବା ପାଇଁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ସାମ୍ନା ପଟୁ ଆସୁଥିବା ଗତିଶୀଳ ବାଇକ୍‌କୁ ବଞ୍ଚାଇବାକୁ ଯାଇ, ଭାରସାମ୍ୟ ହରାଇ ଭ୍ୟାନ୍‌ ଟି ଓଲଟିଥିବା ଅନୁମାନ କରାଯାଇଛି। ଘଟଣା ସମୟରେ ଭ୍ୟାନ୍‌ ରେ ଥିବା ୮ ଜଣ ଶିଶୁ ଆହତ ହୋଇଥିଲେ। ଏହି ଦୁର୍ଘଟଣା ହେବା ପରେ ଭ୍ୟାନ୍‌ ଚାଳକ ଆହତ ଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ସ୍କୁଲ୍‌ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ। ଏପରେ ଆହତ ଛାତ୍ରଛାତ୍ରୀଙ୍କୁ ଆମ୍ବୁଲାନ୍‌ସ ଯୋଗେ ଡାକ୍ତରଖାନାକୁ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe