ସରଣ୍ଡା ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ଜାରି: ମାଓ ଦମନ ପାଇଁ ପ୍ରସ୍ତୁତ ସୁରକ୍ଷାବାହିନୀ

Advertisment

ସରଣ୍ଡା ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ମାଓ ଦମନ ପାଇଁ ପ୍ରସ୍ତୁତ ଅଛନ୍ତି ସୁରକ୍ଷାବାହିନୀ ଟିମ୍। ଅନ୍ୟପଟେ ବିସ୍ଫୋରକ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ, ନିକିତା ଅଗ୍ରୱାଲ, ଖଣି ମାଲିକ ନିରଜ ପାଣ୍ଡେ ଓ ଚାଳକମାନଙ୍କୁ ଲଗାତାର ଜେରା ଚଳାଇଛନ୍ତି ଏସଆଇଟି।

Updated On

ସରଣ୍ଡା ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ମାଓ ଦମନ ପାଇଁ ପ୍ରସ୍ତୁତ ଅଛନ୍ତି ସୁରକ୍ଷାବାହିନୀ ଟିମ୍। ଅନ୍ୟପଟେ ବିସ୍ଫୋରକ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ, ନିକିତା ଅଗ୍ରୱାଲ, ଖଣି ମାଲିକ ନିରଜ ପାଣ୍ଡେ ଓ ଚାଳକମାନଙ୍କୁ ଲଗାତାର ଜେରା ଚଳାଇଛନ୍ତି ଏସଆଇଟି।

ଅଦ୍ୟତନ ହୋଇଛି
nm

କୋଇଡା: ସରଣ୍ଡା ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ମାଓ ଦମନ ପାଇଁ ପ୍ରସ୍ତୁତ ଅଛନ୍ତି ସୁରକ୍ଷାବାହିନୀ ଟିମ୍। କୋଇଡା ବ୍ଲକ୍ କେବଲାଙ୍ଗ ଥାନା ବାଙ୍କୋ ପଥର ଖଣିରୁ ଗତ ୨୭ ତାରିଖ ସକାଳ ୯ ଘଟିକା ସମୟରେ ୨୦୦ ବାରୁଦ ପେଟି ଭ୍ୟାନ ମାଓବାଦୀମାନେ ଲୁଟି ନେଇଥିବା ଘଟଣା ଚାଳକ ଦେଓନାଥ ଟପ୍ପୋଙ୍କ ଦେଇଥିବା ଏତଲାକ୍ରମେ ମାମଲା ସାମ୍ନାକୁ ଆସିଥିଲା । ଏତେ ପରିମାଣର ବିସ୍ଫୋରକ ସାମଗ୍ରୀ ମାଓବାଦୀଙ୍କ ପାଖରେ ଥିବା ଘଟଣା ସମଗ୍ର ଦେଶ ପାଇଁ ସୁରକ୍ଷା ଉପରେ ବଡ଼ ଆଶଂକା ଘନୀଭୂତ ହୋଇଥିଲା । ଲୁଟ୍ ଘଟଣା ପାଇଁ ଓଡ଼ିଶା, ଝାଡଖଣ୍ଡ, ଛତ୍ତିଶଗଡ ସମେତ ସାରା ଦେଶରେ ହାଇଆଲର୍ଟ ପରିସ୍ଥିତି ।

 ଘଟଣାର ତଦନ୍ତ ଭାର ଏସଆଇଟି ସମେତ ଦେଶର ଶ୍ରେଷ୍ଠ ତଦନ୍ତକାରୀ ସଂସ୍ଥା ଏନଆଇଏ ସମାନ୍ତର ଭାବେ କଲା ।୨୦୯ କୋବରା ବାଟାଲିୟନ, ସିଆର୍‌ପିଏଫ୍‌, ଡିଭିଏଫ୍ ଫୋର୍ସ ,ଝାଡଖଣ୍ଡ ଜାଗୁଆର ଓ ଏସଓଜି ଟିମ୍ ଲଗାତାର ଭାବେ ସର୍ଚ୍ଚ ଅପରେସନ୍ ଜାରି ରଖିଥିଲେ । ରାଉରକେଲା ଏସପି ନିତେଶ ୱାଧୱାନୀ ନିଜେ ମଧ୍ଯ ଅପରେସନ୍ ରେ ସାମିଲ ହୋଇଥିଲେ । ବିସ୍ଫୋରକ ଲୁଟ୍ ଘଟଣା ରେ ୩୮୦୦ କେଜି ବିସ୍ଫୋରକ ଜବତ ନେଇ ଖୋଦ୍ ଡିଜିପି ସାମ୍ବାଦିକ ସମ୍ମିଳନୀ କରି ସମସ୍ତ ତଥ୍ୟ ଆଧିକାରୀକ ଭାବେ ସୁଚନା ପ୍ରଦାନ କଲେ । ଝାଡଖଣ୍ଡ ଓଡ଼ିଶା ସୀମାରୁ ୭ କିଲୋମିଟର ଝାଡ଼ଖଣ୍ଡ ଜରେଇକେଲା ତିରିଲପୋସି ସରଣ୍ଡା ଜଙ୍ଗଲ ଅଞ୍ଚଳରେ ବାଡିକୁଦର, ଟୟୋ,ଜାମଡା ମଧ୍ୟରେ ବର୍ତ୍ତମାନ ମଧ୍ୟ ଲୁଟ୍ ବିସ୍ଫୋରକ ସୁରକ୍ଷାବାହିନୀ ଟିମ୍ ଠାବ କରୁଛନ୍ତି ।

ଅନ୍ୟପଟେ ବିସ୍ଫୋରକ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ, ନିକିତା ଅଗ୍ରୱାଲ, ଖଣି ମାଲିକ ନିରଜ ପାଣ୍ଡେ ଓ ଚାଳକମାନଙ୍କୁ ଲଗାତାର ଜେରା ଚଳାଇଛନ୍ତି ଏସଆଇଟି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe