ପରଲୋକରେ ପିପିଲି ବାର୍ ଆସୋସିଏସନ୍‌ର ପୂର୍ବତନ ସଭାପତି ସୁରେନ୍ଦ୍ର ନାଥ ପରିଡ଼ା

Advertisment

ପିପିଲି ବାର୍ ଆସୋସିଏସନ୍ ର ପୂର୍ବତନ ସଭାପତି ତଥା ପିପିଲି କୋର୍ଟର ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ର ନାଥ ପରିଡ଼ା ଆଉ ନାହାନ୍ତି। ଆଜି ସକାଳ ପ୍ରାୟ ୧୦ଟା ସମୟରେ ସେ ଇହଲୀଳା ସମ୍ବରଣ କରିଛନ୍ତି।

ପିପିଲି ବାର୍ ଆସୋସିଏସନ୍ ର ପୂର୍ବତନ ସଭାପତି ତଥା ପିପିଲି କୋର୍ଟର ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ର ନାଥ ପରିଡ଼ା ଆଉ ନାହାନ୍ତି। ଆଜି ସକାଳ ପ୍ରାୟ ୧୦ଟା ସମୟରେ ସେ ଇହଲୀଳା ସମ୍ବରଣ କରିଛନ୍ତି।

rt

ପିପିଲି: ପିପିଲି ବାର୍ ଆସୋସିଏସନ୍ ର ପୂର୍ବତନ ସଭାପତି ତଥା ପିପିଲି କୋର୍ଟର ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ର ନାଥ ପରିଡ଼ା ଆଉ ନାହାନ୍ତି। ଆଜି ସକାଳ ପ୍ରାୟ ୧୦ଟା ସମୟରେ ସେ ଇହଲୀଳା ସମ୍ବରଣ କରିଛନ୍ତି। ଉତ୍ତରା ନିକଟ ଭଉଳ ଗ୍ରାମରେ ସେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପୁତ୍ର, ପୁତ୍ରବଧୂ, ଦୁଇ କନ୍ୟା ଓ ଜାମାତା ଉପସ୍ଥିତ ଥିଲେ। କର୍କଟ ସମେତ ବହୁବିଧ ରୋଗରେ ପୀଡ଼ିତ ହୋଇ ସେ ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିଲେ। ଗତବର୍ଷ ତାଙ୍କର ପତ୍ନୀ ବିୟୋଗ ଘଟିଥିଲା।

ଉତ୍ତରା ନିକଟ ଭଉଳ ଗ୍ରାମରେ ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ର ନାଥ ପରିଡ଼ା ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପୁତ୍ର, ପୁତ୍ରବଧୂ, ଦୁଇ କନ୍ୟା ଓ ଜାମାତା ଉପସ୍ଥିତ ଥିଲେ। କର୍କଟ ସମେତ ବହୁବିଧ ରୋଗରେ ପୀଡ଼ିତ ହୋଇ ସେ ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିଲେ। ସୁରେନ୍ଦ୍ର ନାଥ ପରିଡ଼ାଙ୍କ ମୃତ୍ୟୁ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିଥିଲେ। ତାଙ୍କ ମୃତଶରୀରକୁ ପିପିଲି କୋର୍ଟ ପରିସରକୁ ଅଣାଯିବା ପରେ ପୁରୀ ସ୍ବର୍ଗଦ୍ବାର ଅଭିମୁଖେ ନିଆଯାଇଛି। ସେଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯିବ ବୋଲି ପରିବାର ସୂତ୍ରରୁ ଜଣାଯାଇଛି।

ସୁରେନ୍ଦ୍ର ନାଥ ପରିଡ଼ାଙ୍କ ମୃତ୍ୟୁ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିଥିଲେ। ତାଙ୍କ ମୃତଶରୀରକୁ ପିପିଲି କୋର୍ଟ ପରିସରକୁ ଅଣାଯିବା ପରେ ପୁରୀ ସ୍ବର୍ଗଦ୍ବାର ଅଭିମୁଖେ ନିଆଯାଇଛି। ସେଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯିବ ବୋଲି ପରିବାର ସୂତ୍ରରୁ ଜଣାଯାଇଛି। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

death

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe