ନୂଆଦିଲ୍ଲୀ: ହରିୟାଣାର ଯମୁନାନଗରରେ ଜଣେ ମଦ୍ୟପ ପୋଲିସ ଅଧିକାରୀ ସିରିଜ ଦୁର୍ଘଟଣା ଘଟାଇଛନ୍ତି | ପୁଲିସ ବାବୁ ଦ୍ରୁତ ଗତିରେ ଆସି ରାସ୍ତା କଡ଼ରେ ଠିଆ ହୋଇଥିବା ଗାଡ଼ିଗୁଡ଼ିକରେ ଧକ୍କା ଦେବାରୁ ଆତଙ୍କ ସୃଷ୍ଟି ହୋଇଥିଲା। ଏହି ଘଟଣା ସହରର ବ୍ୟସ୍ତବହୁଳ ରେଳ ରୋଡ୍ ମୁଖ୍ୟ ବଜାର ଅଞ୍ଚଳରେ ଘଟିଛି, ଯେଉଁଠାରେ ଶୁକ୍ରବାର ସନ୍ଧ୍ୟାରେ ଦୋକାନୀ ଏବଂ ପଥଚାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା |ସୌଭାଗ୍ୟବଶତଃ, ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିଲେ, କିନ୍ତୁ ଚାରୋଟି କାର ଏବଂ ଦୁଇଟି ଆକ୍ଟିଭା କ୍ଷତିଗ୍ରସ୍ତ ହୋଇଥିଲା।

Advertisment

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ଏକ ସ୍ୱିଫ୍ଟ ଡିଜାୟାର କାର ହଠାତ୍ ଦ୍ରୁତ ଗତିରେ ବଜାର ଆଡକୁ ଆସି ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଠିଆ ହୋଇଥିବା ଗାଡ଼ିଗୁଡ଼ିକରେ ଧକ୍କା ଦେଇଥିଲା | ଦୁର୍ଘଟଣା ପରେ ଲୋକମାନେ ଘଟଣାସ୍ଥଳରେ ପହଞ୍ଚିବା ପରେ, କାରରେ ହରିୟାଣା ପୋଲିସର ଷ୍ଟିକର ଦେଖିବାକୁ ମିଳିଥିଲା। ଡ୍ରାଇଭର ଜଣକ ଏସଆଇ(ସବ ଇନ୍ସପେକ୍ଟର) ବଲବିନ୍ଦର ବୋଲି ଚିହ୍ନଟ କରାଯାଇଛି। ସ୍ଥାନୀୟ ଲୋକମାନେ କହିଛନ୍ତି ଯେ ଡ୍ରାଇଭର ମଦ୍ୟପ ଥିଲେ ଏବଂ କାର ଉପରୁ ନିୟନ୍ତ୍ରଣ ହରାଇଥିଲେ।

ଆହୁରି ପଢନ୍ତୁ: Budhia Nana: ଆରପାରିକୁ ଚାଲିଗଲେ ଆପଣଙ୍କୁ ହସେଇ ହସେଇ ବେଦମ କରୁଥିବା ବୁଧିଆ ନନା

ସମ୍ପୂର୍ଣ୍ଣ ଘଟଣାଟି ନିକଟରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି। ଫୁଟେଜରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଦ୍ରୁତ ଗତିରେ ଯାଉଥିବା କାରଟି ଗୋଟିଏ ପରେ ଗୋଟିଏ ଗାଡ଼ି ଉପରେ କିପରି ଧକ୍କା ଦେଇଥିଲା। ଏହି ସିସିଟିଭି ଫୁଟେଜ ଏବେ ପୋଲିସ ତଦନ୍ତର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି ଏବଂ ଏହା ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ନିଆଯିବ।

ଆହୁରି ପଢନ୍ତୁ: Broken Bed Rescued ସୋନଗଡ଼ ବ୍ରିଜ ତଳେ ମୃତଦେହ ଗୁଜବ: ବସ୍ତାରୁ ବାହାରିଲା ଭଙ୍ଗା ଖଟ

ସିରିଜ ଦୁର୍ଘଟଣାର ସୂଚନା ପାଇବା ପରେ, ଏକ ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ଗାଡିଗୁଡ଼ିକର ଯାଞ୍ଚ କରିଛି। ଦୁର୍ଘଟଣା ସମୟରେ ଡ୍ରାଇଭର ମଦ୍ୟପାନ କରିଥିଲେ କି ନାହିଁ ପୋଲିସ ତଦନ୍ତ କରୁଛି। ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିଲେ ମଧ୍ୟ, ଗାଡି ମାଲିକମାନେ ବହୁତ କ୍ଷତି ସହିଛନ୍ତି । ଏହି ଘଟଣା ପୋଲିସ ଏବଂ ସଡ଼କ ସୁରକ୍ଷା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି।