ଦେଓଗାଁ: ବରଗଡ଼–ବୋରିଗୁମ୍ମା ଜାତୀୟ ରାଜପଥ ୨୬ର ବଲାଙ୍ଗୀର–ଟିଟିଲାଗଡ଼ ରାସ୍ତାରେ ଅବସ୍ଥିତ ଦେଓଗାଁ-ସୋନଗଡ଼ ବ୍ରିଜ ତଳେ ଆଜି ସକାଳୁ ଏକ ମୃତଦେହ ପଡ଼ିଥିବା ନେଇ ଅଞ୍ଚଳରେ ଭାରି ଚର୍ଚ୍ଚା ସୃଷ୍ଟି ହୋଇଛି। କିଏ ହତ୍ୟା କରି ଅଖା ବସ୍ତାରେ ଭର୍ତ୍ତି କରି ଫିଙ୍ଗିଦେଇଛି ବୋଲି ଗୁଜବ ପ୍ରଚାରିତ ହେଉଛି। ଏହି ଖବର ପାଇ ବ୍ରିଜ ଉପରେ ଓ ଆଖପାଖରେ ଲୋକଙ୍କ ଭିଡ଼ ଜମିଥିଲା। ଘଟଣାର ଗମ୍ଭୀରତାକୁ ନଜରରେ ରଖି ଦେଓଗାଁ ପୁଲିସ ସକାଳ ପ୍ରାୟ ୫ଟାରୁ ବ୍ରିଜ ତଳେ ଥିବା ଅଖା ବସ୍ତା ପଡ଼ିଥିବା ସ୍ଥାନରେ ଜଗିରହିବା ସହିତ ପରିସ୍ଥିତିକୁ ନିୟନ୍ତ୍ରଣରେ କରିଛି।

Advertisment

ପ୍ରାୟ ୪ ଘଣ୍ଟା ପରେ ପୁଲିସ ଅଖା ବସ୍ତାକୁ ଖୋଲି ତଦନ୍ତ ଆରମ୍ଭ କରିଛି। ବସ୍ତା ଭିତରୁ ମୃତଦେହ ପରିବର୍ତ୍ତେ ଏକ ଭଙ୍ଗା ଖଟ, ଷ୍ଟିଲ ଖୁରି ଓ ଗିନା ବାହାରିଥିଲା। ଏହାପରେ ମୃତଦେହ ନେଇ ହୋଇଥିବା ଗୁଜବ ଭୁଲ ବୋଲି ସ୍ପଷ୍ଟ ହୋଇଥିଲା ଓ ପୁଲିସ ଘଟଣାସ୍ଥଳରୁ ଫେରିଯାଇଥିଲା।

ଆହୁରି ପଢ଼ନ୍ତୁ: Gold in Banapal's house: ବନପାଳଙ୍କ ଘରେ କେଜିଏ ସୁନା: ବିଦେଶରେ କରୁଥିଲେ ମଉଜ, ୭ ଦେଶର ମୁଦ୍ରା ଜବତ

ଦୋଷୀଙ୍କୁ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି

ତେବେ ଏପରି ଭ୍ରାମକ ଗୁଜବ କିଏ ଓ କାହିଁକି ପ୍ରସାରିତ କରି ଲୋକଙ୍କୁ ହଇରାଣ କଲା, ସେନେଇ ଜନସାଧାରଣରେ ପ୍ରଶ୍ନ ଉଠିଛି। ଦୋଷୀଙ୍କୁ ଚିହ୍ନଟ କରି କଡା କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଲୋକେ ପୁଲିସ ପ୍ରଶାସନଙ୍କୁ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ:High Court: ପାରାଦୀପ ବନ୍ଦରରେ ଜାହାଜ ଆରେଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ