ଭୁବନେଶ୍ବର/କୋରାପୁଟ/ସେମିଳିଗୁଡ଼ା: ରାଜଧାନୀରେ ବିଳାସପୂର୍ଣ୍ଣ କୋଠା। ସହରାଞ୍ଚଳର ପ୍ରମୁଖ ସ୍ଥାନରେ ଏକାଧିକ ପ୍ଲଟ୍। ବ୍ୟାଙ୍କ୍ରେ ବିପୁଳ ଟଙ୍କା, ଆଲମିରାରେ ପୁଳାପୁଳା ସୁନାଗହଣା। ବନପାଳ ନିହାରରଞ୍ଜନ ଶତପଥୀଙ୍କ ଏଭଳି ସମ୍ପତ୍ତି ଦେଖି ଆଜି ଭିଜିଲାନ୍ସର ଆଖି ଟେରା ହୋଇଯାଇଛି। ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୫ଟି ଟିମ୍ ଶ୍ରୀ ଶତପଥୀଙ୍କ ଭୁବନେଶ୍ବର ଝାରପଡ଼ାସ୍ଥିତ ଆବାସିକ ଘର, କୋରାପୁଟସ୍ଥିତ ସରକାରୀ କାର୍ଯ୍ୟାଳୟ ଏବଂ ଜଗତସିଂହପୁରରେ ଥିବା ପୈତୃକ ଘର ଆଦି ୫ଟି ସ୍ଥାନରେ ଚଢ଼ଉ କରି ୧୩ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସ୍ଥାବର, ଅସ୍ଥାବର ସମ୍ପତ୍ତି ଠାବ କରିଛି। ଆସନ୍ତା ବର୍ଷ ମେ’ ମାସରେ ନିରଞ୍ଜନ ଅବସର ନେଇଥାନ୍ତେ।
Additional Security Deposit: ବିଦ୍ୟୁତ୍ ଗ୍ରାହକଙ୍କ ଉପରେ ଅତିରିକ୍ତ ସୁରକ୍ଷା ଜମାକୁ ବିରୋଧ କଲା କଂଗ୍ରେସ
ବିଦେଶରେ କରୁଥିଲେ ମଉଜ ୭ ଦେଶର ମୁଦ୍ରା ଜବତ
୧୩ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ
କେଜିଏ ସୁନା, ୯.୨୮ ଲକ୍ଷ ଟଙ୍କା, ୩ କୋଠା, ୭ ପ୍ଲଟ୍, ଦାମୀ କାର୍ ଜବତ
ଭିଜିଲାନ୍ସର ତଥ୍ୟ ଅନୁସାରେ, ବାବୁଙ୍କ ଘରୁ ଆମେରିକୀୟ ଡଲାର ସହ ଇଣ୍ଡୋନେସିଆ, ମାକାଉ, ଥାଇଲାଣ୍ଡ, ହଂକଂ, ଭିଏତ୍ନାମ, ମାଲେସିଆ ଆଦି ବିଭିନ୍ନ ଦେଶର ମୁଦ୍ରା ଜବତ ହୋଇଛି। ଚଢ଼ଉ ବେଳେ ଝାରପଡ଼ାରେ ୨ଟି ତିନିମହଲା କୋଠା ଠାବ ହୋଇଛି। ଏହି ବିଳାସପୂୂର୍ଣ୍ଣ ଅଟ୍ଟାଳିକାଦ୍ବୟ ୮୧୦୦ ବର୍ଗ ଫୁଟରେ ନିର୍ମିତ ହୋଇଛି। ଅର୍ଥାତ ପ୍ରତି କୋଠା ୪୦୫୦ ବର୍ଗଫୁଟର। ଯାହାର ବଜାର ମୂଲ୍ୟ ୮ କୋଟିରୁ ଅଧିକ ହେବ। କୋରାପୁଟରେ ୧୨୫୦ ବର୍ଗଫୁଟରେ ନିର୍ମିତ କୋଠାର ମୂଲ୍ୟ ପାଖାପାଖି ୫୦ଲକ୍ଷ ଟଙ୍କା ହେବ। କେବଳ ସେତିକି ନୁହେଁ, ରାଜଧାନୀରେ ୨ଟି, ଜଗତସିଂହପୁରରେ ୪ଟି ଏବଂ ସେମିଳିଗୁଡ଼ାରେ ଗୋଟିଏ ଏଭଳି ୭ଟି ପ୍ଲଟ୍ ରହିଛି। ଯାହାର ମୂଲ୍ୟ ୨କୋଟି ଟଙ୍କା ହେବ।
Fire: ନିଆଁରେ ଜଳିଗଲା ଘର, ସର୍ଟସର୍କିଟରୁ ଭୟଙ୍କର ଅଗ୍ନିକାଣ୍ଡ: ପୋଡ଼ି ପାଉଁଶ ବର୍ଷକର ପରିଶ୍ରମ ଓ ଆସବାବପତ୍ର...
ସେହିପରିି ଘରୁ ନଗଦ ୯.୨୮ ଲକ୍ଷ ଟଙ୍କା, କେଜିଏ ସୁନାଗହଣା, ୨୫୦ ଗ୍ରାମ ରୁପା ଗହଣା, ୩୦.୭୫ଲକ୍ଷ ଟଙ୍କାର ଆସବାବପତ୍ର ଜବତ କରାଯାଇଛି। ଟାଟା ହାରିଅର ଗାଡ଼ି, ୩ଟି ବାଇକ୍ ସହ ୬୮ଲକ୍ଷ ଟଙ୍କାର ବ୍ୟାଙ୍କ, ବୀମା, ବଣ୍ଡ୍ ଜମା ଠାବ କରାଯାଇଛି। ଚଢ଼ଉ ଜାରି ରହିଥିବା ବେଳେ ଆଗକୁ ସମ୍ପତ୍ତି ପରିମାଣ ବଢ଼ିବ ବୋଲି ଅନୁମାନ କରାଯାଉଛି। ୧୯୮୮ ମସିହାରେ ମାତ୍ର ୬୨୫ ଟଙ୍କା ଦରମାରେ ଫରେଷ୍ଟ ଗାର୍ଡ ଭାବେ ଯୋଗ ଦେଇଥିବା ନିହାରରଞ୍ଜନ ୨୦୧୪ରେ ବନପାଳ ଭାବେ ପଦୋନ୍ନତି ପାଇଥିଲେ। ଆଶ୍ଚର୍ଯ୍ୟର କଥା ସେ କେବଳ ୩୭ ବର୍ଷ ଧରି କୋରାପୁଟରେ ଚାକିରି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/27/adgdgdgzvvc-2025-12-27-01-37-32.jpg)