ପକ୍ଷୀଙ୍କ ପ୍ରେମରେ ଲକ୍ଷ୍ମୀକାନ୍ତ, ଖଣି ଅଞ୍ଚଳରେ ଘରଚଟିଆଙ୍କ କିଚିରିମିଚିରି

Advertisment

ପକ୍ଷୀପ୍ରେମୀ ଲକ୍ଷ୍ମୀକାନ୍ତ ତ୍ରିପାଠୀ ପ୍ରାୟ ୩/୪ ବର୍ଷ ଧରି ଘରଚଟିଆଙ୍କ ସୁରକ୍ଷା ସହ ଏମାନଙ୍କ ବଂଶବୃଦ୍ଧି ପାଇଁ ଅହରହ କାର୍ଯ୍ୟ ଜାରି ରଖିଛନ୍ତି। ସେ ବିଲୁପ୍ତ ହେବାକୁ ଯାଉଥିବା ଏହି ପ୍ରଜାତିର ପକ୍ଷୀଙ୍କ ସୁରକ୍ଷା ପାଇଁ ସମସ୍ତଙ୍କୁ ସଚେତନ କରାଉଛନ୍ତି।

ପକ୍ଷୀପ୍ରେମୀ ଲକ୍ଷ୍ମୀକାନ୍ତ ତ୍ରିପାଠୀ ପ୍ରାୟ ୩/୪ ବର୍ଷ ଧରି ଘରଚଟିଆଙ୍କ ସୁରକ୍ଷା ସହ ଏମାନଙ୍କ ବଂଶବୃଦ୍ଧି ପାଇଁ ଅହରହ କାର୍ଯ୍ୟ ଜାରି ରଖିଛନ୍ତି। ସେ ବିଲୁପ୍ତ ହେବାକୁ ଯାଉଥିବା ଏହି ପ୍ରଜାତିର ପକ୍ଷୀଙ୍କ ସୁରକ୍ଷା ପାଇଁ ସମସ୍ତଙ୍କୁ ସଚେତନ କରାଉଛନ୍ତି।

bh

ରାଉରକେଲା: ପରିବର୍ତ୍ତିତ ସମୟରେ ବଦଳୁଛି ପରିବେଶ। ପରିବର୍ତ୍ତନର ଏହି ପ୍ରକ୍ରିୟାରେ ଲୁପ୍ତହେବାକୁ ଯାଉଛନ୍ତି ଘରଚଟିଆ। ଦିନଥିଲା ଘରଚଟିଆଙ୍କ କିଚିରିମିଚିରି ଶବ୍ଦରେ ଫାଟି ପଡୁଥିଲା ଗାଁଦାଣ୍ଡ। ସହର ତ ଦୂରର କଥା ଗାଁରେ ଏମାନଙ୍କୁ ଆଉ ଦେଖିବାକୁ ମିଳୁନି। ଲୋପପାଇବାକୁ ଯାଉଥିବା ଏହି ପ୍ରଜାତିର ପକ୍ଷୀଙ୍କ ସ୍ବର ଶୁଣିବାକୁ ମିଳିଛି ସୁନ୍ଦରଗଡ଼ର ଖଣିଅଞ୍ଚଳ ଟେନ୍‌ସାରେ। ଯାହା କେବଳ ସମ୍ଭବ ହୋଇପାରିଛି ପକ୍ଷୀପ୍ରେମୀ ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ଉଦ୍ୟମରୁ।

ପକ୍ଷୀପ୍ରେମୀ ଲକ୍ଷ୍ମୀକାନ୍ତ ତ୍ରିପାଠୀ ପ୍ରାୟ ୩/୪ ବର୍ଷ ଧରି ଘରଚଟିଆଙ୍କ ସୁରକ୍ଷା ସହ ଏମାନଙ୍କ ବଂଶବୃଦ୍ଧି ପାଇଁ ଅହରହ କାର୍ଯ୍ୟ ଜାରି ରଖିଛନ୍ତି। ସେ କେବଳ ଘରଚଟିଆଙ୍କ ସୁରକ୍ଷା କଥା ଚିନ୍ତା କରୁନାହାନ୍ତି ବରଂ ବିଲୁପ୍ତ ହେବାକୁ ଯାଉଥିବା ଏହି ପ୍ରଜାତିର ପକ୍ଷୀଙ୍କ ସୁରକ୍ଷା ପାଇଁ ସମସ୍ତଙ୍କୁ ସଚେତନ କରାଉଛନ୍ତି। ତାଙ୍କୁ ସହଯୋଗ କରୁଛନ୍ତି ତାଙ୍କର ସାଙ୍ଗ ରାକେଶ ମହାନ୍ତି ଓ ଅନ୍ୟମାନେ। ଲକ୍ଷ୍ମୀକାନ୍ତ ପ୍ରତିଦିନ ସକାଳ ଓ ସଂଧ୍ୟାରେ ବାଡ଼ି ଓ ଘର ଚାରିପାଖରେ ଘରଚଟିଆଙ୍କୁ ଖାଇବାକୁ ଦେଉଛନ୍ତି। ଖୁଦ ଓ ଅନ୍‌ଲାଇନ୍‌ରେ ଏକ ପ୍ରକାର ଘାସ ମଞ୍ଚି ମଗାଇ ସେମାନଙ୍କୁ ଦେଉଛନ୍ତି। ସେମାନଙ୍କ ରହିବାକୁ ବାଡ଼ିରେ ଥିବା ଆମ୍ବ ଓ ମନ୍ଦାରଗଛରେ ହାତତିଆରି ବସା ବାନ୍ଧିଛନ୍ତି। ଏହା ସହିତ ଘରଚଟିଆଙ୍କ ରହିବା ପାଇଁ ଗଛରେ ବସା ବ୍ୟବସ୍ଥା କରିଛନ୍ତି। ଗୋଟିଏ ଗୋଟିଏ ବସାରେ ୨/୩ଟି ଘରଚଟିଆ ରହୁଛନ୍ତି। ପ୍ରତିଦିନ ଟେନ୍‌ସା ଅଞ୍ଚଳର ଲୋକମାନେ ଲକ୍ଷ୍ମୀକାନ୍ତଙ୍କ ଘରକୁ  ଘରଚଟିଆଙ୍କୁ ଦେଖିବାକୁ ଯାଉଛନ୍ତି। ତାଙ୍କର ଏଭଳି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳବାସୀ ବେଶ୍‌ ପ୍ରଶଂସା କରୁଛନ୍ତି।

ପ୍ରାୟ ୩/୪ ବର୍ଷ ଧରି ଘରଚଟିଆଙ୍କ ସୁରକ୍ଷା ସହ ଏମାନଙ୍କ ବଂଶବୃଦ୍ଧି ପାଇଁ ଅହରହ କାର୍ଯ୍ୟ ଜାରି ରଖିଛନ୍ତି। ସେ କେବଳ ଘରଚଟିଆଙ୍କ ସୁରକ୍ଷା କଥା ଚିନ୍ତା କରୁନାହାନ୍ତି ବରଂ ବିଲୁପ୍ତ ହେବାକୁ ଯାଉଥିବା ଏହି ପ୍ରଜାତିର ପକ୍ଷୀଙ୍କ ସୁରକ୍ଷା ପାଇଁ ସମସ୍ତଙ୍କୁ ସଚେତନ କରାଉଛନ୍ତି। ତାଙ୍କୁ ସହଯୋଗ କରୁଛନ୍ତି ତାଙ୍କର ସାଙ୍ଗ ରାକେଶ ମହାନ୍ତି ଓ ଅନ୍ୟମାନେ। ଲକ୍ଷ୍ମୀକାନ୍ତ ପ୍ରତିଦିନ ସକାଳ ଓ ସଂଧ୍ୟାରେ ବାଡ଼ି ଓ ଘର ଚାରିପାଖରେ ଘରଚଟିଆଙ୍କୁ ଖାଇବାକୁ ଦେଉଛନ୍ତି। ଖୁଦ ଓ ଅନ୍‌ଲାଇନ୍‌ରେ ଏକ ପ୍ରକାର ଘାସ ମଞ୍ଚି ମଗାଇ ସେମାନଙ୍କୁ ଦେଉଛନ୍ତି। ସେମାନଙ୍କ ରହିବାକୁ ବାଡ଼ିରେ ଥିବା ଆମ୍ବ ଓ ମନ୍ଦାରଗଛରେ ହାତତିଆରି ବସା ବାନ୍ଧିଛନ୍ତି। ଏହା ସହିତ ଘରଚଟିଆଙ୍କ ରହିବା ପାଇଁ ଗଛରେ ବସା ବ୍ୟବସ୍ଥା କରିଛନ୍ତି। ଗୋଟିଏ ଗୋଟିଏ ବସାରେ ୨/୩ଟି ଘରଚଟିଆ ରହୁଛନ୍ତି। ପ୍ରତିଦିନ ଟେନ୍‌ସା ଅଞ୍ଚଳର ଲୋକମାନେ ଲକ୍ଷ୍ମୀକାନ୍ତଙ୍କ ଘରକୁ  ଘରଚଟିଆଙ୍କୁ ଦେଖିବାକୁ ଯାଉଛନ୍ତି। ତାଙ୍କର ଏଭଳି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳବାସୀ ବେଶ୍‌ ପ୍ରଶଂସା କରୁଛନ୍ତି।
 

ଲକ୍ଷ୍ମୀକାନ୍ତ ରାଉରକେଲା ସହରରେ ସ୍କୁଲରେ ପାଠ ପଢ଼ୁଥିବାବେଳେ ଘରବାଡ଼ିରେ ଘରଚଟିଆଙ୍କୁ ଦେଖୁଥିଲେ। ଜଳବାୟୁ ପରିବର୍ତ୍ତନ ହେବା ଯୋଗୁ ସେମାନଙ୍କୁ ରାଉରକେଲା ସହରରେ ଦେଖିବାକୁ ପାଇନଥିଲେ। ରାଉରକେଲା ସହରରୁ ଖଣିଅଞ୍ଚଳ ଟେନ୍‌ସାକୁ ପରିବାର ସହ ଆସିବା ପରେ ଘର ଚାରିପଟେ ଘରଚଟିଆଙ୍କ କିଚିରିମିଚିରି ଶବ୍ଦ ଶୁଣିବାକୁ ପାଇଥିଲେ। ଅଧିକାଂଶ ସମୟରେ ସେମାନଙ୍କୁ ଦେଖିବାକୁ ମିଳୁଥିଲା। ସେମାନଙ୍କୁ କିପରି ସୁରକ୍ଷିତ ଭାବେ ରଖାଯାଇପାରିବ ସେ ବିଷୟରେ ଚିନ୍ତା କରିଥିଲେ। ଏଥିପାଇଁ ସେ ୟୁ ଟ୍ୟୁବ୍‌ ଜରିଆରେ ଘରଚଟିଆଙ୍କ ସୁରକ୍ଷା ପାଇଁ କ’ଣ କରାଯାଇ ପାରିବ, ସେ ସମ୍ପର୍କରେ ଜାଣିବାକୁ ପାଇଥିଲେ। ପ୍ରଥମେ ନିଜବାଡ଼ିର ଘର ଉପରେ କିଛି ପେଟି ଝୁଲାଇଦେଲେ। ପେଟି ଭିତରେ ଖୁଦ ରଖିଥିଲେ। ଘରଚଟିଆମାନେ ଆସୁଥିଲେ ଖୁଦ ଖାଇ ପୁଣି ଚାଲିଯାଉଥିଲେ। ହେଲେ ପେଟି ଭିତରେ ରହିବାକୁ ସୁରକ୍ଷିତ ମଣୁ ନଥିଲେ। ଶେଷରେ ଛଣ ଓ ସୁତୁଲି ସହାୟତାରେ ବସା ତିଆରି କଲେ। ଆଉ କିଛି କୃତ୍ରିମ ବସା ଅନ୍‌ଲାଇନ୍ ସପିଂ ଜରିଆରେ ମଗାଇଥିଲେ। ଏହି ବସାଗୁଡ଼ିକ ଘରଚଟିଆଙ୍କ ପାଇଁ ସୁରକ୍ଷିତ ଜାଗା ହୋଇଥିଲା। ସେବେଠୁ ଆଜି ପର୍ଯ୍ୟନ୍ତ ଲକ୍ଷ୍ମୀକାନ୍ତ ବାଡ଼ି ଘରଚଟିଆଙ୍କ ସୁରକ୍ଷିତ ସ୍ଥାନ ପାଲଟିଯାଇଛି। ଲକ୍ଷ୍ମୀକାନ୍ତ କହିଛନ୍ତି, ‘ବିଲୁପ୍ତ ହେବାକୁ ଯାଉଥିବା ଏହି ପ୍ରଜାତିର ପକ୍ଷୀଙ୍କ ସୁରକ୍ଷା ପାଇଁ ସରକାରୀସ୍ତରରେ ପ୍ରୟାସର ଆବଶ୍ୟକତା ରହିଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe