ଜଣେ ଯୁବତୀଙ୍କୁ ଅମାନୁଷିକ ଭାବେ ହତ୍ୟା କରାଯାଇଛି, ଅନ୍ତତଃ ହସନ୍ତୁ ନାହିଁ; କପିଲ ସିବଲଙ୍କୁ କହିଲେ ତୁଷାର ମେହେଟ୍ଟା

Advertisment

କୋଲକାତାର ଆର୍‌ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ୩୧ ବର୍ଷୀୟା ସ୍ନାତକୋତ୍ତର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି ସମୟରେ କପିଲ ସିବଲଙ୍କ ଉପରେ ରାଗିଗଲେ ତୁଷାର ମେହେଟ୍ଟା। ଶୁଣାଣି ସମୟରେ କପିଲ ସିବଲ ହସିବାରୁ ଜଣେ ଯୁବତୀଙ୍କୁ ଅମାନୁଷିକ ଭାବେ ହତ୍ୟା କରାଯାଇଛି, ଅନ୍ତତଃ ହସନ୍ତୁ ନାହିଁ ବୋଲି କହିଲେ ସିବିଆଇର ପକ୍ଷ ରଖୁଥିବା ତୁଷାର ମେହେଟ୍ଟା।

SG Mehta Schools Kapil Sibal

କୋଲକାତା: କୋଲକାତାର ଆର୍‌ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ୩୧ ବର୍ଷୀୟା ସ୍ନାତକୋତ୍ତର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି ଗୁରୁବାରଠାରୁ ସୁପ୍ରିମ୍‌କୋର୍ଟରେ ପୁଣି ଆରମ୍ଭ ହୋଇଛି। ଶୁଣାଣି ଲାଇଭ୍ କରାଯାଉଥିବା ସହ କେଉଁ ପକ୍ଷ କ’ଣ ଯୁକ୍ତି କରୁଛି, ତାହା ଜାଣିପାରୁଛନ୍ତି ଲୋକେ। ଶୁଣାଣି ସମୟର କିଛି ଭିଡିଓ ପୂର୍ବରୁ ଭାଇରାଲ ହୋଇଥିବା ବେ‌ଳେ ଏବେ ଆଉ ଏକ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଭିଡିଓରେ ସିବିଆଇର ପକ୍ଷ ରଖୁଥିବା ଓକିଲ ତୁଷାର ମେହେଟ୍ଟା, ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷ ରଖୁଥିବା କପିଲ ସିବଲଙ୍କୁ ତାଗିଦ୍ କରୁଥିବା ଦେଖାଯାଇଛି।

ଯୁକ୍ତି ଚାଲିଥିବା ବେଳେ କପିଲ ସିବଲ ହସିବାରୁ ତୁଷାର ମେହେଟ୍ଟା ତାଙ୍କୁ ଏଭଳି ନକରିବାକୁ କହୁଛନ୍ତି। ଭିଡିଓରେ ଦେଖାଯାଇଛି ଯେ, ଶୁଣାଣି ସମୟରେ ତୁଷାର ମେହେଟ୍ଟା ପୀଡିତାଙ୍କ ‘ଅସ୍ୱାଭାବିକ ମୃତ୍ୟୁ’ର ଏତଲା ପଞ୍ଜିକରଣ କରିବାରେ କୋଲକାତା ପୁଲିସ ବିଳମ୍ବ କରିଥିବା ନେଇ ଚିନ୍ତା ବ୍ୟକ୍ତ କରୁଥିଲେ। ଏହି ସମୟରେ କପିଲ ସିବଲ ହସିଥିବା ଦେଖାଯାଇଥିଲା। ଏହା ଦେଖି ତୁଷାର ମେହେଟ୍ଟା କହିଥିଲେ, “ଜଣେ ଯୁବତୀଙ୍କୁ ଅତ୍ୟନ୍ତ ଅମାନୁଷିକ ଭାବେ ହତ୍ୟା କରାଯାଇଛି। କେହି ଜଣେ ମୃତ୍ୟୁବରଣ କରିଛନ୍ତି। ଅନ୍ତତଃ ହସନ୍ତୁ ନାହିଁ।” 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe