ବଲିଉଡର ଧନୀ ଅଭିନେତା ହେଲେ ଶାହରୁଖ, ମୋଟ ସମ୍ପତ୍ତି କରିବ ଆଶ୍ଚର୍ଯ୍ୟ

ବଲିଉଡ ଅଭିନେତା ଶାହାରୁଖ ଖାନ ଜଣେ ଏଭଳି ବ୍ୟକ୍ତିତ୍ବ ଯିଏ ସାରା ବିଶ୍ୱରେ ଖ୍ୟାତି ଅର୍ଜନ କରିଛନ୍ତି | ଫିଲ୍ମ ସହ ବ୍ୟବସାୟରୁ ଅର୍ଥ ଅର୍ଜନ କରିବା ପରେ ଏବେ ତାଙ୍କ ନାମ ଅମ୍ବାନୀ-ଅଦାନୀଙ୍କ ପରି ଧନୀକ ବ୍ୟକ୍ତି ଥିବା ତାଲିକାରେ ସାମିଲ ହୋଇଛି।

shahrukh

ମୁମ୍ବାଇ: ବଲିଉଡ ଅଭିନେତା ଶାହାରୁଖ ଖାନ ଜଣେ ଏଭଳି ବ୍ୟକ୍ତିତ୍ବ ଯିଏ ସାରା ବିଶ୍ୱରେ ଖ୍ୟାତି ଅର୍ଜନ କରିଛନ୍ତି | ତାଙ୍କ ଚଳଚ୍ଚିତ୍ର ସହିତ କିଙ୍ଗ ଖାନ ବ୍ୟବସାୟରେ ମଧ୍ୟ ନିଜ ଭାଗ୍ୟ ପରୀକ୍ଷା କରି ଲାଭବାନ ହୋଇଛନ୍ତି। ଫିଲ୍ମ ସହ ବ୍ୟବସାୟରୁ ଅର୍ଥ ଅର୍ଜନ କରି ଇତିହାସ ସୃଷ୍ଟି କରିଥିବା କିଙ୍ଗ ଖାନଙ୍କ ନାମ ଅମ୍ବାନୀ-ଅଦାନୀଙ୍କ ପରି ଧନୀକ ବ୍ୟକ୍ତି ଥିବା ତାଲିକାରେ ସାମିଲ ହୋଇଛି । ଶାହାରୁଖ ଖାନ ଏବେ 'ହୁରୁନ ଇଣ୍ଡିଆ ରିଚ୍ ଲିଷ୍ଟ ୨୦୨୪'ରେ ଡେବ୍ୟୁ କରିଛନ୍ତି | ଏହି ତାଲିକାରେ ଜୁହି ଚାୱଲାଙ୍କ ସମେତ ଅନ୍ୟ କିଛି ତାରକାଙ୍କ ନାମ ମଧ୍ୟ ରହିଛି । 

ବଲିଉଡର କିଙ୍ଗ ଖାନ ତଥା ଶାହାରୁଖ ଖାନ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ଏବେ ୭୩୦୦ କୋଟି ଟଙ୍କାର ମାଲିକ ହୋଇଛନ୍ତି। ସମ୍ପତ୍ତି ବଢ଼ିବା ସହ ସେ ଏବେ ବଲିଉଡର ସବୁଠୁ ଧନୀକ ଅଭିନେତା ବନିପାରିଛନ୍ତି। ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ ଓ କୋଲାକାତା ନାଇଟ୍ ରାଇଡର୍ସ ପାଇଁ ଏହା ସମ୍ଭବ ହୋଇପାରିଥିବା କୁହାଯାଉଛି ।

ତାଙ୍କ ପଛକୁ ରହିଛନ୍ତି ଅଭିନେତ୍ରୀ ଜୁହି ଚାୱାଲା। ଜୁହି ଚାୱଲାଙ୍କ ମୋଟ ସମ୍ପତ୍ତି ମୂଲ୍ୟ ଏବେ ୪୬୦୦ କୋଟି ଟଙ୍କାରେ ପହଞ୍ଚିଛି । ତାଙ୍କ କମ୍ପାନି ନାଇଟ୍ ରାଇଡର୍ସ ସ୍ପୋର୍ଟସ୍ ପାଇଁ ଏହା ସମ୍ଭବ ହୋଇଥିବା କୁହାଯାଉଛି। ଜୁହିଙ୍କ ପରେ ରହିଛନ୍ତି ହ୍ରିତିକ୍ ରୋଶନ। ଅଭିନେତା ଅଭିନୟ ସହ ଏଚଆରଏକ୍ସ କମ୍ପାନି ଚଳାନ୍ତି । ଅଭିନୟ ଓ ବ୍ୟବସାୟ ପାଇଁ ସେ ଏବେ ୨୦୦୦କୋଟିର ମାଲିକ ହୋଇପାରିଛନ୍ତି।

ମନୋରଞ୍ଜନ ଜଗତର ବିଗ୍ ବି ଅମିତାଭ ବଚ୍ଚନ ଧନୀ ବ୍ୟକ୍ତିଙ୍କ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛନ୍ତି। ଅମିତାଭ ବଚ୍ଚନଙ୍କ ମୋଟ ସମ୍ପତ୍ତି ହେଉଛି ୧୬୦୦ କୋଟି ଟଙ୍କା। ପଞ୍ଚମ ସ୍ଥାନରେ ଅଛନ୍ତି ବଲିଉଡ ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର। ତାଙ୍କର ମୋଟ ସମ୍ପତ୍ତି ୧୪୦୦କୋଟି ଟଙ୍କା ।

ଅଧିକ ପଢ଼ନ୍ତୁ- https://sambad.in/latest/ahmedabad-woman-accuses-zomato-delivery-partner-of-sexual-harassment-6934952

ଅଧିକ ପଢ଼ନ୍ତୁ- https://sambad.in/latest/naga-chaitanya-dresses-as-groom-arrives-with-his-baraat-after-engagement-with-sobhita-dhulipala-6932953

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe