ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କଲେ ଶରଦ ପାଓ୍ଵାର: ରାଜୀବ ଗାନ୍ଧୀଙ୍କ ଯୋଗୁଁ ଆମେ ମୋବାଇଲ୍‌ ବ୍ୟବହାର କରୁଛୁ, ମୋଦି କ’ଣ କରିଛନ୍ତି?

Advertisment
ଅଜିତ ମିଛ କହୁଛନ୍ତି, ବିଜେପି ସହିତ ଆମର କୌଣସି ମେଣ୍ଟ ହୋଇନାହିଁ : ଶରଦ ପାଓ୍ଵାର

Image Courtesy of India Today

ପୁଣେ: ନେସ୍‌ନାଲିଷ୍ଟ୍‍ କଂଗ୍ରେସ ପାର୍ଟିର ମୁଖ୍ୟ ଶରଦ ପାଓ୍ଵାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରି ଶନିବାର ଦିନ କହିଛନ୍ତି ଯେ ନିଜର ବିଫଳତା ଲୁଚାଇବାକୁ ମୋଦି ଅନେକ କୌଶଳ ବ୍ୟବହାର କରୁଛନ୍ତି। ଗତ ପାଞ୍ଚ ବର୍ଷ ମଧ୍ୟରେ ମୋଦିଙ୍କ କାମ ଉପରେ ପ୍ରଶ୍ନ ଉଠାଇ ଅଭିଯୋଗ କରିଛନ୍ତି ଯେ ଭୋଟରମାନଙ୍କୁ ବିଭ୍ରାନ୍ତି କରିବାକୁ ଗାନ୍ଧୀ ପରିବାରକୁ ସେ ସବୁବେଳେ ସମାଲୋଚନା କରୁଛନ୍ତି।

ପାଓ୍ଵାର କହିଛନ୍ତି ଯେ ରାଜୀବ ଗାନ୍ଧୀଙ୍କ କାମ ପାଇଁ ହିଁ ନିୟୁତ ନିୟୁତ ଭାରତୀୟ ଆଜି ମୋବାଇଲ୍‌ ଫୋନ୍‌ ବ୍ୟବହାର କରୁଛନ୍ତି। ରାଜୀବ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ଭାରତରେ ହୋଇଥିବା ଟେଲିଯୋଗାଯୋଗ ବିପ୍ଳବକୁ ଅର୍ଥ କରି ସେ ଏ କଥା କହିଛନ୍ତି। କଂଗ୍ରେସ ଯୋଗୁଁ ହିଁ ପ୍ରଯୁକ୍ତି ବିଦ୍ୟା ନିୟୁତ ନିୟୁତ ଭାରତୀୟଙ୍କ ଜୀବନରେ ପରିବର୍ତ୍ତନ ଆଣିଲା।

ସେ କହିଛନ୍ତି: ନୂତନ ପ୍ରଯୁକ୍ତିବିଦ୍ୟା ବିପ୍ଳବ କଥା ଛାଡ଼ନ୍ତୁ ପ୍ରଧାନମନ୍ତ୍ରୀ ମୋଦି ଆମ ଦେଶକୁ ସୁରକ୍ଷା ଦେଇ ପାରିବେ ନାହିଁ।

ପୁଣେସ୍ଥିତ ଦଳୀୟ ମୁଖ୍ୟାଳୟରେ ଏନ୍‌ସିପି ମୁଖ୍ୟ କଂଗ୍ରେସ ଏବଂ ଏନ୍‌ସିପି କର୍ମୀମାନଙ୍କୁ ଉଦ୍‌ବୋଧନ ଦେଉଥିଲେ। ସଂପ୍ରତି ଦୁଇ ଦଳ ଏକତ୍ର ହୋଇ ମହାରାଷ୍ଟ୍ର ଲୋକସଭା ନିର୍ବାଚନ ଲାଗି ଏନ୍‌ଡିଏକୁ ମୁକାବିଲା କରୁଛନ୍ତି।

ପୂର୍ବତନ କେନ୍ଦ୍ର କୃଷିମନ୍ତ୍ରୀ ଶରଦ ପାଓ୍ଵାର ରାଜ୍ୟରେ ଚାଷୀ ଆତ୍ମହତ୍ୟା ପାଇଁ ମୋଦି ସରକାରଙ୍କ ନୀତିକୁ ନିନ୍ଦା କରିଛନ୍ତି। ଗତ ୪ ବର୍ଷ ମଧ୍ୟରେ ୧୮, ୦୦୦ କୃଷକ ଆତ୍ମହତ୍ୟା କରିଛନ୍ତି।

ମୋଦିଙ୍କ ପ୍ରତିରକ୍ଷା ଓ ବିମୁଦ୍ରାୟନ ନୀତିକୁ ମଧ୍ୟ ପାଓ୍ଵାର୍‌ ସମାଲୋଚନା କରିଛନ୍ତି। ମୋଦି ପ୍ରତିଶ୍ରୁତି ଦେଇଥିଲେ ପ୍ରତି ଭାରତୀୟ ସୈନିକଙ୍କ ମୃତ୍ୟୁ ନିମନ୍ତେ ୧୦ ଜଣ ପାକିସ୍ତାନୀ ସୈନିକଙ୍କୁ ନିପାତ କରିବୁ। ଏ ଯାଏଁ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁଁ ୬୯୩ ଜଣ ସୈନିକ ସହିଦ ହେଲେଣି।

ମୋଦିଙ୍କ ଯୋଗୁଁ ହିଁ ମହାରାଷ୍ଟ୍ରରେ ୧୦୦ ଏଟିଏମ୍‌ ଅଚଳ ହେଲା। ବିମୁଦ୍ରାୟନ ଯୋଗୁଁ ୧୫ ଲକ୍ଷ ଯୁବକ ସେମାନଙ୍କ ଚାକିରି ହରାଇଲେ। ପ୍ରତିବର୍ଷ ୨ କୋଟି କର୍ମସଂସ୍ଥାନ ସୃଷ୍ଟି କରିବାକୁ ମୋଦି ଦେଇଥିବା ପ୍ରତିଶ୍ରୁତ ମଧ୍ୟ ବିଫଳ ହୋଇଛି।

ବିଜେପିକୁ ହରାଇବା ଜାତୀୟ ଦାୟିତ୍ୱ ବୋଲି କହି ସେ ତାଙ୍କର ବକ୍ତବ୍ୟ ଶେଷ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe