Shehbaz said about Pakistan: ମୋତେ ଓ ମୁନିରଙ୍କୁ ବିଭିନ୍ନ ଦେଶକୁ ଭିକାରୀଙ୍କ ପରି ଋଣ ମାଗିବାକୁ ପଡ଼ିଛି: ଶେହବାଜ

Advertisment

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଦେଶର ଦୁର୍ବଳ ଆର୍ଥିକ ସ୍ଥିତିକୁ ପରୋକ୍ଷରେ ସ୍ବୀକାର କରିଛନ୍ତି। ସରିଫ କହିଛନ୍ତି, ପ୍ରତିରକ୍ଷା ବାହିନୀ ମୁଖ୍ୟ ଫିଲ୍ଡ ମାର୍ଶଲ ଅସିମ୍‌ ମୁନିର୍‌ ଓ ତାଙ୍କୁ ବିଶ୍ବରେ ବୁଲି ବୁଲି ବିଭିନ୍ନ ରାଷ୍ଟ୍ରଙ୍କଠାରୁ ଭିକାରୀଙ୍କ ପରି ଋଣ ମାଗିବାକୁ ପଡ଼ୁଛି

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଦେଶର ଦୁର୍ବଳ ଆର୍ଥିକ ସ୍ଥିତିକୁ ପରୋକ୍ଷରେ ସ୍ବୀକାର କରିଛନ୍ତି। ସରିଫ କହିଛନ୍ତି, ପ୍ରତିରକ୍ଷା ବାହିନୀ ମୁଖ୍ୟ ଫିଲ୍ଡ ମାର୍ଶଲ ଅସିମ୍‌ ମୁନିର୍‌ ଓ ତାଙ୍କୁ ବିଶ୍ବରେ ବୁଲି ବୁଲି ବିଭିନ୍ନ ରାଷ୍ଟ୍ରଙ୍କଠାରୁ ଭିକାରୀଙ୍କ ପରି ଋଣ ମାଗିବାକୁ ପଡ଼ୁଛି

Shehbaz

Shehbaz Photograph: (Shehbaz )

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଦେଶର ଦୁର୍ବଳ ଆର୍ଥିକ ସ୍ଥିତିକୁ ପରୋକ୍ଷରେ ସ୍ବୀକାର କରିଛନ୍ତି। ସରିଫ କହିଛନ୍ତି, ପ୍ରତିରକ୍ଷା ବାହିନୀ ମୁଖ୍ୟ ଫିଲ୍ଡ ମାର୍ଶଲ ଅସିମ୍‌ ମୁନିର୍‌ ଓ ତାଙ୍କୁ ବିଶ୍ବରେ ବୁଲି ବୁଲି ବିଭିନ୍ନ ରାଷ୍ଟ୍ରଙ୍କଠାରୁ ଭିକାରୀଙ୍କ ପରି ଋଣ ମାଗିବାକୁ ପଡ଼ୁଛି। ଶୁକ୍ରବାର ଦେଶର ବଡ଼ ବଡ଼ ଶିଳ୍ପପତି ଓ ରପ୍ତାନିକାରୀଙ୍କୁ ସମ୍ମାନିତ କରିବାକୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ସରିଫ କହିଛନ୍ତି, ଯିଏ ଋଣ ମାଗିବାକୁ ଯିବ ତା’ର ମୁଣ୍ଡ ସର୍ବଦା ତଳକୁ ରହିଥାଏ। ବିଦେଶରୁ ଋଣ ପାଇବାକୁ ନିଜ ଆତ୍ମସମ୍ମାନକୁ ବଳିଦାନ ଦେବାକୁ ପଡ଼ୁଛି। ବନ୍ଧୁ ରାଷ୍ଟ୍ରମାନଙ୍କଠାରୁ ଋଣ ଆଣିବାକୁ ଆମକୁ ଯେପରି ଭାବେ ଅନୁରୋଧ କରିବାକୁ ପଡ଼ୁଛି ତାହା କେମିତି କହିବି। ବନ୍ଧୁ ରାଷ୍ଟ୍ର ଆମକୁ କେବେ ନିରାଶ କରିନାହାନ୍ତି। କିନ୍ତୁ ଯିଏ ଋଣ ମାଗିବ, ତା’ର ମୁଣ୍ଡ ସର୍ବଦା ତଳକୁ ହୋଇ ରହିଥାଏ।

ଏହି କାର୍ଯ୍ୟକ୍ରମ ଅବସରରେ ପାକିସ୍ତାନ ମୁସଲିମ୍‌ ଲିଗ୍‌ (ନୱାଜ) ନେତା ସରିଫ ୨୦୨୨ରେ କ୍ଷମତାକୁ ଆସିବା ସମୟରେ ଦେଶର ଅର୍ଥନୈତିକ ସ୍ଥିତି ଅତ୍ୟଧିକ ଖରାପ ଥିଲା ବୋଲି କହିଛନ୍ତି। ସାଧାରଣ ଲୋକଙ୍କୁ ବହୁ କଷ୍ଟ ସହିବାକୁ ପଡ଼ୁଥିଲା। କିନ୍ତୁ ଖରାପ ସମୟରେ ବନ୍ଧୁ ରାଷ୍ଟ୍ରମାନେ ପାକିସ୍ତାନକୁ ପୂରା ସମର୍ଥନ କରିଥିଲେ। ସେ ଓ ମୁନିର୍‌ ଅନେକ ଦେଶର ନେତାଙ୍କୁ ଭେଟି ବିଲିଅନ ଡଲାର ଋଣ ମାଗିଥିଲେ। କିନ୍ତୁ ଋଣ ମାଗିବା ସମୟରେ ନିଜ ଆତ୍ମ ସମ୍ମାନର ବଳିଦାନ ଦେବାକୁ ପଡ଼ିଥାଏ। ଅନେକ ସମୟରେ ନିଜ ଇଚ୍ଛା ବିରୋଧରେ କାମ କରିବାକୁ ପଡ଼ିଥାଏ।

ଆହୁରି ପଢନ୍ତୁ: Indonesia Crime: ପ୍ରେମ ହେଲା ଅପରାଧ:ସର୍ବସାଧାରଣରେ ପ୍ରେମୀଯୁଗଳଙ୍କୁ ଚାବୁକ୍ ମାଡ଼

ଅପରପକ୍ଷର ମନଇଚ୍ଛା ଦାବିକୁ ମଧ୍ୟ ମାନିବାକୁ ପଡ଼ିଥାଏ। ସାରା ବିଶ୍ବରେ ବୁଲି ବୁଲି ସେ ଓ ମୁନିର୍‌ ଋଣ ମାଗିବା ସମୟରେ ବହୁତ ଲଜ୍ଜା ଅନୁଭବ କରନ୍ତି ବୋଲି ସରିଫ କହିଛନ୍ତି। ପାକିସ୍ତାନର ଅର୍ଥନୈତିକ ବିକାଶ ପାଇଁ ସରିଫ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ସହିତ କଥାବାର୍ତ୍ତା କରୁଥିବା ସମୟରେ ଏହି ମନ୍ତବ୍ୟ ପ୍ରଦାନ କରିଛନ୍ତି। ପାକିସ୍ତାନ ତା’ର ବିଦେଶୀ ମୁଦ୍ରା ଭଣ୍ଡାର ଓ ଋଣ ପରିଚାଳନା ପାଇଁ ଚୀନ, ସାଉଦି ଆରବ, ୟୁଏଇ ଓ କତାରର ଆର୍ଥିକ ସହାୟତା ଉପରେ ନିର୍ଭରଶୀଳ। ଆଇଏମ୍‌ଏଫ୍‌ ଓ ସମ୍ପୃକ୍ତ ଦେଶମାନେ ପାକିସ୍ତାନକୁ ନିୟମିତ ଭାବେ ବିପୁଳ ଋଣ ପ୍ରଦାନ କରିଆସୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe