ନୂଆଦିଲ୍ଲୀ: ଘରୋଇ ଓ ଅନ୍ତର୍ଜାତୀୟ କ୍ରିକେଟର୍ରୁ ଆଜି ସକାଳେ ଅବସର ଘୋଷଣା କରିଥିଲେ କ୍ରିକେଟର୍ ଶିଖର ଧୱନ୍। ସେ ପ୍ରଶଂସକମାନଙ୍କ ପାଇଁ ଏକ ଭାବପ୍ରବଣଭରା ସୋସିଆଲ୍ ମିଡିଆ ପୋଷ୍ଟ୍ କରି ତାଙ୍କ ଅବସର ସଂପର୍କରେ ସୂଚନା ଦେଇଥିଲେ। ପୋଷ୍ଟରେ ସେ ସମସ୍ତ ପ୍ରକାରର କ୍ରିକେଟ୍ରୁ ଅବସର ନେଉଥିବା ଘୋଷଣା କରିଥିବା ବେଳେ ଏବେ ତାଙ୍କର ଅବସର ପରର ପ୍ରଥମ ସାକ୍ଷାତକାର ସାମ୍ନାକୁ ଆସିଛି |
ସାକ୍ଷାତକାରରେ ସେ ନିଜର ଆଗାମୀ ଯୋଜନା ବିଷୟରେ କହିଛନ୍ତି | ହିନ୍ଦୁସ୍ତାନ ଟାଇମ୍ସକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, “ମୋର ଦୃଷ୍ଟିକୋଣ ହେଉଛି ସଫଳ ହେବା ଏବଂ ଧନ ବୃଦ୍ଧି କରିବା | କେବଳ ମୋ ପାଇଁ ନୁହେଁ ବରଂ ଯେଉଁମାନେ ମୋ ଉଦ୍ୟମରେ ମୋ ସହ ଜଡିତ ଅଛନ୍ତି ସେମାନଙ୍କ ପାଇଁ | ବ୍ୟବସାୟ, ମନୋରଞ୍ଜନ କିମ୍ବା ରାଜନୀତି ହେଉ ମୁଁ ସବୁକିଛିରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ପ୍ରସ୍ତୁତ ଅଛି | ମୁଁ କେବଳ ସମୟର ସ୍ରୋତ ସହିତ ଯିବାକୁ ଚାହୁଁଛି | ମୋର ନୂଆ ସଂକଳ୍ପ ହେଉଛି ଯେ ମୁଁ ଭଗବାନଙ୍କ ସନ୍ତାନ | ଭଗବାନ ମୋତେ ଯାହା କରିବାକୁ କହିବେ ମୁ ତାହା କରିବି | ମୁଁ ଭଗବାନଙ୍କ ସନ୍ତାନ | ଭଗବାନ ମୋତେ ଯାହା କରିବାକୁ କହିବେ ମୁଁ ତାହା କରିବି | ”
ତେବେ ସକାଳେ ଧୱନ ମାଇକ୍ରୋବ୍ଲଗିଂ ସାଇଟ୍ ଏକ୍ସରେ ଏକ ଭିଡିଓ ପୋଷ୍ଟ୍ କରି ତାଙ୍କୁ ଦେଇଥିବା ଭଲପାଇବା ହେତୁ ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ କି ‘‘ଯେବେ ବି ମୁଁ ପଛକୁ ଦେଖୁଛି ଖାଲି ସ୍ମୃତି ପାଉଛି। ଭାରତ ପାଇଁ ଖେଳିବା ମୋର ସ୍ବପ୍ନ ଥିଲା। ସେ ସପ୍ନକୁ ମୁଁ ବଞ୍ଚିଛି। ମୁଁ ଅନେକ ଲୋକଙ୍କ ନିକଟରେ କୃତଜ୍ଞ। ବିଶେଷ କରି ମୋ ପରିବାର, ମୋ ପିଲାଦିନର କୋଚ୍ ଓ ପରେ ମୋ ଟିମ୍ ନିକଟରେ ମୁଁ କୃତଜ୍ଞ।’’
Follow Us