ତାରିଣୀ ମନ୍ଦିର ସମ୍ମୁଖରୁ ହଟିଲା ଜବରଦଖଲ, ଉଚ୍ଛେଦ ହେଲା ୫୦ରୁ ଅଧିକ ଦୋକାନ

Advertisment

ଜବରଦଖଲ ହଟାଇବା ପ୍ରକ୍ରିୟାକୁ ଜୋରଦାର କରିଛି ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)। ଗତକାଲି ଆର୍‌ଏମ୍‌ସି ପକ୍ଷରୁ ତାରିଣୀ ମନ୍ଦିର ସମ୍ମୁଖରୁ ପାନପୋଷ ଛକ ପର୍ଯ୍ୟନ୍ତ ପ୍ରାୟ ୫୦ରୁ ଅଧିକ ଦୋକାନ ଉଚ୍ଛେଦ କରାଯାଇଛି।

bnj

ରାଉରକେଲା: ଜବରଦଖଲ ହଟାଇବା ପ୍ରକ୍ରିୟାକୁ ଜୋରଦାର କରିଛି ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)। ଗତକାଲି ଆର୍‌ଏମ୍‌ସି ପକ୍ଷରୁ ତାରିଣୀ ମନ୍ଦିର ସମ୍ମୁଖରୁ ପାନପୋଷ ଛକ ପର୍ଯ୍ୟନ୍ତ ପ୍ରାୟ ୫୦ରୁ ଅଧିକ ଦୋକାନ ଉଚ୍ଛେଦ କରାଯାଇଛି। ଗତକାଲି ସକାଳେ ଆର୍‌ଏମ୍‌ସି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ।‌ ଜେସିବି ଲଗାଇ ଦୋକାନଗୁଡ଼ିକୁ ଉଚ୍ଛେଦ କରୁଥିବାବେଳେ ଦୋକାନୀ ଓ ଆର୍‌ଏମ୍‌ସି ଅଧିକାରୀଙ୍କ ମଧ୍ୟରେ ମୁହଁମୁହିଁ ସ୍ଥିତି ଉପୁଜିଥିଲା। ଥଇଥାନ ନ କରି ଦୋକାନଗୁଡିକୁ ହଟାଇବାକୁ ଦୋକାନୀମାନେ ଜିଦ୍‌ ଧରିଥିଲେ। ଯାହାକୁ ନେଇ ଘଟଣାସ୍ଥଳରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା। ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଥିଲା।

ତାରିଣୀମନ୍ଦିର ସମ୍ମୁଖରୁ ପାନପୋଷ ଗାନ୍ଧି ଛକ ପର୍ଯ୍ୟନ୍ତ ପ୍ରାୟ ୫୦ଟି ଅସ୍ଥାୟୀ ଦୋକାନୀକୁ ହଟାଇଯାଇଛି। ଆଗାମୀ ଦିନରେ ତାରିଣୀ ମନ୍ଦିର ପାର୍ଶ୍ବ ଓ ସରକାରୀ ସ୍ବୟଂ ଶାସିତ କଲେଜ ସମ୍ମୁଖରୁ ଦୋକାନୀ ହଟାଯିବ ବୋଲି ଆର୍‌ଏମ୍‌ସି ପକ୍ଷରୁ କୁହାଯାଇଛି। ସରକାରୀ କଲେଜ  ସମ୍ମୁଖରେ ଗତ ବର୍ଷକ ମଧ୍ୟରେ ୨୦ରୁ ଅଧିକ ଦୋକାନ ରହିଛି। ମୁଖ୍ୟ ରାସ୍ତାରେ ପାର୍ଶ୍ବରେ ଦୋକାନଗୁଡ଼ିକ ରହିଥିବାରୁ ଅଧିକାଂଶ ସମୟରେ ଟ୍ରାଫିକ ସମସ୍ୟା ଉପୁଜିଛି। ରାତି ସମୟରେ ସ୍ଥିତି ଆହୁରି ସଙ୍ଗୀନ ହେଉଛି। ବାରମ୍ବାର ଅଭିଯୋଗ ସତ୍ବେ ଆର୍‌ଏମ୍‌ସି ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଗୋଟିଏ ପରେ ଗୋଟିଏ ଦୋକାନୀ ରାସ୍ତା ପାର୍ଶ୍ବ ଜାଗା ମାଡ଼ିବସି ଦୋକାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe