ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଓପନର୍ ଶିଖର ଧାୱନ ପୁଣି ଥରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ପ୍ରେମିକା ସୋଫି ସାଇନ୍ଙ୍କ ସହ ନିର୍ବନ୍ଧ ହୋଇଯାଇଥିବାର ଖବର ସାର୍ବଜନୀନ କରି ପ୍ରଶଂସକଙ୍କୁ ସୋମବାର ଏହି ଖୁସି ଖବର ଦେଇଛନ୍ତି ସେ। ସୋଫି ଓ ସେ ସଂପର୍କରେ ଥିବା ଧାୱନ ଗତ ମେ ପହିଲାରେ ସ୍ବୀକାର କରିଥିଲେ। ସୋଫି ମଧ୍ୟ ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ସୋମବାର ଏକ ସୁନ୍ଦର ଫଟୋ ପ୍ରକାଶ କରି ଏକଥା ସ୍ବୀକାର କରିଛନ୍ତି।
ଏଥିରେ ସେ ଧାୱନଙ୍କ ହାତ ଉପରେ ହାତ ରଖି ପିନ୍ଧିଥିବା ନିର୍ବନ୍ଧ ମୁଦିକୁ ଦେଖାଉଛନ୍ତି। ତଳେ କ୍ୟାପସନ୍ ଲେଖିଛନ୍ତି ‘ମେ ଜୀବନ’। ପଛପଟେ ହୃଦୟ ଆକୃତିର ଫୁଲ ଗୁଚ୍ଛା ରଖିବାକୁ ଭୁଲି ନାହାନ୍ତି। ଧାୱନ ମଧ୍ୟ ବେଶ୍ ରସିକିଆ ଢଙ୍ଗରେ ସୋଫି ଓ ତାଙ୍କର ନିର୍ବନ୍ଧ ହୋଇ ସାରିଥିବା କଥା କହିଛନ୍ତି। ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ପୃଷ୍ଠାରେ ଲେଖିଛନ୍ତି, ଏକାଠି ଖୁସି ହେବା ଓ ସ୍ବପ୍ନ ଦେଖିବା,, ସବୁକିଛି ପାଇଁ ଅଶେଷ ଅଶେଷ ଧନ୍ୟବାଦ ପ୍ରେୟସୀ।
ଆହୁରି ପଢନ୍ତୁ: Womens Premier League : ନିର୍ବାଚନ ଲାଗି ବିନା ଦର୍ଶକରେ ଖେଳାଯିବ WPLର ୨ ମ୍ୟାଚ୍ !
ଆମ ନିର୍ବନ୍ଧ ଓ ସବୁଦିନ ଏକାଠି ରହିବାର ଆଶା ପାଇଁ ସମସ୍ତଙ୍କ ଆଶୀର୍ବାଦ ଲୋଡ଼ୁଛି। ସୂଚନାଯୋଗ୍ୟ ଯେ ଧାୱନ ପୂର୍ବରୁ ଆୟେଶା ବାନାର୍ଜୀଙ୍କୁ ୨୦୧୧ରେ ବିବାହ କରିଥିଲେ। ଉଭୟଙ୍କର ଜୋରାବର ନାମରେ ଗୋଟିଏ ୧୧ବର୍ଷର ପୁଅ ରହିଛି। ତେବେ ବାରମ୍ବାର ମନୋମାଳିନ୍ୟ ହେବା ପରେ ଆୟେଶାଙ୍କୁ ଧାୱନ ୨୦୨୩ ମସିହାରେ ଛାଡ଼ପତ୍ର ଦେଇଥିଲେ। ଏହା ପରେ ସୋଫିଙ୍କ ସଂସ୍ପର୍ଶରେ ଆସିଥିଲେ।
ଆହୁରି ପଢନ୍ତୁ: IPhone Export: ୨ ଲକ୍ଷ କୋଟିର ଆଇଫୋନ୍ ରପ୍ତାନୀ: ୨୦୨୪ ତୁଳନାରେ ୮୫% ଅଧିକ
ଗତ ଚାମ୍ପିଅନ୍ସ ଟ୍ରଫି ବେଳେ ଧାୱନ ଓ ସୋଫିଙ୍କୁ ଏକାଠି ବହୁ ସମୟ କଟାଉଥିବା ଦେଖିବାକୁ ମିଳିଥିଲା। ସୋଫି ଜଣେ ଅର୍ଥଶାସ୍ତ୍ରୀ ପରାମର୍ଶଦାତା ହୋଇଥିଲା ବେଳେ କ୍ରିକେଟ୍ରୁ ଅବସର ନେବା ପରେ ଧାୱନ ବିଭିନ୍ନ କ୍ରିକେଟ୍ ମ୍ୟାଚ୍ର ଧାରାବିବରଣୀ ପ୍ରଦାନ କରୁଛନ୍ତି। ସୋଫି ଓ ସେ କରୁଥିବା ସର୍ଟ ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ବେଶ୍ ଲୋକପ୍ରିୟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2026/01/12/e4810b1f-b2d5-4e47-9c0c-0899d4d00ff4-2026-01-12-19-52-29.jpg)