ତାତୁଛି ମାଟି, ବାହାରୁଛି ଧୂଆଁ: ଲୋକେ ଆତଙ୍କିତ

ଗଂଜାମ ଜିଲ୍ଲା ଧରାକୋଟ ବ୍ଲକ ଜଗମୋହନ ପଂଚାୟତ ଅନ୍ତର୍ଗତ ନାରାୟଣପୁର ଗ୍ରାମରେ ମାଟି ଉତ୍ତପ୍ତ ରହିବା ସହ ବାହାରୁଛି ଧୂଆଁ। ଆଜି ସକାଳୁ ଗ୍ରାମର ରାସ୍ତା କଡରେ ଏପରି ଧୂଆଁ ବାହାରିବାର କିଛି ଲୋକ ଦେଖି ଗ୍ରାମରେ ଜଣାଇଥିଲେ।

smoke

ବ୍ରହ୍ମପୁର: ଗଂଜାମ ଜିଲ୍ଲା ଧରାକୋଟ ବ୍ଲକ ଜଗମୋହନ ପଂଚାୟତ ଅନ୍ତର୍ଗତ ନାରାୟଣପୁର ଗ୍ରାମରେ ମାଟି ଉତ୍ତପ୍ତ ରହିବା ସହ ବାହାରୁଛି ଧୂଆଁ। ଆଜି ସକାଳୁ ଗ୍ରାମର ରାସ୍ତା କଡରେ ଏପରି ଧୂଆଁ ବାହାରିବାର କିଛି ଲୋକ ଦେଖି ଗ୍ରାମରେ ଜଣାଇଥିଲେ। ଗ୍ରାମ ଲୋକ ସେଠାରେ ପହଁଚି ଦେଖିଥିଲେ ଯେ ମାଟି ତଳୁ ଧୂଆଁ ବାହାରୁଥିବା ସ୍ଥାନର ଆଖପାଖ ସ୍ଥାନର ମାଟି ଜୋରରେ ଉତ୍ତପ୍ତ ରହିଛି।

ପରେ ସମୟ ବଢିବା ସହ ସେଠାରୁ ଅଧିକରୁ ଅଧିକ ଧୂଆଁ ବାହାରୁଥିବାରୁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ସେଠାରେ ଜଗି ରହିଛନ୍ତି | ଯାହାକୁ ଦେଖିବା ପାଇଁ ଏବେ ଆଖପାଖ ଅଞ୍ଚଳର ଲୋକ ବି ଭିଡ଼ ଜମାଇଲେଣି। ଏପଟେ ଗ୍ରାମ ଲୋକ ସେଠାରେ ପୂଜା କରୁଥିବା ମଧ୍ୟ ଦେଖା ଦେଇଛି। ହେଲେ ମାଟି ତଳୁ ଏପରି କାହିଁକି ଓ କଣ ପାଇଁ ଧୂଆଁ ବାହାରୁଛି ଏବଂ ମାଟି ଉତ୍ତପ୍ତ କଣ ପାଇଁ ରହୁଛି ତାହା କୁ ନେଇ ଗ୍ରାମବାସୀମାନେ ଗୋଟିଏ ପ୍ରକାର ଭୟରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe