ଆସିଲା ବର୍ଷା, ବଢ଼ିଲା ସାପ ଭୟ

Advertisment

ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ଗତ ୩ ବର୍ଷ ୫ ମାସ ଅର୍ଥାତ୍‌ ୪୧ ମାସରେ ୭୧୯ ଜଣ ସାପକାମୁଡ଼ାର ଶିକାର ହୋଇଛନ୍ତି। ଅର୍ଥାତ୍‌ ମାସକୁ ୧୭ ଜଣ ସାପ କାମୁଡ଼ାରେ ଶିକାର ହେଉଛନ୍ତି।

ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ଗତ ୩ ବର୍ଷ ୫ ମାସ ଅର୍ଥାତ୍‌ ୪୧ ମାସରେ ୭୧୯ ଜଣ ସାପକାମୁଡ଼ାର ଶିକାର ହୋଇଛନ୍ତି। ଅର୍ଥାତ୍‌ ମାସକୁ ୧୭ ଜଣ ସାପ କାମୁଡ଼ାରେ ଶିକାର ହେଉଛନ୍ତି।

36aeae38-ea91-4cfc-be0d-9883ee776bed

ରାଉରକେଲା: ଆସିଲା ବର୍ଷା। ଗାଁଠୁ ସହର ଯାଏ ବଢ଼ିଲା ବିଷାକ୍ତ ସାପ ଭୟ। ଲହୁଣୀପଡ଼ା ବ୍ଲକ କୁର୍ଡା ହତୀବାହାଲ ଗ୍ରାମର ଲକ୍ଷ୍ମୀ ମୁଣ୍ଡା (୪୫)। ପରିବାର ସହ ‌ଶୋଇଥିବାବେଳେ ବିଷଧର ସାପ କାମୁଡ଼ିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଲହୁଣିପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ଶୋଇଥିବା ସମୟରେ ସାପକାମୁଡ଼ାରେ କୁଆରମୁଣ୍ଡା ପୁଟୁରିଖମଣର ନାବାଳିକା  ଆନାମିକା ‌ଟେଟେ (୭)ଙ୍କ ଜୀବନ ଯାଇଛି। ସାପକୁମଡ଼ାରେ ଏଭଳି ଅନେକ ମୂଲ୍ୟବାନ ଜୀବନ ଯାଉଛି।  

ଅନୁସନ୍ଧାନରୁ ଜଣାଯାଇଛି, ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ଗତ ୩ ବର୍ଷ ୫ ମାସ ଅର୍ଥାତ୍‌ ୪୧ ମାସରେ ୭୧୯ ଜଣ ସାପକାମୁଡ଼ାର ଶିକାର ହୋଇଛନ୍ତି। ଅର୍ଥାତ୍‌ ମାସକୁ ୧୭ ଜଣ ସାପ କାମୁଡ଼ାରେ ଶିକାର ହେଉଛନ୍ତି। ଏମାନଙ୍କ ମଧ୍ୟରୁ କେତେକଙ୍କ ଜୀବନ ମଧ୍ୟ ଯାଇଛି। ବର୍ଷାରେ ଘର ଚତୁଃପାର୍ଶ୍ବକୁ ସଫାସୁତୁରା ରଖୁ ନଥିବାରୁ ଏଭଳି ଅଘଟଣ ଘଟୁଛି। ସେମିତି ସାପକାମୁଡ଼ା ରୋଗୀଙ୍କୁ ଭଲ କରିବାକୁ କିଛି ଲୋକଙ୍କ ଗୁଣିଆଙ୍କ ଝଡାଫୁଙ୍ଖା ଉପରେ ବିଶ୍ବାସ କରୁଛନ୍ତି। ବିଳମ୍ବରେ ଡାକ୍ତରଖାନା ଅଣାଯାଉଥିବାରୁ ସାପକାମୁଡ଼ା ରୋଗୀଙ୍କର ମୃତ୍ୟୁ ହୋଇଯାଉଛି।

ଆର୍‌ଜିଏଚ୍‌ ମିଳିଥିବା ତଥ୍ୟ ଅନୁଯାୟୀ ଗତ ୨୦୨୨ରେ ୨୦୧ ରୋଗୀ ସାପକାମୁଡ଼ାରେ ଶିକାର ହୋଇଥିଲେ। ୨୦୨୩ରେ  ୧୩୨ ଜଣ ଓ ୨୦୨୪ରେ ସର୍ବାଧିକ ୩୧୦  ରୋଗୀ ସାପକାମୁଡ଼ାରେ ଶିକାର ହୋଇ ଆର୍‌ଜିଏଚ୍‌ରେ ଭର୍ତ୍ତି ହୋଇଥିଲେ। ସେମିତି ୨୦୨୫ ଜୁନ୍‌ ଦ୍ବିତୀୟ ସପ୍ତାହ ପର୍ଯ୍ୟନ୍ତ ମୋଟ ୭୬ ଜଣ ସାପକାମୁଡ଼ା ରୋଗୀ ଆର୍‌ଜିଏଚ୍‌କୁ ଆସିଛନ୍ତି। ୨୦୨୫ ଜାନୁଆରି ମାସରେ  ମାତ୍ର ୨ ଜଣ ସାପ କାମୁଡ଼ା ରୋଗୀ ଆର୍‌ଜିଏଚ୍‌କୁ ଆସିଥିଲେ। ଫେବ୍ରୁଆରିରେ ୭, ମାର୍ଚ୍ଚରେ ୧୨, ଏପ୍ରିଲରେ ୧୩ , ମେରେ ୨୭, ଜୁନ୍‌ ଦ୍ବିତୀୟ ସପ୍ତାହ ସୁଦ୍ଧା ୧୭ରୁ ଅଧିକ ସାପ କାମୁଡ଼ା ରୋଗୀ ଆର୍‌ଜିଏଚ୍‌କୁ ଆସିଛନ୍ତି।

ମେ ଓ  ଅଗଷ୍ଟ, ଚାରି ମାସରେ ଅଧିକାଂଶ ଲୋକ ସାପ କାମୁଡ଼ାରେ ଶିକାର ହେଉଛନ୍ତି। ସହର ଅପେକ୍ଷା ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରୁ ଅଧିକ ସଂଖ୍ୟାରେ ସାପକାମୁଡ଼ା ରୋଗୀ ଆର୍‌ଜିଏଚ୍‌କୁ ଆସୁଥିବା ଚିକିତ୍ସାଧୀନ ଡାକ୍ତରମାନେ କହିଛନ୍ତି। ସାପକାମୁଡ଼ାରେ ମୃତ୍ୟୁବରଣ କରୁଥିବା ମୃତକଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଦିଆଯାଉଛି। ମାତ୍ର ବର୍ଷାଦିନେ ବଢ଼ି ଚାଲିଥିବା ସାପକାମୁଡ଼ାକୁ ରୋକିବାକୁ ସରକାରଙ୍କୁ ସେମିତି କୌଣସି ପଦକ୍ଷେପ ନିଆଯାଉ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe