ରାଜନାନ୍ଦଗ୍ରାମ: ଛତିଶଗଡ଼ର ରଜନାନ୍ଦଗ୍ରାମରେ ଜଣେ ସାପୁଆ କେଳାକୁ ପାଞ୍ଚ ମାସର ଏକ ଶିଶୁ ବେକରେ ସାପକୁ ଗୁଡାଇ ଖେଳା ଦେଖାଇବା ମହଙ୍ଗା ପଡ଼ିଲା। ଖେଳା ଦେଖାଉଥିବା ସମୟରେ ସାପଟି ଶିଶୁକୁ ଚୋଟ ମାରିଥିଲା, ଫଳରେ ତା’ର ମୃତ୍ୟୁ ହୋଇଯାଇଥିଲା। ପୁଲିସ ସାପୁଆ କେଳାକୁ ଗିରଫ କରି ନେଇଛି।
ସୂଚନାଯୋଗ୍ୟ, ମୋହାରାରେ ବସବାସ କରୁଥିବା ସାପୁଆ କେଳା ବିଲ୍ଲରାମ ମରକାମ ନଗରର ସିଂଗଦଇ ଓ୍ଵାର୍ଡରେ ଖେଳ ଦେଖାଉଥିଲେ। ଏହି ସମୟରେ ପାଞ୍ଚ ମାସର ଶିଶୁକୁ ନାଗ ଦେବତାଙ୍କ ଆର୍ଶୀବାଦ ଦେବାକୁ କହି ତା’ର ବେକରେ ସାପକୁ ଗୁଡ଼ାଇ ଦେଇଥିଲା। ଲୋକମାନେ ଖେଳ ଦେଖିବାରେ ବ୍ୟସ୍ତ ହୋଇ ପଡ଼ିଥିଲେ। ଏହି ସମସୟରେ ସାପଟି ଶିଶୁକୁ ଚୋଟ ଟିଏ ମାରିଥିଲା ଓ ଶିଶୁର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଶିଶୁଟିକୁ ନେଇ ତୁରନ୍ତ ମେଡିକାଲ କଲେଜ ହସ୍ପିଟାଲ ଯାଇଥିଲେ ହେଁ ସେଠାରେ ଡାକ୍ତର ଶିଶୁକୁ ମୃତବୋଲି ଘୋଷଣା କରିଥିଲେ। ବସନ୍ତପୁର ପୁଲିସ ବିଲ୍ଲରାମକୁ ଗିରଫ କରି ନେଇଛି।
Follow Us