ନିଖୋଜ ଛାତ୍ରଙ୍କୁ ଉଦ୍ଧାର କାର୍ଯ୍ୟବେଳେ କାମୁଡ଼ିଲା ସାପ: ଅଗ୍ନିଶମ କନେଷ୍ଟବଳ ଗୁରୁତର

Advertisment

ନିଖୋଜ ଛାତ୍ରଙ୍କୁ ଖୋଜୁଥିବାବେଳେ ଅଗ୍ନିଶମ କନେଷ୍ଟବଳ ରାମପ୍ରସାଦ ମାଝି ବିଷାକ୍ତ ସାପ କାମୁଡ଼ାରେ ଶିକାର ହୋଇଛନ୍ତି। ତାଙ୍କୁ ପ୍ରଥମେ ଗୁରୁଣ୍ଡିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)କୁ ସ୍ଥାନାନ୍ତର କରାଯାଇଛି।

ନିଖୋଜ ଛାତ୍ରଙ୍କୁ ଖୋଜୁଥିବାବେଳେ ଅଗ୍ନିଶମ କନେଷ୍ଟବଳ ରାମପ୍ରସାଦ ମାଝି ବିଷାକ୍ତ ସାପ କାମୁଡ଼ାରେ ଶିକାର ହୋଇଛନ୍ତି। ତାଙ୍କୁ ପ୍ରଥମେ ଗୁରୁଣ୍ଡିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)କୁ ସ୍ଥାନାନ୍ତର କରାଯାଇଛି।

Mother and daughter died of snake bite

ରାଉରକେଲା/ଗୁରୁଣ୍ଡିଆ: ସୁନ୍ଦରଗଡ ଜିଲ୍ଲା ଗୁରୁଣ୍ଡିଆ ବାଦଲଗିରି ଜଳପ୍ରପାତରେ ବୁଡ଼ି ନିଖୋଜ ହୋଇଯାଇଥିବା ଛାତ୍ର ଗୌର ବିପ୍ରବ (୨୨)ଙ୍କର ତିନି ଦିନ ପରେ ବି ପତ୍ତା ମିଳୁନି। ଗତକାଲି (ମଙ୍ଗଳବାର) ତୃତୀୟ ଦିନରେ ନିଖୋଜ ଛାତ୍ରଙ୍କୁ ଖୋଜୁଥିବାବେଳେ ଅଗ୍ନିଶମ କନେଷ୍ଟବଳ ରାମପ୍ରସାଦ ମାଝି ବିଷାକ୍ତ ସାପ କାମୁଡ଼ାରେ ଶିକାର ହୋଇଛନ୍ତି। ତାଙ୍କୁ ପ୍ରଥମେ ଗୁରୁଣ୍ଡିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)କୁ ସ୍ଥାନାନ୍ତର କରାଯାଇଛି। ରାମପ୍ରସାଦଙ୍କ ସହ ଉଦ୍ଧାରକାର୍ଯ୍ୟରେ ସାମିଲ ହୋଇଥିବା ଅନ୍ୟମାନେ ବର୍ତ୍ତିଯାଇଛନ୍ତି।

 ରାମପ୍ରସାଦଙ୍କୁ ଆର୍‌ଜିଏଚ୍‌ରେ ୨୪ ଘଣ୍ଟିଆ ଅବ୍‌ଜରଭେସନ୍‌ରେ ରଖାଯାଇଛି ବୋଲି ଡାକ୍ତର କହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଗତ ୬ ତାରିଖରେ ବାଦଲଗିରି ଜଳପ୍ରପାତକୁ ବଣଭୋଜି କରିବାକୁ ଯାଇଥିବା ରାଜଗାଙ୍ଗପୁର ସହରର ୧୩ ଜଣଙ୍କ ମଧ୍ୟରୁ ଗୌରବ ବିପ୍ରବ(୨୨) ଗାଧୋଉଥିବାବେଳେ ବୁଡ଼ି ଯାଇ ନିଖୋଜ ହୋଇଯାଇଥିଲେ। ଗୁରୁଣ୍ଡିଆ ଅଗ୍ନିଶମ କର୍ମଚାରୀ ଓ ସ୍ଥାନୀୟ ଲୋକ ସଂଧ୍ୟା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲେ ହେଁ ଛାତ୍ରଙ୍କ ପତ୍ତା ମିଳି ନଥିଲା। ଗତକାଲି ଗୁରୁଣ୍ଡିଆ, ଲହୁଣିପଡ଼ା ଅଗ୍ନିଶମ କର୍ମଚାରୀ ଓ ସ୍ଥାନୀୟ ଲୋକ ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ଗୁରୁଣ୍ଡିଆ ଟିମ୍‌ରେ ସାମିଲ ହୋଇଥିଲେ ଅଗ୍ନିଶମ କନେଷ୍ଟବଳ ରାମପ୍ରସାଦ ମାଝି। ଜଳପ୍ରପାତ ପାଣିରେ‌ ଖୋଜୁଥିବାବେଳେ ହଠାତ୍‌ ଏକ ବିଷାକ୍ତ ସାପ ରାମପ୍ରସାଦଙ୍କ ବାମଗୋଡ଼କୁ କାମୁଡ଼ିଦେଇଥିଲା। ଉଦ୍ଧାରକାର୍ଯ୍ୟର ସାମିଲ ସହଯୋଗୀ କର୍ମଚାରୀ ଉଦ୍ଧାର କରି ତାଙ୍କୁ ଗୁରୁଣ୍ଡିଆ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ରବିବାର ରାଜଗାଙ୍ଗପୁର ସହରର ଗୌରବ ତା’ର ସାଙ୍ଗ ଚନ୍ଦନ ବରୁଆ, ଅଙ୍କିତ ବଡ଼ାଇକ, ବିବେକ ସାମଦ, ଆଶିଷ ମିଞ୍ଜ, ରାହୁଲ ବଡ଼ାଇକ, ଅମନ ବର୍ମା, ୱାଲଟର ଗୁଡ଼ିଆ, ଅମର କୁମାର ମସାନ୍ତ, ଓମପ୍ରକାଶ ସମ୍‌ସାର ଅଲ୍ଲୀ, ରାଜା ତନ୍ତୀ ଏମିତି ୧୩ ଜଣ ଏକ ପିକ୍‌ଅପ୍‌ରେ ବାଦଲଗିରି ଜଳପ୍ରପାତକୁ ବଣଭୋଜି କରିବାକୁ ଯାଇଥିଲେ। ଗୌରବ ଓ ତା’ଙ୍କ ୪ ସାଙ୍ଗ ଜଳପ୍ରପାତକୁ ଗାଧୋଇବାକୁ ଯାଇଥିଲେ। ଅନ୍ୟମାନେ ରୋଷେଇ କରୁଥିଲେ। ଗୌରବ ଓ ତା’ର ଚାରି ସାଙ୍ଗ ଗଭୀର ଜଳପ୍ରପାତରେ ଗାଧୋଉଥିବାବେଳେ ପଥରରେ ଗୋଡ଼ ଖସିଯିବାରୁ ବୁଡ଼ିଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe