ଭୁବନେଶ୍ୱର ବିଜେଡି କଳିରେ ବଡ଼ ଆକ୍ସନ:ବାୟା, ଲିଟୁଙ୍କୁ କାରଣ ଦର୍ଶାଅ ନୋଟିସ

Advertisment

ଶଙ୍ଖ ଭବନରେ ସପ୍ତାହକ ତଳେ ହୋଇଥିବା ବିଜେଡି କଳିକୁ ନେଇ ବଡ଼ ଆକ୍ସନ ନିଆଯାଇଛି | ବିଜେଡି କର୍ପୋରେଟର ଅମରେଶ ଜେନା, ବିରଞ୍ଚି ନାରାୟଣ ମହାଶୂପକାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ ରାଉତ |

Updated On

ଶଙ୍ଖ ଭବନରେ ସପ୍ତାହକ ତଳେ ହୋଇଥିବା ବିଜେଡି କଳିକୁ ନେଇ ବଡ଼ ଆକ୍ସନ ନିଆଯାଇଛି | ବିଜେଡି କର୍ପୋରେଟର ଅମରେଶ ଜେନା, ବିରଞ୍ଚି ନାରାୟଣ ମହାଶୂପକାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ ରାଉତ |

ଅଦ୍ୟତନ ହୋଇଛି
Marraige

ଭୁବନେଶ୍ୱର: ଶଙ୍ଖ ଭବନରେ ସପ୍ତାହକ ତଳେ ହୋଇଥିବା ବିଜେଡି କଳିକୁ ନେଇ ବଡ଼ ଆକ୍ସନ ନିଆଯାଇଛି | ବିଜେଡି କର୍ପୋରେଟର ଅମରେଶ ଜେନା, ବିରଞ୍ଚି ନାରାୟଣ ମହାଶୂପକାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ ରାଉତ | ଏହା ସହିତ ବିଜେଡି ନେତା ରାଜେଶ ପାତ୍ର ଓ ବିଜୁ ଛାତ୍ର ଜନତା ଦଳ ନେତା ବିବେକ ସ୍ୱାଇଁଙ୍କୁ ବି ନୋଟିସ ଜାରି କରି କାହିଁକି ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବ ତାର ଉତ୍ତର ୧୫ ଦିନ ଭିତରେ ଦେବାକୁ ନୋଟିସରେ ଉଲ୍ଲେଖ ରହିଛି | ବାସ୍ତବରେ ସପ୍ତାହକ ତଳେ ଏକ ବୈଠକ ବସିଥିଲା | ଅଧଘଣ୍ଟାଏ ପରେ ଲିଟୁ-ବାଇଁଆ ଏକତ୍ର ବୈଠକ ସ୍ଥଳରେ ପ୍ରବେଶ କରିଥିଲେ। ସେମାନଙ୍କୁ ଦେଖି ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସମେତ ଏକାମ୍ର ଓ ମଧ୍ୟ ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ସମସ୍ତ ୱାର୍ଡର କର୍ପୋରେଟର ଉଠି ବାହାରକୁ ଚାଲି ଆସିଥିଲେ। ଏମାନଙ୍କୁ ବୁଝାଇବା ପାଇଁ ଦେବୀ ମିଶ୍ର, ପ୍ରଣବ ପ୍ରକାଶ ଦାସ ଓ ଅରୁଣ ସାହୁ ପ୍ରମୁଖ ସେମାନଙ୍କ ପଛେ ପଛେ ଆସିଥିଲେ।

କିନ୍ତୁ ଲିଟୁ-ବାଇଁଆ ଶଙ୍ଖ ଭବନ ନ ଛାଡ଼ିଲେ ବୈଠକରେ ସେମାନେ ଯୋଗ ଦେବେ ନାହିଁ ବୋଲି ସଫା ସଫା ଶୁଣାଇଥିଲେ। ଏହାକୁ ନେଇ ସେଠାରେ କର୍ପୋରେଟରମାନଙ୍କ ସହ ବରିଷ୍ଠ ନେତାମାନଙ୍କର ଭୀଷଣ ଯୁକ୍ତିତର୍କ ହୋଇଥିଲା। ସେ ଦୁଇ ଜଣଙ୍କୁ ବୈଠକରୁ ବାହାର କରାଯିବ ବୋଲି ପ୍ରତିଶ୍ରୁତି ମିଳିଲା ପରେ ସେମାନେ ବୈଠକକୁ ଫେରିଥିଲେ। ଏହି ସମୟରେ ବାଇଁଆ ଓ ଲିଟୁ ଶଙ୍ଖ ଭବନରୁ ବାହାରି ଯାଇଥିଲେ। ଉଭୟ ଯିବା ପରେ ବୈଠକ ପୂର୍ବବତ୍‌ ଆରମ୍ଭ ହୋଇଥିଲା। କିନ୍ତୁ ବୈଠକରେ ବାଇଁଆ ଓ ଲିଟୁଙ୍କ କାର୍ଯ୍ୟକଳାପକୁ ନେଇ ବହୁ କର୍ପୋରେଟର ଅସନ୍ତୋଷ ପ୍ରକାଶ କରିଥିଲେ।

ଏହି ସମୟରେ କର୍ପୋରେଟର୍‌ ଅମରେଶ ଜେନା(ବାଇଁଆ) ଓ ବିରଞ୍ଚି ନାରାୟଣ ମହାସୂପକାର(ଲିଟୁ)ଙ୍କୁ ବୈଠକରେ ବିରୋଧ ହେବା ପରେ ସେମାନେ ନୂଆ ପ୍ରସଙ୍ଗ ଉଠାଇଥିଲେ।  ଏକାମ୍ର ନିର୍ବାଚନମଣ୍ଡଳୀର ବିଜୁ ଯୁବ ଜନତା ଦଳର ସଭାପତି ତଥା ୬୫ ନମ୍ବର ୱାର୍ଡର ବିଜେଡି କର୍ପୋରେଟର ପ୍ରାର୍ଥୀ ରାଜେଶ ପାତ୍ର ବିଜେପିର ସଦସ୍ୟ ହୋଇଛନ୍ତି ବୋଲି ସେମାନେ ଅଭିଯୋଗ କରିବା ସହ ନବୀନ ନିବାସ ଯାଇ ସଭାପତିଙ୍କୁ ଅବଗତ କରାଇବେ ବୋଲି ଚେତାବନୀ ଦେଇଥିଲେ। ଉଭୟ ଗଣମାଧ୍ୟମକୁ ରାଜେଶଙ୍କ ବିଜେପି ସଦସ୍ୟତାର ପ୍ରମାଣ ଦେଖାଇଥିଲେ। ଏହାପରେ ପରସ୍ପର ବିରୋଧରେ ଥାନାରେ ଅଭିଯୋଗ କରିଥିଲେ |

ସେପଟେ ପୁରୀ ଲୋକନାଥ ମନ୍ଦିରରେ ଏକାଠି ହେଲେ ଭୁବନେଶ୍ୱର ମହାନଗର ନିଗମର ବିଜେଡି କର୍ପୋରେଟର । ଲୋକନାଥଙ୍କ ପାଖରେ ନିଜ ଭିତରେ ଏକତ୍ଵ ବଜାୟ ରଖିବାକୁ ପ୍ରାର୍ଥନା କରିବା ସହ ନବୀନ କିପରି ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ସେନେଇ ପ୍ରାର୍ଥନା କରିଛନ୍ତି ବୋଲି କହିଛନ୍ତି ବିଜେଡି କର୍ପୋରେଟର । ଆଜି ଏକ ଧଳା ବସ୍ ଯୋଗେ ମଧ୍ୟ ଓ ଏକାମ୍ରର ପ୍ରାୟ ୩୦ ବିଧାୟକ ଲୋକନାଥ ମନ୍ଦିର ଆସି ଦର୍ଶନ କରିଛନ୍ତି । ବାବା ଲୋକନାଥଙ୍କ ପାଖରେ ପ୍ରାୟ ଅଧଘଣ୍ଟାର ପୂଜାର୍ଚ୍ଚନା କରିବା ସହ ବେଲପତ୍ର ଓ କ୍ଷୀର ସମର୍ପଣ କରିଛନ୍ତି । ତେବେ କର୍ପୋରେଟରମାନଙ୍କ ଭିତରେ କୌଣସି କନ୍ଦଳ ନଥିବା କଥା ପ୍ରତିକ୍ରିୟା ଦେଇଥିଲେ ମଧ୍ୟ ସମସ୍ତଙ୍କ ଭିତରେ ଏକତ୍ଵ ବଜାୟ ରହୁ ବୋଲି ପ୍ରାର୍ଥନା କରିଛୁ ବୋଲି କହିଛନ୍ତି ବିଜେଡି କର୍ପୋରେଟର । ତେବେ ଯେଉଁ ସନ୍ଦେହ ରହିଥିଲା ଏହି ମେଳି ବିଜେଡି କର୍ପୋରେଟରଙ୍କୁ ଏକାଠି ହୋଇ ରହିବା ପାଇଁ ଶପଥ ପାଠ ନେବାକୁ ହୋଇଛି, ସେ ସନ୍ଦେହ ଆହୁରି ଦୃଢୀଭୂତ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe