ବାପାର କାଠଫାଳ ମାଡ଼ରେ ପୁଅର ମୃତ୍ୟୁ

Advertisment
ବାପାର କାଠଫାଳ ମାଡ଼ରେ ପୁଅର ମୃତ୍ୟୁ

Catch News

ବିଶୋଇ: ବାପାର କାଠଫାଳ ମାଡ଼ରେ ପୁଅର ଜୀବନ ଯାଇଛି। ସେହିପରି ବୋହୂ ଗୁରୁତର ଆହତ ହୋଇଛନ୍ତି। ପୁଲିସ ଏନେଇ ମାମଲା ରୁଜୁ କରିବା ସହ ହତ୍ୟାକାରୀକୁ ଗିରଫ କରିଛି। ଏପରି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ୍‌ ତାମଳବନ୍ଧ ଗ୍ରାମରେ। ସୂଚନା ଥାଉକି ରାମ ଟୁଡୁ (୬୫), ପୁଅ ଗୋପୀନାଥ ଟୁଡୁ (୩୫) ଓ ପୁଅବୋହୂ ଯାଶ୍ମି ଟୁଡୁ (୩୦) ତାମଳବନ୍ଧ ଗ୍ରାମରେ ରହନ୍ତି। ରାମ ଘରର ଉପର ଭାଗରେ ରହୁଥିବା ବେଳେ ଗୋପୀନାଥ ଓ ତାଙ୍କ ସ୍ତ୍ରୀ ଯାଶ୍ମି ଘରର ତଳ ଭାଗରେ ବସବାସ କରନ୍ତି। ବର୍ଷା ହେଲେ ରାମଙ୍କ ଘର ପଟୁ ବର୍ଷାଜଳ ଆସି ଗୋପୀନାଥଙ୍କ ଘରେ ପଶିଥାଏ।

ଗତ ୨୬ ତାରିଖ ଦିନ ଅପରାହ୍ନରେ ଗୋପୀନାଥ ଓ ତାଙ୍କ ସ୍ତ୍ରୀ ଯାଶ୍ମି ଘରେ ବର୍ଷା ପାଣି ନ ପଶିବା ପାଇଁ ଏକ ନାଳ ତିଆରି କରିଥିଲେ। ତେବେ ଉକ୍ତ ନାଳ ଦେଇ ପାଣି ଖଳାକୁ ଯାଉଥିବାରୁ ଏହାକୁ ରାମ ବିରୋଧ କରିଥିଲେ। ଫଳରେ ଗୋପୀନାଥ ଓ ଯାଶ୍ମିଙ୍କ ସହ ତାଙ୍କର ବଚସା ହୋଇଥିଲା। ଏହି ସମୟରେ ରାମ ରାଗିଯାଇ ଏକ କାଠଫାଳରେ ଯାଶ୍ମି ଓ ଗୋପୀନାଥଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଫଳରେ ଉଭୟ ଗୁରୁତର ହୋଇଥିଲେ। ସେମାନଙ୍କୁ ପ୍ରଥମେ ମଣଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଥିଲା। ମାତ୍ର ସେଠାରେ ଗୋପୀନାଥଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ପଠାଯାଇଥିଲା।

ତେବେ ଚିକିତ୍ସିତ ହେଉଥିବା ସମୟରେ ଗୋପୀନାଥଙ୍କ ମୃତ୍ୟୁ ଘଟିଛି। ଏନେଇ ଆଜି ଗୋପୀନାଥଙ୍କ ସ୍ତ୍ରୀ ଯାଶ୍ମି ଶ୍ୱଶୁର ରାମଙ୍କ ନାମରେ ବିଶୋଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ ୮୯/୨୧ରେ ଏକ ମାମଲା ରୁଜୁ କରିବା ସହ ରାମଙ୍କୁ ଗିରଫ କରିଛି। ଅନ୍ୟପଟେ ବାରିପଦାରୁ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ତାମଳବନ୍ଧ ଗ୍ରାମକୁ ଯାଇ ଘଟଣାର ତଦନ୍ତ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe