ରାଜା ରଘୁବଂଶୀ ହତ୍ୟା ମାମଲା: ପରସ୍ପରକୁ ହତ୍ୟାର ମାଷ୍ଟରମାଇଣ୍ଡ ଦର୍ଶାଉଛନ୍ତି ସୋନମ ଓ ରାଜ

ପୁଲିସ ଯାଞ୍ଚ ସମୟରେ ଅଭିଯୁକ୍ତ ସୋନମ ଏବଂ ତାଙ୍କ ପ୍ରେମିକ ରାଜ ପରସ୍ପରକୁ ରାଜା ରଘୁବଂଶୀ ହତ୍ୟା ମାଷ୍ଟରମାଇଣ୍ଡ ଦର୍ଶାଉଥିବା ମେଘାଳୟ ପୁଲିସର ଡିଆଇଜି ପ୍ରକାଶ କରିଛନ୍ତି। 

ସନଦସନୗ

ନୂଆଦିଲ୍ଲୀ: ମେଘାଳୟରେ ରାଜା ରଘୁବଂଶୀ ହତ୍ୟା ମାମଲାରେ ପୁଲିସ ତଦନ୍ତ ଯେତେ ଆଗକୁ ବଢ଼ି ଚାଲିଛି ମାମଲା ସହିତ ଜଡ଼ିତ ନୂଆନୂଆ ତଥ୍ୟ ‌ସେତିକି ସାମ୍ନାକୁ ଆସିବାରେ ଲାଗିଛି। ପୁଲିସ ଯାଞ୍ଚ ସମୟରେ ଅଭିଯୁକ୍ତ ସୋନମ ଏବଂ ତାଙ୍କ ପ୍ରେମିକ ରାଜ ପରସ୍ପରକୁ ଏହି ହତ୍ୟାର ମାଷ୍ଟରମାଇଣ୍ଡ ଦର୍ଶାଉଥିବା ମେଘାଳୟ ପୁଲିସର ଡିଆଇଜି ପ୍ରକାଶ କରିଛନ୍ତି। 

ରାଜା ରଘୁବଂଶୀ ହତ୍ୟା ଘଟଣାର ତଦନ୍ତରେ ସାମିଲ ଥିବା ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ବିଶାଲ ରାଜା ରଘୁବଂଶୀଙ୍କ ମୁଣ୍ଡରେ ଆକ୍ରମଣ କରିଥିଲା। ଏହାପରେ ସୋନମ ରାଜାଙ୍କ ମୃତଦେହକୁ ଖାଲରେ ଫିଙ୍ଗିବାରେ ତିନି ଅଭିଯୁକ୍ତଙ୍କୁ ସାହାଯ୍ୟ କରିଥିଲେ।

ସୋନମ ହତ୍ୟା ଯୋଜନା ହୋଇଥିବା ସ୍ଥାନକୁ ଫଟୋ ଉଠାଇବା ବାହାନାରେ ରାଜା ରଘୁବଂଶୀଙ୍କୁ ଡାକିଥିଲେ। ହତ୍ୟା ପରେ ତିନି ଅଭିଯୁକ୍ତ ଏବଂ ସୋନମ ଏକ ଅଜଣା ସ୍ଥାନକୁ ଚାଲିଯିବା ପରେ ଅଲଗା ହୋଇଯାଇଥିଲା।

ଇନ୍ଦୋରର ମୂଳ ବାସିନ୍ଦା ଥିବା ରାଜା ଏବଂ ସୋନମ ରଘୁବଂଶୀ ଗତ ମଇ  ୧୧ ତାରିଖରେ ବିବାହ କରିଥିଲେ। ବିବାହ ପରେ ମଇ ୨୦ ତାରିଖରେ ବୁଲିବାକ ପାଇଁ ଦୁହେଁ ମେଘାଳୟରେ ପହଞ୍ଚିଥିଲେ। ମଇ ୨୩ତାରିଖରେ ଉଭୟଙ୍କ ନିଖୋଜ ରିପୋର୍ଟ ସାମ୍ନାକୁ ଆସିଥିଲା।

ଏହାପରେ ସୋନମ ଫେରାର୍ ଥିବା ଜଣାପଡ଼ିବା ସମୟରେ ମେଘାଳୟର ଏକ ଗାଢ଼ା ଭିତରୁ ରାଜାଙ୍କ ମୃତଦେହ ମିଳିଥିଲା। ଜୁନ ୯ ସକାଳେ ପୁଲିସ ସୋନମଙ୍କୁ କାବୁ କରି ଉତ୍ତର ପ୍ରଦେଶର ଗାଜିପୁରରୁ ହେପାଜତକୁ ନେଇଥିଲା।

ପ୍ରାରମ୍ଭିକ ଯାଞ୍ଚ ସମୟରେ ସୋନମ ଦାବି କରିଥିଲେ ଯେ ତାଙ୍କୁ ନିଶା ଦିଆଯାଇ ଅପହରଣ କରାଯାଇଥିଲା, କିନ୍ତୁ ପୁଲିସ ସ୍ପଷ୍ଟ କରିଥିଲା ଯେ  ସୋନମ ନିଜେ ଆତ୍ମସମର୍ପଣ କରିଥିଲେ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe