ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର୍‌ ଶିଖର ଧାୱନ ତାଙ୍କ ସାଥୀ ପ୍ରଫେସ୍‌ନାଲ ପ୍ରଡକ୍ଟ କନ୍‌ସ୍ୟୁଲ୍‌ଟାଣ୍ଟ୍‌ ସୋଫି ସାଇନ୍‌ଙ୍କ ହାତଧରିବାକୁ ଯାଉଛନ୍ତି। ଧାୱନ-ସୋଫିଙ୍କ ବିବାହ ଉତ୍ସବ ପ୍ରସ୍ତୁତିର ଆରମ୍ଭ ବଡ଼ ଧୁମ୍‌ଧାମ୍‌ରେ ଚାଲିଛି। ଉଭୟଙ୍କ ସଙ୍ଗୀତ ବୁଧବାର ଶେ‌ଷ ହୋଇଛି। ଏହି ସଙ୍ଗୀତ ରାତିର କିଛି ଫଟୋ ଧାୱନ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ୍‌ କରି ନିଜ ଦ୍ବିତୀୟ ବିବାହ ବିଷୟରେ ପ୍ରଶଂସକମାନଙ୍କୁ ଜଣାଇଛନ୍ତି। ପୋଷ୍ଟ କରିଥିବା ଏହି ଫଟୋର ଶିରୋନାମରେ ଧାୱନ ଲେଖିଛନ୍ତି, ‘ସଙ୍ଗୀତ ରାତି। ପ୍ରାୟ ଧାୱନ୍‌ଙ୍କର’। ଏହି ଫଟୋରେ ‌ସୋଫି ଏକ ସୁନେଲୀ ରଙ୍ଗର ଲେହେଙ୍ଗା ପିନ୍ଧି ଉତ୍ସବର ଗରିମାକୁ ଆହୁରି ମଧୁରମୟ କରି‌ଦେଇଛନ୍ତି। 

Advertisment

ଆହୁରି ପଢନ୍ତୁ: 🔴 BUDGET LIVE UPDATES: ଆସିଲା ରାଜ୍ୟ ବଜେଟ୍: ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍

ଧାୱନ ୨୦୧୨ରେ ନିଜଠାରୁ ବୟସରେ ୧୨ ବର୍ଷ ବଡ଼ ମେଲ୍‌ବଲର୍ଣ୍ଣର ଅଭିଜ୍ଞ କିକ୍‌ବକ୍ସର ଆ‌ୟେଶା ମୁକର୍ଜୀଙ୍କୁ ବିବାହ କରିଥିଲେ। ହେଲେ ଉଭୟଙ୍କ ସମ୍ପର୍କ ବେଶୀ ଦିନ ତିଷ୍ଟି ନଥିଲା। ଧାୱନଙ୍କୁ ବିବାହ କରିବା ପୂର୍ବରୁ ଆୟେଶାଙ୍କ ୨ଟି ଝିଅ ଥିଲା। ଆୟେଶାଙ୍କ ଦୁଇ ଝିଅଙ୍କୁ ମଧ୍ୟ ଧାୱନ ଗ୍ରହଣ କରିଥିଲେ। ୨୦୧୪ ଡିସେମ୍ବରରେ ପୁଅ ଜୋରାଭରଙ୍କୁ ଆୟେଶା ଜନ୍ମ ଦେଇଥିଲେ। ଏହାପରେ ୨୦୨୧ ସେପ୍ଟେମ୍ବରରେ ଧାୱନ ଓ‌ ସୋଫି ଅଲଗା ହୋଇଥଲେ।

ଶେଷରେ ୨୦୨୩ ଅକ୍ଟୋବର ୫ରେ ଉଭୟଙ୍କ ବିବାହବିଚ୍ଛେଦକୁ ମଞ୍ଜୁରି ମିଳିଥିଲା। କିଛି ଦିନ ହେବ ଆୟର୍ଲାଣ୍ଡ ନାଗରିକ ସୋଫିଙ୍କ ସହ ଧାୱନଙ୍କ ସମ୍ପର୍କ ଗଢ଼ି ଉଠିଥିଲା। ଗତ ବର୍ଷ ଉଭୟ ବିବାହ କରିବାକୁ ଯାଉଛନ୍ତି ବୋଲି ଧାୱନ ସୂଚନା ଦେଇଥିଲେ। ସୋଫି ସଂପ୍ରତି ଆବୁଧାବିର ନର୍ଦନ ଟ୍ରଷ୍ଟ କର୍ପୋରେସନ୍‌ର ଦ୍ବିତୀୟ ଉପସଭାପତି ଅଛନ୍ତି।