ସରପଞ୍ଚଙ୍କ ଘରେ ବୁଲିଲା ଖଣ୍ଡା

Advertisment
ସରପଞ୍ଚଙ୍କ ଘରେ ବୁଲିଲା ଖଣ୍ଡା

ସାଂକେତିକ ଚିତ୍ର credit : chiswickauctions

ଅନୁଗୁଳ : ଖଣ୍ଡା ଧରି ସରପଞ୍ଚଙ୍କ ଘରେ ଆତଙ୍କରାଜ କରିବା ସହ ଘରଦ୍ବାରା ଭାଙ୍ଗିଛନ୍ତି ଦୁର୍ବୁତ୍ତ। ଏମିତି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ସହର ନିକଟସ୍ଥ କରଡାଗାଡିଆ ସରପଞ୍ଚ ପୁଷ୍ପଲତା ଦାଶଙ୍କ ଘରେ ।

ସୂଚନା ଅନୁସାରେ, ଆଜି ସନ୍ଧ୍ୟା ପ୍ରାୟ ୬ଟା ବେଳକୁ ସରପଞ୍ଚଙ୍କ ପରତରାସ୍ଥିତ ଘରେ କେତେଜଣ ଦୁର୍ବୁତ୍ତ ତାଙ୍କ ଘରକୁ ଆସି ବିଭିନ୍ନ ପ୍ରକାର ଧମକ ଚମକ ଦେବା ସହ ଖଣ୍ଡା ଦେଖାଇ ଭୟଭୀତ କରିଥିଲେ। ପୁରୁଣା ଶତ୍ରୁତାକୁ କେନ୍ଦ୍ର କରି ସେମାନେ ଆଜି ଏମିତି କରିବା ସହ ସରପଞ୍ଚଙ୍କ ଦେଢଶୁର ତଥା ପୂର୍ବତନ ସରପଞ୍ଚ ଶ୍ରୀନିବାସ ଦାଶଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। ଏହା ସହିତ ଘରେ ଲାଗିଥିବା କାଚ ଝରକା ଓ କିଛି ଆସବାବପତ୍ର ଭାଙ୍ଗି ଦେଇଥିଲେ। ଏହା ପୂର୍ବରୁ ସେମାନେ ଗାଁର ଆଉ ଜଣେ ଲୋକଙ୍କୁ ପିଟିବା ସହ ହାଣି ଦେଇଥିବା ଜଣାପଡିଛି। ଏହାକୁ ନେଇ ଗାଁରେ ଆତଙ୍କ ଖେଳି ଯାଇଛି। ଖବର ପାଇ ଅନୁଗୁଳ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଛି। ତେବେ ଏଥିନେଇ ଥାନାରେ କୌଣସି ମାମଲା ହୋଇ ନ ଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe