ରାଇରଙ୍ଗପୁର ଷ୍ଟେସନ ପରିଦର୍ଶନ କଲେ ଦକ୍ଷିଣ ପୂର୍ବ ରେଳବାଇ ମହାପ୍ରବନ୍ଧକ

Advertisment

ରାଇରଙ୍ଗପୁର ଷ୍ଟେସନ ପରିଦର୍ଶନ କଲେ ଦକ୍ଷିଣ ପୂର୍ବ ରେଳବାଇ ମହାପ୍ରବନ୍ଧକ। ୧୫ ଅକ୍ଟୋବର ସୁଦ୍ଧା ଅମୃତ ରେଳଷ୍ଟେସନ ନିର୍ମାଣ କାର୍ଯ୍ୟ ସମାପ୍ତ ପାଇଁ ନିର୍ଦ୍ଦେଶ। ରାଇରଙ୍ଗପୁରରେ ପହଞ୍ଚିବା ପରେ ଅନୀଲ ମିଶ୍ରଙ୍କୁ ରେଳବାଇର ବରିଷ୍ଠ ଅଧିକାରୀ ମାନେ ସ୍ୱାଗତ କରିଥିଲେ। 

RAILWAY Station

RAILWAY Station Photograph: (sambad.in)

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଷ୍ଟେସନ ପରିଦର୍ଶନ କଲେ ଦକ୍ଷିଣ ପୂର୍ବ ରେଳବାଇ ମହାପ୍ରବନ୍ଧକ ଅନୀଲ କୁମାର ମିଶ୍ର। ଆଜି ଟାଟା-ବାଦାମପାହାଡ଼ ରେଳ ରୁଟ୍ ନିରୀକ୍ଷଣରେ ଆସି ରାଇରଙ୍ଗପୁର ରେଳ ଷ୍ଟେସନ ପରିଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ରେଳବାଇ ମହାପ୍ରବନ୍ଧକ। ରାଇରଙ୍ଗପୁରରେ ପହଞ୍ଚିବା ପରେ ଅନିଲ ମିଶ୍ରଙ୍କୁ ରେଳବାଇର ବରିଷ୍ଠ ଅଧିକାରୀ ମାନେ ସ୍ୱାଗତ କରିଥିଲେ। 

ସେଠାରେ ରେଳବାଇ ଜିଏମଙ୍କ ସହ ଆରପିଏଫ୍ ଡିଆଇଜି, ଚକ୍ରଧରପୁର ଡିଭିଜନର ଡିଆରଏମ୍ ତରୁଣ ହୁରିଆ, ସିନିୟର୍ ଡିଏମ୍, ସିନିୟର୍ ଡିସିଏମ୍, ଷ୍ଟେସନ ମାଷ୍ଟର ବଙ୍ଗାଳୀ ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ। ଅମୃତ ରେଳଷ୍ଟେସନ ଯୋଜନରେ ରେଳଷ୍ଟେସନର ପ୍ଲାଟଫର୍ମ ନିର୍ମାଣର ଅଗ୍ରଗତି ସମ୍ପର୍କରେ ମହାପ୍ରବନ୍ଧକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହାଛଡ଼ା ୧୫ ଅକ୍ଟୋବର ସୁଦ୍ଧା ଅମୃତ ରେଳଷ୍ଟେସନ ନିର୍ମାଣ କାର୍ଯ୍ୟ ସମାପ୍ତ ପାଇଁ ଜିଏମ୍ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ନିର୍ମାଣ ସମାପ୍ତ ପରେ ଉକ୍ତ ଷ୍ଟେସନ ଲୋକାର୍ପିତ ହେବ। 

ସୂଚନାଯୋଗ୍ୟ ଯେ, ଅମୃତ ରେଳଷ୍ଟେସନ ନିର୍ମାଣ ପାଇଁ ୩.୯୯ କୋଟି ଟଙ୍କାର ପ୍ରକଳ୍ପ ବ୍ୟୟ ବରାଦ ରହିଛି। ମେସର୍ସ ରୌନକ ମିଶ୍ର କମ୍ପାନୀ ଏକ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କରୁଅଛି। ଖୁବଶୀଘ୍ର ସମ୍ପାପ୍ତ ସହିତ ଉନ୍ନତ ମାନର କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ରେଳଷ୍ଟେସନ, ଟିକଟ କାଉଣ୍ଟର ସମେତ ଅନ୍ୟାନ୍ୟ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ।

ଏହାବ୍ୟତୀତ, ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ଵାରା ଶିଳାନ୍ୟାସ ହୋଇଥିବା ଗୋରୁମହିଷାଣୀ-ବାଙ୍ଗିରିପୋଷି, ବାଦାମପାହାଡ଼-କେନ୍ଦୁଝର ଓ ବୁଡ଼ାମରା-ଚକୁଳିଆ ତିନୋଟି ନୂତନ ରେଳପଥ ନିମନ୍ତେ ଜମି ଅଧିଗ୍ରହଣ ପାଇଁ ପ୍ରସ୍ତୁତି ଚାଲିଛି। ତାହା ଆସନ୍ତା ୬ ମାସରୁ ବର୍ଷେ ମଧ୍ୟରେ ଜମି ଅଧିଗ୍ରହଣ ସହ ଟେଣ୍ଡର ହେବାପରେ ନୂତନ ରେଳପଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏଥିସହ ଆସନ୍ତା ୨୦୨୮ ମସିହା ସୁଦ୍ଧା ସମାପ୍ତ କରିବାର ଯୋଜନା ରଖାଯାଇଛି ବୋଲି ଜିଏମ୍  ମିଶ୍ର ପ୍ରକାଶ କରିଛନ୍ତି। ପରେ ବାଦାମପାହାଡ଼ ଅମୃତ ରେଳଷ୍ଟେସନ ନିର୍ମାଣ କାର୍ଯ୍ୟ ତଦାରଖ ପାଇଁ ଗସ୍ତ କରିଥିଲେ। ଏହି ଅବସରରେ ବିଭିନ୍ନ ସଗଠନ ପକ୍ଷରୁ ଜିଏମ୍ ମିଶ୍ରଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ।

Odisha | Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe