ଭଞ୍ଜନଗର ଅତିରିକ୍ତ ଏସ୍‌ପିଙ୍କ କାର୍ ଦୁର୍ଘଟଣା

Advertisment

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ ଶାଳୁଆପଲ୍ଲୀ ନିକଟ ରାସ୍ତା କଡ଼ରେ ଭାରସାମ୍ୟ ହରାଇ ଓଲଟିଲା ଭଞ୍ଜନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ କାର। ଦୁର୍ଘଟଣାରେ ଅତିରିକ୍ତ ଏସପି ରଞ୍ଜନ କୁମାର ଦେଙ୍କ ସମେତ ତାଙ୍କ ଶାଶୁ ସବିତା ରାଉତ ଓ ସ୍ତ୍ରୀ ସୁଜାତା ଦେ ଆହତ ହୋଇଛନ୍ତି।

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ ଶାଳୁଆପଲ୍ଲୀ ନିକଟ ରାସ୍ତା କଡ଼ରେ ଭାରସାମ୍ୟ ହରାଇ ଓଲଟିଲା ଭଞ୍ଜନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ କାର। ଦୁର୍ଘଟଣାରେ ଅତିରିକ୍ତ ଏସପି ରଞ୍ଜନ କୁମାର ଦେଙ୍କ ସମେତ ତାଙ୍କ ଶାଶୁ ସବିତା ରାଉତ ଓ ସ୍ତ୍ରୀ ସୁଜାତା ଦେ ଆହତ ହୋଇଛନ୍ତି।

accident

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ ଶାଳୁଆପଲ୍ଲୀ ନିକଟ ରାସ୍ତା କଡ଼ରେ ଭାରସାମ୍ୟ ହରାଇ ଓଲଟିଲା ଭଞ୍ଜନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ କାର। ଦୁର୍ଘଟଣାରେ ଅତିରିକ୍ତ ଏସପି ରଞ୍ଜନ କୁମାର ଦେଙ୍କ ସମେତ ତାଙ୍କ ଶାଶୁ ସବିତା ରାଉତ ଓ ସ୍ତ୍ରୀ ସୁଜାତା ଦେ ଆହତ ହୋଇଛନ୍ତି। ଚାଳକ କୃଷ୍ଣ ପାତ୍ର ମଧ୍ୟ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ। ଆହତମାନେ ବ୍ରହ୍ମପୁରରେ ଚିକିତ୍ସା ହେଉଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଅତିରକ୍ତ ଏସ୍‌ପି ଶ୍ରୀ ଦେ ଛୁଟିରେ ନିଜ ଘର ବାଲେଶ୍ଵରକୁ ଯାଇ କାର ଯୋଗେ ଭଞ୍ଜନଗର ଫେରୁଥିଲେ। ବିଳମ୍ବିତ ରାତିରେ ପ୍ରବଳ କୁହୁଡି ହେଇଥିବାବେଳେ ଶାଳୁଆପଲ୍ଲୀ ନିକଟରେ ହଠାତ୍ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ କାର୍‌ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ। ପରେ କାର୍‌ଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଥିବା ଗଛ ସହ ଧକ୍କା ହେବା ସହ ସେଠାରେ ଥିବା ଏକ ଦୋକାନକୁ ଧକ୍କା ଦେବା ପରେ ଓଲଟିପଡିଥିଲା।

 ଫଳରେ ଗାଡି ମଧ୍ୟରେ ଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସମେତ, ତାଙ୍କ ପତ୍ନୀ ଓ ଶାଶୁ ଏବଂ ଗାଡିର ଡ୍ରାଇଭର କୃଷ୍ଣ ପାତ୍ର ଆହତ ହୋଇଥିଲେ। ସ୍ଥାନୀୟ ବାସିନ୍ଦା ତାଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲେ। ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ଆହତମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ରେଫର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe