ସ୍ପେଶାଲ ଓଜେଇଇ ରେଜଲ୍ଟ ଘୋଷିତ, ୧୩,୪୮୩ ପ୍ରାର୍ଥୀଙ୍କୁ ମିଳିଲା ର‍୍ୟାଙ୍କ କାର୍ଡ

Advertisment
ଓଜେଇଇ ଆବେଦନ ୨୬ ପର୍ଯ୍ୟନ୍ତ ବଢ଼ିଲା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଇଞ୍ଜିନିୟରିଂ କଲେଜରେ ଖାଲି ପଡ଼ିଥିବା ସିଟ୍‌କୁ ପୂରଣ କରିବା ପାଇଁ ବିଗତ ଦିନରେ ହୋଇଥିବା ସ୍ପେଶାଲ ଜେଇଇ ପରୀକ୍ଷା ଫଳ ବୁଧବାର ଘୋଷିତ ହୋଇଛି। ଏଥିରେ ମୋଟ୍‌ ୧୩,୪୮୩ ଜଣ ପ୍ରାର୍ଥୀଙ୍କୁ ର‍୍ୟାଙ୍କ କାର୍ଡ ମିଳିଛି।

ବି.ଟେକ୍‌ରେ ୬,୯୯୧ ଜଣ ପ୍ରାର୍ଥୀ, ଲେଟ୍‌ରାଲ-ଟେକ୍‌(ଡିପ୍ଲୋମା)ରେ ୩୯୨୧ ଜଣ ପ୍ରାର୍ଥୀ, ଲେଟ୍‌ରାଲ-ଟେକ୍‌(ବି.ଏସ୍‌ସି)ରେ ୧୪୫ ଜଣ ପ୍ରାର୍ଥୀ, ଏମ୍‌ବିଏରେ ୨୨୭୧ ଜଣ ପ୍ରାର୍ଥୀ, ଏମ୍‌ସିଏରେ ୪୮୭ ଜଣ ପ୍ରାର୍ଥୀ, ଲେଟରାଲ୍‌ ଏମ୍‌ସିଏରେ ୮୮ ଜଣ ପ୍ରାର୍ଥୀ, ବି.ଫାର୍ମରେ ୪୪୫ଜଣ ପ୍ରାର୍ଥୀ ଓ ଏମ୍‌ ଫାର୍ମରେ ୫୫ ଜଣ ପ୍ରାର୍ଥୀଙ୍କୁ ର‍୍ୟାଙ୍କ କାର୍ଡ ମିଳିଛି। କେବଳ ବିଟେକ୍‌ର ୨ଜଣ ପ୍ରାର୍ଥୀଙ୍କୁ ର‍୍ୟାଙ୍କ କାର୍ଡ ମିଳି ନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe