ଲୋକସଭା ନିର୍ବାଚନ ୨୦୧୯ର ପ୍ରାର୍ଥୀ ଏସ୍‌ପିଓ୍ଵାଇ ରେଡ୍ଡିଙ୍କ ପରଲୋକ

Advertisment
ଲୋକସଭା ନିର୍ବାଚନ ୨୦୧୯ର ପ୍ରାର୍ଥୀ ଏସ୍‌ପିଓ୍ଵାଇ ରେଡ୍ଡିଙ୍କ ପରଲୋକ

ନନ୍ଦୟାଲ୍  : ଆନ୍ଧ୍ରପ୍ରଦେଶର ନନ୍ଦୟାଲର ସାଂସଦ ତଥା ଜନସେନା ପାର୍ଟିର ଲୋକସଭା ପ୍ରାର୍ଥୀ ଏସ୍‌ପିଓ୍ଵାଇ ରେଡ୍ଡିଙ୍କର ମଙ୍ଗଳବାର ରାତ୍ରରେ ଦେହାନ୍ତ ହୋଇଛି। ସେ ହାଇଦ୍ରାବାଦ୍‌ର ଏକ ପ୍ରାଇଭେଟ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଆବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ରେଡ୍ଡିଙ୍କୁ ୬୯ ବୟସ ହୋଇଥିଲା। ଏପ୍ରିଲ୍‌ ୩ ତାରିଖରେ ତାଙ୍କୁ ଗୁରୁତର ଅସୁସ୍ଥତା ହେତୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଭେଣ୍ଟିଲେଟର୍‌ ରଖାଯାଇ ସୁସ୍ଥ କରାଯାଇଥିଲା। ମାତ୍ର ପୁଣି ଥରେ ସ୍ୱାସ୍ଥ୍ୟ ସମସ୍ୟା ଜଟିଳ ହେବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଆଇସିୟୁରେ ରଖାଯାଇଥିଲା। ତାଙ୍କ ଶରୀରର ଅନେକଗୁଡ଼ିଏ ଅଙ୍ଗ ଖରାପ ହୋଇଥିବା ହେତୁ ଶେଷରେ ମଙ୍ଗଳବାର ରାତି ୯.୩୦ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୦୪ରୁ ୨୦୦୯ ମସିହା ଭିତରେ ରେଡ୍ଡି ଜାତୀୟ କଂଗ୍ରେସ ପକ୍ଷରୁ ଲଢ଼ି ସାଂସଦ ହୋଇଥିଲେ। ସେ ୨୦୧୪ ମସିହାରେ ଓ୍ଵାଇଏସ୍‌ଆର୍‌ର ପ୍ରାର୍ଥୀ ଭାବେ ଲଢ଼ିଥିଲେ। ନିର୍ବାଚନ ପରେ ସେ ତେଲ୍‌ଗୁ ଦେଶମ ପାର୍ଟିରେ ମିଶିଥିଲେ। ୨୦୧୯ ଲୋକସଭା ନିର୍ବାଚନରେ ଟିଡିପି ଟିକେଟ୍‌ ଦେବାକୁ ମନା କରିବାରୁ ସେ ପଓ୍ଵନ କଲ୍ୟାଣଙ୍କର ଜେଏସ୍‌ପି ପକ୍ଷରୁ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe