୮୩୦ କୋଟି ଟଙ୍କା ଛାଡ ପାଇଁ ଆଇସିସି ସହ କଥା ହେବ ଷ୍ଟାର ସ୍ପୋର୍ଟ୍ସ

ଷ୍ଟାର ବିଶ୍ୱକପରେ ୧୦୦ ମିଲିୟନ ଡଲାରରୁ ଅଧିକ (ପ୍ରାୟ ୮୩୦ କୋଟି ଟଙ୍କା) ରିହାତି ଦାବି କରୁଛି । ଏହି ଛାଡ ଦାବି କରିବାର ମୁଖ୍ୟ କାରଣ ହେଉଛି ଫ୍ଲୋରିଡାଠାରେ ଭାରତ ଏବଂ କାନାଡା ମଧ୍ୟରେ ମ୍ୟାଚ ବାତିଲ ହୋଇଯାଇଥିଲା ।

star sports

ମୁମ୍ବାଇ: ବ୍ରଡକାଷ୍ଟର ଷ୍ଟାର ସ୍ପୋର୍ଟସ ପାଇଁ ଟି -୨୦ ବିଶ୍ୱକପ ୨୦୨୪ ଆଦୌ ଭଲ ନଥିଲା | ଷ୍ଟାର ସ୍ପୋର୍ଟ୍ସ ପକ୍ଷରୁ କୁହାଯାଇଛି ଯେ ଚଳିତ ତ-୨୦ ବିଶ୍ୱକପରେ କମ୍ପାନୀ ସର୍ବାଧିକ କ୍ଷତି ସହିଛି | ଏନେଇ ଡିସ୍ନି ଷ୍ଟାର ଆଇସିସି ସହିତ ଏହାର ପ୍ରସାରଣ ଚୁକ୍ତି ବିଷୟରେ ପୁନଃ ଆଲୋଚନା କରିବାକୁ ଚାହୁଁଛି, ଯାହାକି କିଛି ବର୍ଷ ପୂର୍ବେ ସ୍ୱାକ୍ଷରିତ ହୋଇଥିଲା | ଆଇସିସି ଏବଂ ଷ୍ଟାର ମଧ୍ୟରେ ୩ ବିଲିୟନ ଡଲାରର ଚୁକ୍ତି ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଅନୁଷ୍ଠିତ ଟି -୨୦ ବିଶ୍ୱକପ ପାଇଁ ସ୍ଵାକ୍ଷରିତ ହୋଇଥିଲା। ବର୍ତ୍ତମାନ 'କ୍ରିକବଜ୍'ର ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ବ୍ରଡକାଷ୍ଟର ମୂଲ୍ୟ ଉପରେ ରିହାତି ଦାବି କରୁଛନ୍ତି। ରିପୋର୍ଟ ଅନୁଯାୟୀ, ଷ୍ଟାର ସ୍ପୋର୍ଟ୍ସ ପକ୍ଷରୁ ଆଇସିସିକୁ ଦୁଇଟି ଚିଠି ଲେଖାଯାଇଛି  ଏବଂ ଗତ ମାସରେ କଲମ୍ବୋରେ ଆୟୋଜିତ ବାର୍ଷିକ ସମ୍ମିଳନୀରେ ଏହି ବିଷୟରେ ଆଲୋଚନା କରାଯାଇଥିଲା। ବର୍ତ୍ତମାନର ଆଇସିସି ଅଧ୍ୟକ୍ଷ ଗ୍ରେଗ ବାରକଲେ ମଧ୍ୟ ଅଧିକାରୀଙ୍କ ସହ ଏ ବାବଦରେ ଆଲୋଚନା କରିଥିଲେ। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ବୋର୍ଡ ଉପରେ ନିର୍ଭର କରିବ।

ରିପୋର୍ଟରେ ଦର୍ଶାଯାଇଛି ଯେ ବିଭିନ୍ନ କାରଣରୁ ଷ୍ଟାର ବିଶ୍ୱକପରେ ୧୦୦ ମିଲିୟନ ଡଲାରରୁ ଅଧିକ (ପ୍ରାୟ ୮୩୦ କୋଟି ଟଙ୍କା) ରିହାତି ଦାବି କରୁଛି । ଏହି ଛାଡ ଦାବି କରିବାର ମୁଖ୍ୟ କାରଣ ହେଉଛି ଫ୍ଲୋରିଡାଠାରେ ଭାରତ ଏବଂ କାନାଡା ମଧ୍ୟରେ ମ୍ୟାଚ ବାତିଲ ହୋଇଯାଇଥିଲା । ଭାରତ-କାନାଡା ବ୍ୟତୀତ ଇଂଲଣ୍ଡ ବନାମ ସ୍କଟଲ୍ୟାଣ୍ଡ, ଆମେରିକା ବନାମ ଆୟର୍ଲାଣ୍ଡ ଏବଂ ଶ୍ରୀଲଙ୍କା ବନାମ ନେପାଳ ଭଳି କିଛି ମ୍ୟାଚ ମଧ୍ୟ ବାତିଲ କରାଯାଇଥିଲା। କେବଳ ଏତିକି ନୁହେଁ ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ କମ୍ ସ୍କୋରିଂ ସେମିଫାଇନାଲ ମ୍ୟାଚକୁ ନେଇ ମଧ୍ୟ ଷ୍ଟାର ସ୍ପୋର୍ଟ୍ସ ପକ୍ଷରୁ ଉଦ୍ବେଗ ପ୍ରକାଶ କରାଯାଇଥିଲା , ଯେଉଁଠାରେ ଆଫଗାନିସ୍ତାନ ୫୬ ରନରେ ଆଉଟ୍ ହୋଇଥିଲା ଏବଂ ତା’ପରେ ଆଫ୍ରିକା ମାତ୍ର ୯ ଓଭରରେ ଲକ୍ଷ୍ୟ ହାସଲ କରି ଜିତିଥିଲା। ଆଉ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଏସବୁ କାରଣରୁ ବିପୁଳ କ୍ଷତି ହୋଇଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe