ରାଜ୍ୟ ହକି ପ୍ରତିଯୋଗିତା: କନିଷ୍ଠ ପୁରୁଷ ବର୍ଗର କ୍ବାର୍ଟରଫାଇନାଲ ସୂଚୀ ଚୂଡ଼ାନ୍ତ

Advertisment

କନିଷ୍ଠ ପୁରୁଷ ରାଜ୍ୟ ହକି ପ୍ରତିଯୋଗିତାର କ୍ବାର୍ଟରଫାଇନାଲ ସୂଚୀ ଚୂଡ଼ାନ୍ତ ହୋଇଛି। ମଙ୍ଗଳବାର ସମସ୍ତ ୪ଟି ଯାକ କ୍ବାର୍ଟର ଫାଇନାଲ ମ୍ୟାଚ୍‌ ଖେଳାଯିବ।

କନିଷ୍ଠ ପୁରୁଷ ରାଜ୍ୟ ହକି ପ୍ରତିଯୋଗିତାର କ୍ବାର୍ଟରଫାଇନାଲ ସୂଚୀ ଚୂଡ଼ାନ୍ତ ହୋଇଛି। ମଙ୍ଗଳବାର ସମସ୍ତ ୪ଟି ଯାକ କ୍ବାର୍ଟର ଫାଇନାଲ ମ୍ୟାଚ୍‌ ଖେଳାଯିବ।

jr hockey
ରାଉରକେଲା: କନିଷ୍ଠ ପୁରୁଷ ରାଜ୍ୟ ହକି ପ୍ରତିଯୋଗିତାର କ୍ବାର୍ଟରଫାଇନାଲ ସୂଚୀ ଚୂଡ଼ାନ୍ତ ହୋଇଛି। ମଙ୍ଗଳବାର ସମସ୍ତ ୪ଟି ଯାକ କ୍ବାର୍ଟର ଫାଇନାଲ ମ୍ୟାଚ୍‌ ଖେଳାଯିବ। ପ୍ରଥମ କ୍ବାର୍ଟର ଫାଇନାଲ ମ୍ୟାଚ୍‌ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ଓ ଝାରସୁଗୁଡ଼ା ମଧ୍ୟରେ ଖେଳାଯିବାକୁ ଥିବାବେଳେ ପାନପୋଷ କ୍ରୀଡ଼ା ଛାତ୍ରାବାସ(ରାଉରକେଲା) ଓ ଗାଙ୍ଗପୁର ହକି ଆସୋସିଏସନ ମଧ୍ୟରେ ଦ୍ବିତୀୟ, ଓଏନ୍‌ଟିଏଚ୍‌ଏଚ୍‌ପିସି ଓ ଦେବଗଡ଼ ମଧ୍ୟରେ ତୃତୀୟ ଏବଂ ସୁନ୍ଦରଗଡ଼ ଓ ଖୋର୍ଦ୍ଧା ମଧ୍ୟରେ ଅନ୍ତିମ କ୍ବାର୍ଟର ଫାଇନାଲ ମ୍ୟାଚ୍‌ ଖେଳାଯିବ।
ସୋମବାର ୮ଟି ଲିଗ୍‌ ମ୍ୟାଚ୍‌ ଖେଳାଯାଇଥିଲା। ଆର୍‌ଏସ୍‌ପି ୭-୦ ଗୋଲରେ ଅନୁଗୁଳକୁ ପରାସ୍ତକରି ପ୍ରଥମ ଦଳଭାବେ କ୍ବାର୍ଟର ଫାଇନାଲ ପ୍ରବେଶ କରିଥିବାବେଳେ ଝାରସୁଗୁଡ଼ା ୨-୧ ଗୋଲରେ ଗଞ୍ଜାମକୁ, ଗାଙ୍ଗପୁର ହକି ଆସୋସିଏସନ ୬-୦ ଗୋଲରେ ଭୁବନେଶ୍ବର ହକି କ୍ଲବକୁ ଓଏନ୍‌ଟିଏଚ୍ଏଚ୍‌ପିସି ୧୦-୦ ଗୋଲରେ ସମ୍ବଲପୁରକୁ, ଦେବଗଡ଼ ୬-୦ ଗୋଲରେ ନୟାଗଡ଼କୁ, ସୁନ୍ଦରଗଡ଼ ୬-୦ ଗୋଲରେ ଏସ୍‌ଏମଏସ୍‌ ହକି ଏକାଡେମୀ, ପାନପୋଷ କ୍ରୀଡ଼ା ଛାତ୍ରାବାସ ୮-୧ ଗୋଲରେ ବଲାଙ୍ଗୀର ଓ ଖୋର୍ଦ୍ଧା ୫-୦ ଗୋଲରେ ଢ଼େଙ୍କାନାଳକୁ ପରାସ୍ତକରି କ୍ବାର୍ଟର ଫାଇନାଲ ସ୍ଥାନ ସୁରକ୍ଷିତ କରିଛନ୍ତି। ସେହିଭଳି ଆଜିଠାରୁ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ବରିଷ୍ଠ ମହିଳା ରାଜ୍ୟ ହକି ପ୍ରତିଯୋଗିତା ଆରମ୍ଭ ହୋଇଛି। ପ୍ରଥମ ଦିନରେ ମୋଟ୍‌ ୭ଟି ମ୍ୟାଚ୍‌ ଖେଳାଯାଇଥିଲା। ପ୍ରଥମ ମ୍ୟାଚ୍‌ରେ ନୟାଗଡ଼ ୫-୦ ଗୋଲରେ ସମ୍ବଲପୁରକୁ ପରାସ୍ତ କରିଥିବାବେଳେ ପାନପୋଷ କ୍ରୀଡ଼ା ଛାତ୍ରାବାସ(ରାଉରକେଲା) ୮-୦ ଗୋଲରେ କେନ୍ଦ୍ରାପଡ଼ାକୁ, ଦେବଗଡ଼ ୬-୦ ଗୋଲରେ ରାୟଗଡ଼ାକୁ, ଓଡ଼ିଶା ସେକ୍ରେଟାରିଏଟ୍‌ ୫-୦ ଗୋଲରେ ଏସ୍‌ଏମଏସ୍‌ ହକି ଏକାଡେମୀକୁ, ଙ୍କୋନାଳ ୬-୦ ଗୋଲରେ ଗଜପତିକୁ, ଓଡ଼ିଶା ପୁଲିସ ୫-୦ ଗୋଲରେ କୋରାପୁଟକୁ ଓ ଗାଙ୍ଗପୁର ହକି ଆସୋସିଏସନ ୭-୦ ଗୋଲରେ ଝାରସୁଗୁଡ଼ାକୁ ପରାସ୍ତ କରିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe