ବୁଦ୍ଧ ପୂଣ୍ଣିମା ପାଳନ ପୂର୍ବରୁ ବୁଦ୍ଧଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିଲେ

Advertisment

ବୁଦ୍ଧ ପୂର୍ଣ୍ଣିମାର ଆୟୋଜନ ପୂର୍ବରୁ ବୁଦ୍ଧ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦେଇଛନ୍ତି କିଛି ଦୁର୍ବୃତ୍ତ। ଏହିଭଳି ଘଟଣା ଦେଖିବାକୁ ମିଳିଛି ଚାନ୍ଦିଲି ଥାନା ଅନ୍ତର୍ଗତ ଟାମ୍ପରଗୁଡା ଗ୍ରାମ ନିକଟସ୍ଥ ବୁଦ୍ଧ ପାହାଡ଼ରେ। ଏନେଇ ଆୟୋଜକ ଭଗତସିଂହ ଆସୋସିଏସନ ତରଫରୁ ଚାନ୍ଦିଲି ଥାନାରେ ଲିଖିତ ଅଭିଯୋଗ କରାଯାଇଛି।

Updated On

ବୁଦ୍ଧ ପୂର୍ଣ୍ଣିମାର ଆୟୋଜନ ପୂର୍ବରୁ ବୁଦ୍ଧ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦେଇଛନ୍ତି କିଛି ଦୁର୍ବୃତ୍ତ। ଏହିଭଳି ଘଟଣା ଦେଖିବାକୁ ମିଳିଛି ଚାନ୍ଦିଲି ଥାନା ଅନ୍ତର୍ଗତ ଟାମ୍ପରଗୁଡା ଗ୍ରାମ ନିକଟସ୍ଥ ବୁଦ୍ଧ ପାହାଡ଼ରେ। ଏନେଇ ଆୟୋଜକ ଭଗତସିଂହ ଆସୋସିଏସନ ତରଫରୁ ଚାନ୍ଦିଲି ଥାନାରେ ଲିଖିତ ଅଭିଯୋଗ କରାଯାଇଛି।

ଅଦ୍ୟତନ ହୋଇଛି
nj

ରାୟଗଡ଼ା: ବୁଦ୍ଧ ପୂର୍ଣ୍ଣିମାର ଆୟୋଜନ ପୂର୍ବରୁ ବୁଦ୍ଧ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦେଇଛନ୍ତି କିଛି ଦୁର୍ବୃତ୍ତ। ଏହିଭଳି ଘଟଣା ଦେଖିବାକୁ ମିଳିଛି ଚାନ୍ଦିଲି ଥାନା ଅନ୍ତର୍ଗତ ଟାମ୍ପରଗୁଡା ଗ୍ରାମ ନିକଟସ୍ଥ ବୁଦ୍ଧ ପାହାଡ଼ରେ। ଏନେଇ ଆୟୋଜକ ଭଗତସିଂହ ଆସୋସିଏସନ ତରଫରୁ ଚାନ୍ଦିଲି ଥାନାରେ ଲିଖିତ ଅଭିଯୋଗ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଆଜି ହେଉଛି ବୁଦ୍ଧ ପୂର୍ଣ୍ଣିମା। ଶାନ୍ତିର ଭଗବାନ ନାଁରେ ସାରା ବିଶ୍ୱରେ ପରିଚିତ ଥିବା ବେଳେ କିଛି ଦୁର୍ବୃତ୍ତ ହିଂସା କରାଇବା ଲକ୍ଷ୍ୟ ନେଇ ଏହି ଘଟଣା ଘଟାଇଛନ୍ତି। ଆୟୋଜକ ଭଗତସିଂହ ଆସୋସିଏସନ ଏହାକୁ ନିନ୍ଦା କରିଛି । ସେମାନଙ୍କ କହିବା ଅନୁସାରେ ଆଜି ଯେହେତୁ ବୁଦ୍ଧ ପୂର୍ଣ୍ଣିମା, ଏହି ଉପଲକ୍ଷେ ବୁଦ୍ଧ ପାହାଡ଼ରେ ବୁଦ୍ଧଙ୍କ ପ୍ରତିମୂର୍ତ୍ତିକୁ ଉଦଘାଟନ ସହ ବୁଦ୍ଧ ପୂର୍ଣ୍ଣିମା କାର୍ଯ୍ୟକ୍ରମ ଆୟୋଜନ ହବାର ଥିଲା । ହେଲେ ଗତକାଲି ରାତ୍ରି ସମୟରେ ସ୍ଥାନୀୟ ସରପଞ୍ଚଙ୍କ ସହ କିଛି ଯୁବକ ଘଟଣା ସ୍ଥଳରେ ପହଞ୍ଚି ବୁଦ୍ଧ ପ୍ରତିମୂର୍ତ୍ତିକୁ ଭାଙ୍ଗିବା ସହ ସେଠାରେ ଥିବା ସାଉଣ୍ଡ ସିଷ୍ଟମ ଓ ଛୋଟିଆ ପିତ୍ତଳର ବୁଦ୍ଧ ମୂର୍ତ୍ତିକୁ ଚୋରାଇ ନେଇଯାଇଛନ୍ତି ।

ଆଜି ହେଉଛି ବୁଦ୍ଧ ପୂର୍ଣ୍ଣିମା। ଶାନ୍ତିର ଭଗବାନ ନାଁରେ ସାରା ବିଶ୍ୱରେ ପରିଚିତ ଥିବା ବେଳେ କିଛି ଦୁର୍ବୃତ୍ତ ହିଂସା କରାଇବା ଲକ୍ଷ୍ୟ ନେଇ ଏହି ଘଟଣା ଘଟାଇଛନ୍ତି। ଆୟୋଜକ ଭଗତସିଂହ ଆସୋସିଏସନ ଏହାକୁ ନିନ୍ଦା କରିଛି । ସେମାନଙ୍କ କହିବା ଅନୁସାରେ ଆଜି ଯେହେତୁ ବୁଦ୍ଧ ପୂର୍ଣ୍ଣିମା, ଏହି ଉପଲକ୍ଷେ ବୁଦ୍ଧ ପାହାଡ଼ରେ ବୁଦ୍ଧଙ୍କ ପ୍ରତିମୂର୍ତ୍ତିକୁ ଉଦଘାଟନ ସହ ବୁଦ୍ଧ ପୂର୍ଣ୍ଣିମା କାର୍ଯ୍ୟକ୍ରମ ଆୟୋଜନ ହବାର ଥିଲା । ହେଲେ ଗତକାଲି ରାତ୍ରି ସମୟରେ ସ୍ଥାନୀୟ ସରପଞ୍ଚଙ୍କ ସହ କିଛି ଯୁବକ ଘଟଣା ସ୍ଥଳରେ ପହଞ୍ଚି ବୁଦ୍ଧ ପ୍ରତିମୂର୍ତ୍ତିକୁ ଭାଙ୍ଗିବା ସହ ସେଠାରେ ଥିବା ସାଉଣ୍ଡ ସିଷ୍ଟମ ଓ ଛୋଟିଆ ପିତ୍ତଳର ବୁଦ୍ଧ ମୂର୍ତ୍ତିକୁ ଚୋରାଇ ନେଇଯାଇଛନ୍ତି ।

bhyt6

 ବୁଦ୍ଧଙ୍କ ପ୍ରତି ଥିବା ଆସ୍ଥା ଓ ବିଶ୍ୱାସରେ ଆଞ୍ଚ ଆଣିବା ପାଇଁ ସେମାନେ ପ୍ରୟାସ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଆୟୋଜକ ଭାଗତସିଂହ ଆସୋସିଏସନ । ଯଥାଶୀଘ୍ର ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତାହାହେଲେ ଆଗାମୀ ଦିନରେ ଭଗତସିଂହ ଆସୋସିଏସନ ଓ ଆମ୍ବେଦକର ଆସୋସିଏସନ ତରଫରୁ ଏକ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ବହୁଜନ ସମାଜବାଦୀ ପାର୍ଟିର ଜିଲ୍ଲା  ସଭାପତି ଜିତୁ ଯାକେସିକା ଏହି ଘଟଣାକୁ ନିନ୍ଦା କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe