ଜଗତସିଂହପୁର ଜିଲାରେ ମୂର୍ତ୍ତି ଚୋରି ରାକେଟ୍ ଠାବ, ଜଣେ ଗିରଫ

ଜଗତସିଂହପୁର ଜିଲାରେ ମୂର୍ତ୍ତି ଚୋରି ରାକେଟ୍ ଠାବ ହୋଇଥିବାର ଖବର ମିଳିଛି।ଚଢେଇ ଗାଁରେ ସଦର ପୁଲିସ ଚଢ଼ାଉ କରି ଜଣେ ମୂର୍ତ୍ତି ଚୋରକୁ ଗିରଫ କରିବା ସହ ଅଭିଯୁକ୍ତ ଘରୁ ୫୦ରୁ ଅଧିକ ବିଭିନ୍ନ ଧାତୁର ମୂର୍ତ୍ତି ସହ ପିତଳ ନାଗ ମୂର୍ତ୍ତି, ଘଣ୍ଟା ଓ ଅନ୍ୟାନ୍ୟ ବହୁ ସାମଗ୍ରୀ ଜବତ କରାଯାଇଛି

Arrest-2

ଜଗତସିଂହପୁର: ଜଗତସିଂହପୁର ଜିଲାରେ ମୂର୍ତ୍ତି ଚୋରି ରାକେଟ୍ ଠାବ ହୋଇଥିବାର ଖବର ମିଳିଛିଚଢେଇ ଗାଁରେ ସଦର ପୁଲିସ ଚଢ଼ାଉ କରି ଜଣେ ମୂର୍ତ୍ତି ଚୋର ଗିରଫ କରିବା ସହ ଅଭିଯୁକ୍ତ ଘରୁ ୫୦ରୁ ଅଧିକ ବିଭିନ୍ନ ଧାତୁର ମୂର୍ତ୍ତି ସହ ପିତଳ ନାଗ ମୂର୍ତ୍ତିଘଣ୍ଟା  ଅନ୍ୟାନ୍ୟ ବହୁ ସାମଗ୍ରୀ ଜବତ କରାଯାଇଛି,ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ 

ଅଭିଯୁକ୍ତ ଘର ଭିତରେ ମାଟି ତଳେ ମୂର୍ତ୍ତି ଗୁଡିକୁ ପୋତି ରଖିଥିବା ବେଳେ ଗ୍ରାମବାସୀ ଓ ଜଗତସିଂହପୁର ପୁଲିସ ସହାୟତାରେ ଏହାକୁ ଖୋଳା ଯାଇ ଉଦ୍ଧାର କରାଯାଇଛି ।ଏଣେ ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ପୁଲିସ ଅଭିଯୁକ୍ତ ଦୁଇ ଭାଇ ବରଦା ପ୍ରସନ୍ନ ଆଚାର୍ଯ୍ୟ ଓ ଅନ୍ନଦା ପ୍ରସନ୍ନ ଆଚାର୍ଯ୍ୟକୁ ଗିରଫ କରିଥିଲା। ଅଭିଯୁକ୍ତ ୩ ଭାଇ ଜିଲ୍ଲା ତଥା ଜିଲ୍ଲା ବାହାରୁ ବିଭିନ୍ନ ମନ୍ଦିରରୁ  ମୂର୍ତ୍ତି ଚୋରି କରି ଆସୁଥିଲେ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe