ପୋଖରୀରୁ ପଥରକଟା, ମାଫିଆ ହେଲେ ହଟହଟା

Advertisment

ଭୁବନ ତହସିଲ ଅନ୍ତର୍ଗତ ବାରୁଆଁ  ରାଜସ୍ଵ ସର୍କଲ ଅଧୀନରେ ମାଙ୍କଡ଼ା ପଥର କାଟିବାକୁ ନେଇ ମାଫିଆ ହେଲେ ହଟହଟା।ପୋଖରୀରୁ କାଟିବା ଆରମ୍ଭ ହେବା ଦିନ ପୂର୍ବରୁ ସୁଯୋଗ ଦେଇଥିବା ବ୍ୟକ୍ତି ଗ୍ରାମବାସୀଙ୍କୁ ଏକତ୍ରିତ କରି ୨ ଟି ମେସିନ ସହ ୪ ଜଣଙ୍କୁ  ଅଟକ ରଖିଛନ୍ତି।

ଭୁବନ ତହସିଲ ଅନ୍ତର୍ଗତ ବାରୁଆଁ  ରାଜସ୍ଵ ସର୍କଲ ଅଧୀନରେ ମାଙ୍କଡ଼ା ପଥର କାଟିବାକୁ ନେଇ ମାଫିଆ ହେଲେ ହଟହଟା।ପୋଖରୀରୁ କାଟିବା ଆରମ୍ଭ ହେବା ଦିନ ପୂର୍ବରୁ ସୁଯୋଗ ଦେଇଥିବା ବ୍ୟକ୍ତି ଗ୍ରାମବାସୀଙ୍କୁ ଏକତ୍ରିତ କରି ୨ ଟି ମେସିନ ସହ ୪ ଜଣଙ୍କୁ  ଅଟକ ରଖିଛନ୍ତି।

ୂର

ଭୁବନ: ଭୁବନ ତହସିଲ ଅନ୍ତର୍ଗତ ବାରୁଆଁ  ରାଜସ୍ଵ ସର୍କଲ ଅଧୀନରେ ମାଙ୍କଡ଼ା ପଥର କାଟିବାକୁ ନେଇ ମାଫିଆ ହେଲେ ହଟହଟା। ଖବରରୁ ଜଣାଯାଏ  ଯେ  ଗତ ଏକ ମାସ ହେଲା ଏହି ମାଙ୍କଡ଼ା ପଥର କାଟିବାକୁ ଭୁବନ ଅଞ୍ଚଳରେ ସାମାଜିକ ଗଣମାଧ୍ୟମରେ  ଆରୋପ ପ୍ରତ୍ୟାରୋପ ନେଇ  ଥାନାରେ  ଏତଲା ଦାଏର ହୋଇଛି, ଯାହା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। 
ବନ ବିଭାଗ ରେଞ୍ଜର  ଘଟଣା ସ୍ଥଳରେ ଚଢାଉ କରିଥିଲେ। ଏହା  ଢେଙ୍କାନାଳ  ଜିଲ୍ଲାରେ  ନୁହେଁ ବୋଲି  କହୁଥିଲେ। ତେବେ  ମଙ୍ଗଳବାର  ରାତିରେ  ମାଫିଆମାନେ  ଓଡ଼ିଶ ପଞ୍ଚାୟତର  ସାପୁଆ ସାହି ବାସିନ୍ଦାଙ୍କ ଦ୍ଵାରା ପୋଖରିର  ଗଭୀରତା ଅଧିକା ପାଇଁ  ମେସିନ ଦ୍ଵାରା ମାଙ୍କଡ଼ା ପଥର କାଟୁଥିଲେ। ବାସ୍ତବରେ ଏହି  ପୋଖରି  ବାରୁଆଁ  ପଞ୍ଚାୟତ  କୃଷ୍ଣପୁର ରାଜସ୍ଵ ମୌଜାରେ ଅବସ୍ଥିତ। ପୋଖରୀ ବ୍ୟବହାରକାରୀ  ଓ  ମାଲିକାନାକୁ ନେଇ ୨   ଗ୍ରାମ  ମଧ୍ଯରେ ଅସହମତି ରହିଛି। କୃଷ୍ଣପୁର  ତଳ ସାହିର କିଛି ଲୋକ ନିଜ ଅକ୍ତିଆରରେ ଥିବା  ଯାଜପୁର ଓ ଢେଙ୍କାନାଳର ବିବାଦୀୟ  ଜମିକୁ  ମାଫିଆଙ୍କୁ  ୮୦ ହାଜର ଟଙ୍କା ବିନିମୟରେ ପଥର କାଟିବାକୁ ସୁଯୋଗ ଦେଇ  ଏକ ମାସ ହେଲା  ଚଳାଉଥିଲେ। ନୂଆ ପ୍ଲଟ ଭାବେ ପୋଖରୀରୁ କାଟିବା ଆରମ୍ଭ ହେବା ଦିନ ପୂର୍ବରୁ ସୁଯୋଗ ଦେଇଥିବା ବ୍ୟକ୍ତି ଗ୍ରାମବାସୀଙ୍କୁ ଏକତ୍ରିତ କରି ୨ ଟି ମେସିନ ସହ ୪ ଜଣଙ୍କୁ  ଅଟକ ରଖିଛନ୍ତି। କଙ୍କଡ଼ାହାଡ଼ ବ୍ଲକ  ବିରାଶାଳ ଅଞ୍ଚଳର ଶ୍ରମିକଙ୍କୁ ଅଟକ ରଖାଯାଇଛି। ଭୁବନ ପୁଲିସ ଘଟଣାସ୍ଥଳରେ  ପହଞ୍ଚି  ତଦନ୍ତ  ଚଳାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe