ମତୋ: କଷ୍ଟ ଯନ୍ତ୍ରଣାରେ ସଢ଼ିହେଉଛନ୍ତି ସପରିବାର, ହେଲେ ଆହାପଦେ କହିବାକୁ କେହି ନାହାନ୍ତି। ଦାରୁଣ ଯନ୍ତ୍ରଣା ନା ଦଇବ ତାରୁଛି ନା ଡାକ୍ତର। ଗଦା ଗଦା ଡାକ୍ତରୀ ଚିଠାରେ ସବୁ ଅର୍ଥ ସରୁଛି ହେଲେ ରୋଗରୁ ଉପଶମ ମିଳୁନାହିଁ। ଏପରିସ୍ଥଳେ ଖାଇବା କଥା ପଚାରେ କିଏ। ୯ପ୍ରାଣୀ କୁଟୁମ୍ବ ମୁହଁରେ ଦାନା ଯୋଗାଡ଼ କରିବାକୁ ଘରର ସାନ ପୁଅ ରାଜମିସ୍ତ୍ରୀ ହେଲପର। ଦିନକୁ ମଜୁରୀ ୪୦୦ ଟଙ୍କାରେ ଘରର ୯ ପ୍ରାଣୀ କୁଟୁମ୍ବ ନିର୍ଭର କରୁଛନ୍ତି। ସେଥିରେ ପୁଣି ସମସ୍ତଙ୍କ ଔଷଧ କିଣା। ଦୁଇ ଭେଣ୍ଡିଆ ପୁଅ ଆଠ ମାସ ହେଲାଣି ଘରେ ପଡ଼ିରହିଛନ୍ତି। ଗୃହକର୍ତ୍ତା ଘନଶ୍ୟାମ ଦାସ ହୃଦ୍ରୋଗୀ। ପରିବାର ଚଳାଇବା ଚିନ୍ତାରେ ଦିନ ଗଣୁଛନ୍ତି। ଓଳିଏ ଖାଇଲେ ଓଳିଏ ଉପବାସ।
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ୧୪ ନମ୍ବର ୱାର୍ଡ ପାହାଡ଼ପୁର ଗାଁରେ ଦେଖିବାକୁ ମିଳିଛି ଏକ ଅସହାୟ ପରିବାରଙ୍କ ଦୟନୀୟ ଦୃଶ୍ୟ। ଗୃହକର୍ତ୍ତା ଘନଶ୍ୟାମ ଦାସ (୬୦) ଜଣେ ହୃଦରୋଗୀ। ପତ୍ନୀ ସୁବାସ୍ୱିନୀ ଦାସ (୫୦) ଉଧୁରୀ ରୋଗୀରେ ପୀଡ଼ିତା। ଘରର ରୋଜଗାରିଆ ବଡପୁଅ କାଳନ୍ଦୀ ଦାସ (୨୭)ଙ୍କର ଦୁଇଗୋଟି କିଡନି ନଷ୍ଟ ହୋଇଯିବାରୁ ଏବେ ସେ ରୋଗଶଯ୍ୟାରେ ଶଯ୍ୟାଶାୟୀ।
ଘରର ବଡ଼ ମଝିଆ ପୁଅ ବଳରାମ ଦାସ (୨୬)ଦାଦନ ଶ୍ରମିକ ଭାବରେ ଯାଇଛନ୍ତି ଯେ ତାଙ୍କର ଖୋଜ ଖବର ନାହିଁ। ସାନ ମଝିଆ ପୁଅ ମାଳିରାମ ଦାସ (୨୨) ଗାଡ଼ି ଗ୍ୟାରେଜରେ କାମ କରୁଥିବା ବେଳେ କୌଣସି ଦୁର୍ଘଟଣାରେ ସମ୍ମୁଖୀନ ହୋଇ ଗୋଡ଼ ହାଡ଼ ଭାଙ୍ଗି ଘରେ ପଡିଛନ୍ତି। ଏପରି ସ୍ଥଳେ ସାନପୁଅ ନଟବର ଦାସ (୨୦) ରାଜମିସ୍ତ୍ରୀ ହେଲ୍ପର ଭାବରେ ଜଣେ ଦିନ ମଜୁରିଆ ଭାବରେ ଦିନକୁ ୪୦୦ ତାଙ୍କ ମଜୁରୀ ପାଇଲେ ଘରର ସମସ୍ତଙ୍କ ଔଷଧ ଖର୍ଚ୍ଚରେ ସାରିଥିବା ବେଳେ ବୁଢ଼ୀ ମାର ଭତ୍ତା ହଜାରରେ ଆଉ ରାସନ ଚାଉଳ ୨୦କେଜି ପରିବାର ମୁହଁକୁ ଦାନା ଯାଉଛି।
ଦିନ ଥିଲା ଘନଶ୍ୟମ ଦାସ ଚାନ୍ଦବାଲି ବଜାରରେ ରିକ୍ସା ଟାଣୁଥିବା ବେଳେ ଘରର ବଡପୁଅ କାଳନ୍ଦୀ ଦାସ ଅଟୋ ଚଳାଇବା ସହିତ ମଜୁରୀ ଖଟି ଟଙ୍କା ରୋଜଗାର କରି ପରିବାର ଚଳାଉଥିଲା। ବଡ଼ ମଝିଆପୁଅ ମାଳିରାମ ଗ୍ୟାରେଜରେ କାମ କରି ବେଶ ଦି ପଇସା ଘରକୁ ଆଣୁଥିଲେ। ସମସ୍ତଙ୍କ ରୋଜଗାର ଧନରେ ପରିବାର ଲୋକେ ବେଶ ହସ ଖୁସିରେ ରହୁଥିଲେ। ଗତ ୨୦୨୩ରେ ଘରର ବଡ଼ପୁଅ କାଳନ୍ଦୀ ଦାସ ହାତକୁ ଦୁଇହାତ ହେଲେ। ନୂଆ ବୋହୂକୁ ପାଇଁ ବେଶ ହସ ଖୁସିରେ ଦିନ କାଟୁଥିଲେ। ମାତ୍ର ତାଙ୍କର ଖୁସିର ସଂସାର ବେଶୀ ଦିନ ନ ଥିଲା ବିବାହର ୬ମାସ ପରେ କାଳନ୍ଦୀ ଏକ ଅଜଣା ଜ୍ୱରରେ ପୀଡ଼ିତ ହେଲେ ପ୍ରଥମେ ଚାନ୍ଦବାଲି ତା ପରେ ଭଦ୍ରକ ମେଡ଼ିକାଲରେ ଦେଖାଇ କିଛି ଉପଶମ ନ ମିଳିବାରୁ କଟକ ବଡ଼ ମେଡ଼ିକାଲରେ ଦେଖାଇଲେ। ହେଲେ ଡାକ୍ତର ଯାହା କହିଲେ ତାହା ଶୁଣିବା ପରେ ପରିବାର ଲୋକେଙ୍କ ପାଦ ତଳୁ ମାଟି ଅତଡ଼ା ଖାଇପଡ଼ିଥିଲା। କାଳନ୍ଦୀଙ୍କର ଦୁଇଗୋଟି କିଡନି ନଷ୍ଟ ହୋଇଯାଇଛି। ଏଥିପାଇଁ ୩୦ ଲକ୍ଷ ଟଙ୍କା ଆବଶ୍ୟକ। ଡାକ୍ତରଙ୍କ ମୁହଁରୁ ଏସବୁ ଶୁଣିବା ପରେ। କଣ କରିବେ କିଛି ଭାବିପାରୁନଥିଲେ। ଏପଟେ ପତ୍ନୀ ଗର୍ଭବତୀ, ସେପଟେ କାଳନ୍ଦୀଙ୍କ ଦୁଇଗୋଟି କିଡନି ଫେଲ ହୋଇଯାଇଛି। ଭଲ ହେବା ପାଇଁ ୩୦ ଲକ୍ଷ ଦରକାର। ସେହି ଚିନ୍ତାରେ ଭାଙ୍ଗି ପଡିଛନ୍ତି ପରିବାର। କାଳନ୍ଦୀ ଏବେ ସେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।ଡାକ୍ତରଙ୍କ ପରାମର୍ଶ କ୍ରମେ ଦୁଇ ଦିନରେ ଥରେ ଡାଇଲସିସ କରି କାଳନ୍ଦୀଙ୍କୁ ବଞ୍ଚାଇ ଚାଲିଛନ୍ତି ପରିବାର ଲୋକେ।
ଗୃହକର୍ତ୍ତା ଘନଶ୍ୟାମଙ୍କ ଦୁଃଖ ଏତିକିରେ ନଥିଲା। ଦଇବ ଦଉ ସାଧିଲା ଭଳି ବିପଦ ପରେ ବିପଦ ମାଡ଼ି ଆସିଲା ତାଙ୍କ ପରିବାର ଉପରକୁ। ତାଙ୍କ ମଝିଆ ପୁଅ ଗ୍ୟାରେଜରେ କାମ କରୁଥିବା ବେଳେ କୋୖଣସି କାରଣରୁ ତାଙ୍କ ଗୋଡ଼ କଟି ଯାଇଥିଲେ ତାଙ୍କୁ ମଧ୍ୟ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଗୋଡ଼ରେ ରଡଲଗାଇ ଘରକୁ ଆଣିଛନ୍ତି। ଘରେ ପତ୍ନୀ ସୁବାସ୍ୱିନୀ ଦାସ ମଧ୍ୟ ପେଟ ରୋଗରେ ପୀଡିତ ହୋଇ ୪ଥର ଅସ୍ତ୍ରୋପଚାର ହୋଇଛନ୍ତି। ବହୁ ଅର୍ଥ ଖର୍ଚ୍ଚ କରି ଏବେ ଦରିଦ୍ରତା ମଧ୍ୟରେ ଦିନ କାଟୁଛନ୍ତି। ଗୋଟିଏ ଘରେ ୪ଜଣ ରୋଗୀ, ହେଲେ ରୋଜଗାର କରିବାକୁ କେହି ନାହାନ୍ତି। ବଡ଼ ମଝିଆଁପୁଅ ଘରର ପରିସ୍ଥିତି ଦେଖି ଦାଦନ ଖଟିବାକୁ ଯାଇଛନ୍ତି ଯେ ତାଙ୍କର କିଛି ଖବର ନାହିଁ। ଏ ପରିସ୍ଥିତିକୁ ଦେଖି ଏବେ ପରିବାରର ସାନ ପୁଅ ନଟବର କାନ୍ଧରେ ସବୁ ବୋଝ ଲଦି ହୋଇ ପଡିଛି। ରାଜମିସ୍ତ୍ରୀ ହେଲପର କରି ଦିନକୁ ୪୦୦ ଟଙ୍କା ଆଣିଲେ ଚୁଲି ଜଳେ ଓ ରୋଗୀଣା ବାପା ମା ଭାଇ ପାଇଁ ଔଷଧ କିଣାହୁଏ। ଦୁଃଖ ଭିତରେ କାଳନ୍ଦୀଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହେବା ପରେ ଦୁଃଖୀ ପରିବାର ଲୋକଙ୍କ ମନରେ ଚେନାଏ ଆନନ୍ଦ ଆଣିଛି। କିନ୍ତୁ ତା ପାଇଁ ମଧ୍ୟ ଔଷଧ କିଣିବାକୁ ପଡୁଛି। ଏପରି ଏକ ଘଡ଼ିସନ୍ଧି ସମୟରେ ଏହି ଦୁଃଖୀ ପରିବାର ଙ୍କ ଦିନ ବିତୁଛି।
ଦିନ ଥିଲା ଘନଶ୍ୟମ ଦାସ ଚାନ୍ଦବାଲି ବଜାରରେ ରିକ୍ସା ଟାଣୁଥିବା ବେଳେ ଘରର ବଡପୁଅ କାଳନ୍ଦୀ ଦାସ ଅଟୋ ଚଳାଇବା ସହିତ ମଜୁରୀ ଖଟି ଟଙ୍କା ରୋଜଗାର କରି ପରିବାର ଚଳାଉଥିଲା। ବଡ଼ ମଝିଆପୁଅ ମାଳିରାମ ଗ୍ୟାରେଜରେ କାମ କରି ବେଶ ଦି ପଇସା ଘରକୁ ଆଣୁଥିଲେ। ସମସ୍ତଙ୍କ ରୋଜଗାର ଧନରେ ପରିବାର ଲୋକେ ବେଶ ହସ ଖୁସିରେ ରହୁଥିଲେ। ଗତ ୨୦୨୩ରେ ଘରର ବଡ଼ପୁଅ କାଳନ୍ଦୀ ଦାସ ହାତକୁ ଦୁଇହାତ ହେଲେ। ନୂଆ ବୋହୂକୁ ପାଇଁ ବେଶ ହସ ଖୁସିରେ ଦିନ କାଟୁଥିଲେ। ମାତ୍ର ତାଙ୍କର ଖୁସିର ସଂସାର ବେଶୀ ଦିନ ନ ଥିଲା ବିବାହର ୬ମାସ ପରେ କାଳନ୍ଦୀ ଏକ ଅଜଣା ଜ୍ୱରରେ ପୀଡ଼ିତ ହେଲେ ପ୍ରଥମେ ଚାନ୍ଦବାଲି ତା ପରେ ଭଦ୍ରକ ମେଡ଼ିକାଲରେ ଦେଖାଇ କିଛି ଉପଶମ ନ ମିଳିବାରୁ କଟକ ବଡ଼ ମେଡ଼ିକାଲରେ ଦେଖାଇଲେ। ହେଲେ ଡାକ୍ତର ଯାହା କହିଲେ ତାହା ଶୁଣିବା ପରେ ପରିବାର ଲୋକେଙ୍କ ପାଦ ତଳୁ ମାଟି ଅତଡ଼ା ଖାଇପଡ଼ିଥିଲା। କାଳନ୍ଦୀଙ୍କର ଦୁଇଗୋଟି କିଡନି ନଷ୍ଟ ହୋଇଯାଇଛି। ଏଥିପାଇଁ ୩୦ ଲକ୍ଷ ଟଙ୍କା ଆବଶ୍ୟକ। ଡାକ୍ତରଙ୍କ ମୁହଁରୁ ଏସବୁ ଶୁଣିବା ପରେ। କଣ କରିବେ କିଛି ଭାବିପାରୁନଥିଲେ। ଏପଟେ ପତ୍ନୀ ଗର୍ଭବତୀ, ସେପଟେ କାଳନ୍ଦୀଙ୍କ ଦୁଇଗୋଟି କିଡନି ଫେଲ ହୋଇଯାଇଛି। ଭଲ ହେବା ପାଇଁ ୩୦ ଲକ୍ଷ ଦରକାର। ସେହି ଚିନ୍ତାରେ ଭାଙ୍ଗି ପଡିଛନ୍ତି ପରିବାର। କାଳନ୍ଦୀ ଏବେ ସେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।ଡାକ୍ତରଙ୍କ ପରାମର୍ଶ କ୍ରମେ ଦୁଇ ଦିନରେ ଥରେ ଡାଇଲସିସ କରି କାଳନ୍ଦୀଙ୍କୁ ବଞ୍ଚାଇ ଚାଲିଛନ୍ତି ପରିବାର ଲୋକେ।
ଘନଶ୍ୟାମ ନିଜ ଘରେ ସାମ୍ନାରେ ମହାଦେବଙ୍କ ଏକ ମନ୍ଦିର ପ୍ରତିଷ୍ଠା କରାଇ ସବୁ ବିପଦରୁ ସାହା ହେବେ ଵୋଲି ଭଗବାନଙ୍କୁ ସବୁବେଳେ ପୂଜା କରୁଥିଲେ। ମାତ୍ର ତାଙ୍କ ପରିବାର ଉପରେ କାହାର ନଜର ଲାଗିଗଲା ଭଳି ଜଣକ ପରେ ଜଣେ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ହୋଇ ପଡିରହିଲେ। ଅଭାବୀ ଭିତରେ ନିଜର ଘରକୁ ମଧ୍ୟ ଛପର କରିପାରିନାହାନ୍ତି ।ଆପଣ ଏହି ପରିବାରକୁ ସହଯୋଗର ହାତ ବଢ଼ାଇବାକୁ ଚାଁହୁଥିଲେ ଦୀପାଞ୍ଜଳି ଦାସ, ସ୍ୱାମୀ କାଳନ୍ଦୀ ଦାସ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବାଲିଗାଁ ଶାଖା, ଚାନ୍ଦବାଲି A/C- 43584496773. IFSC- SBIN0009823, ମୋବାଇଲ ନମ୍ବର 7381767446ରେ ଯୋଗାଯୋଗ କରିପାରିବେ।
Follow Us