ପ୍ରେମ ଓ ବିବାହ ବିବାହ ପୂର୍ବରୁ ସମ୍ପର୍କର ପରିଣତି

Advertisment

ପ୍ରାୟ ୫୦ ବର୍ଷ ତଳେ ସ୍କୁଲ-କଲେଜରେ ସହପାଠୀଙ୍କ ସହ ପ୍ରେମସମ୍ପର୍କ ସୃଷ୍ଟି ହେବା ବିରଳ ଘଟଣା ଥିଲା। କିନ୍ତୁ ସିନେମା, ଟିଭି ଓ ମୋବାଇଲର ପ୍ରଚଳନ ବ୍ୟାପକ ହେବା ପରେ ଏହି କୁସଂସ୍କାର ବୃଦ୍ଧି ପାଇଛି। ଆମ ସିନେମା ଓ ଟିଭି ସିରିଏଲଗୁଡ଼ିକ ଅପସଂସ୍କୃତି ଶିଖାଉଛନ୍ତି।

ପ୍ରାୟ ୫୦ ବର୍ଷ ତଳେ ସ୍କୁଲ-କଲେଜରେ ସହପାଠୀଙ୍କ ସହ ପ୍ରେମସମ୍ପର୍କ ସୃଷ୍ଟି ହେବା ବିରଳ ଘଟଣା ଥିଲା। କିନ୍ତୁ ସିନେମା, ଟିଭି ଓ ମୋବାଇଲର ପ୍ରଚଳନ ବ୍ୟାପକ ହେବା ପରେ ଏହି କୁସଂସ୍କାର ବୃଦ୍ଧି ପାଇଛି। ଆମ ସିନେମା ଓ ଟିଭି ସିରିଏଲଗୁଡ଼ିକ ଅପସଂସ୍କୃତି ଶିଖାଉଛନ୍ତି।

New Project (7)

ଆଜିକାଲି ସମାଜରେ ଏମିତି ଅନେକ ଘଟଣା ଘଟୁଛି, ଯେଉଁଥିରେ ବିବାହ କରିବାକୁ ଲୋକମାନେ ଭୟ କଲେଣି। ଏଇ ନିକଟରେ ରାଜା ରଘୁବଂଶୀ ହତ୍ୟା ମାମଲା ସାରା ଦେଶକୁ ଦୋହଲାଇ ଦେଇଛି। ଇନ୍ଦୋରର ବ୍ୟବସାୟୀ ରାଜା ରଘୁବଂଶୀଙ୍କୁ ତାଙ୍କ ପତ୍ନୀ ସୋନମ୍ ରଘୁବଂଶୀ ପ୍ରେମିକ ରାଜ କୁଶୱାହା ଓ ଭଡ଼ାଟିଆ ଗୁଣ୍ଡାଙ୍କ ସହାୟତାରେ ହତ୍ୟା କରିଥିଲେ। ସୋନମ୍ ଓ ରାଜ କୁଶୱାହାଙ୍କ ସମେତ ମୋଟ ୮ ଜଣଙ୍କୁ ଗିରଫ କରାଯାଇଛି। ତେବେ ଏଭଳି ଘଟଣା ଆଜିକାଲି ବହୁତ ଘଟୁଥିବାରୁ ବିବାହ ପାଇଁ ମନରେ ଭୟ ସୃଷ୍ଟି ହେବା ସ୍ବାଭାବିକ। ଏହି ଘଟଣାରୁ ଆମେ କ’ଣ ବୁଝିବା? ଏପରି ଘଟଣା ଘଟିବା ପଛରେ ଥିବା ମୂଳ କାରଣ କ’ଣ?
ମୋ ବିଚାରରେ ଏପରି ଘଟଣା ପଛରେ ଥିବା କାରଣଗୁଡ଼ିକୁ ଆପଣ ଅନୁଧ୍ୟାନ କରନ୍ତୁ: ୧. ବିବାହ ପୂର୍ବରୁ ପ୍ରେମ ସମ୍ପର୍କ। ୨. ଝିଅକୁ ନ ପଚାରି ବା ତା’ର ମତ ନ ନେଇ ବାପାମାଆ ଅନ୍ୟତ୍ର ବିବାହ କରିଦେଉଛନ୍ତି। ୩. ସହଶିକ୍ଷା କାରଣରୁ ସ୍କୁଲ-କଲେଜରେ ପଢ଼ିବା ସମୟରେ ପୁଅ-ଝିଅଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହେଉଛି। ସେଥିରୁ ଅଳ୍ପକିଛି ବିବାହରେ ରୂପାୟିତ ହେଉଥିବା ବେଳେ ଅନ୍ୟଗୁଡ଼ିକ ପରବର୍ତ୍ତୀ ସମୟରେ ବୈବାହିକ ଜୀବନକୁ ନଷ୍ଟ କରୁଛି। ୪. ବିଳମ୍ବରେ ବିବାହ। ଝିଅମାନଙ୍କର ପାଠପଢ଼ା, ଚାକିରି ଆଦି କାରଣରୁ ବହୁ ବିଳମ୍ବରେ ବିବାହ ହେଉଥିବାରୁ ବିବାହ ପୂର୍ବରୁ ଯାହା ସହ ସୁଯୋଗ ମିଳିଳା ତା’ ସହ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଯାଉଛି।
ଆଜକୁ ପ୍ରାୟ ୫୦ ବର୍ଷ ତଳେ ସ୍କୁଲ-କଲେଜରେ ସହପାଠୀଙ୍କ ସହ ପ୍ରେମସମ୍ପର୍କ ସୃଷ୍ଟି ହେବା ବିରଳ ଘଟଣା ଥିଲା। କିନ୍ତୁ ସିନେମା, ଟିଭି ଓ ମୋବାଇଲର ପ୍ରଚଳନ ବ୍ୟାପକ ହେବା ପରେ ଏହି କୁସଂସ୍କାର ବୃଦ୍ଧି ପାଇଛି। ଆମ ସିନେମା ଓ ଟିଭି ସିରିଏଲଗୁଡ଼ିକ ଅପସଂସ୍କୃତି ଶିଖାଉଛନ୍ତି। ଏମାନଙ୍କ ପ୍ରଭାବରେ ସାମାଜିକ ପରିବର୍ତ୍ତନ ଘଟିଛି। ଯାହା ୫୦ ବର୍ଷ ତଳେ ଘୃଣ୍ୟ ଓ ନିନ୍ଦନୀୟ ଥିଲା, ତାହା ଆଜି ଖୁଲମଖୁଲା ହୋଇଯାଇଛି। ଏହା ବିରୋଧରେ ମୁହଁ ଖୋଲିବାକୁ କେହି ସାହସ କରିପାରୁ ନାହାନ୍ତି। ସବୁଠି ବ୍ୟକ୍ତିଗତ ସ୍ବାଧୀନତା ଓ ଅଧିକାରର ଦ୍ବାହି ଦିଆଯାଉଛି। 

ବିବାହ ପୂର୍ବରୁ ପ୍ରେମ-ସମ୍ପର୍କକୁ ନିରୁତ୍ସାହିତ କରାଯିବା ଉଚିତ। ଯଦି ଝିଅ କାହାକୁ ଭଲ ପାଉଛି, ତେବେ ତା’ ଇଚ୍ଛା ବିରୋଧରେ ଅନ୍ୟତ୍ର ବିବାହ ଦେବା ଅନୁଚିତ। ଯଦି ପୁଅଟି ବର୍ଣ୍ଣ, ବଂଶ, ବୟସ, ଶିକ୍ଷା, ସ୍ବାସ୍ଥ୍ୟ, ବୃତ୍ତି ଆଦି ଦୃଷ୍ଟିରୁ ଆପଣଙ୍କ ଝିଅଠାରୁ ଶ୍ରେଷ୍ଠ ଓ ବର ହେବା ପାଇଁ ଉପଯୁକ୍ତ ତେବେ ବାପାମାଆ ଆଖିବୁଜି ଝିଅକୁ ସେଠି ବାହା ଦେଇଦେବା ଉଚିତ। ଯଦି ବାପାମାଆ ଅନୁଭବ କରନ୍ତି ଯେ, ପୁଅଟି କୌଣସି ଦୃଷ୍ଟିରୁ ଉପଯୁକ୍ତ ନୁହେଁ ଏବଂ ଝିଅକୁ ପରେ ଦୁଃଖ ଭୋଗ କରିବାକୁ ପଡ଼ିବ, ତେବେ ଝିଅକୁ ବୁଝାଇବା ଦରକାର। ଯଦି ଝିଅ ନ ବୁଝିଲା, ତେବେ ତା’ କଥା ତା’ ଉପରେ ଛାଡ଼ିଦେବା ଉଚିତ। କୌଣସି ପ୍ରକାର ନିକୃଷ୍ଟ ବିବାହକୁ ସମର୍ଥନ କରିବା କିମ୍ବା ଜୋରଜବରଦସ୍ତ ଅନ୍ୟତ୍ର ବିବାହ କରିବାକୁ ଚାପ ପକାଇବା ସର୍ବାଦୌ ଅନୁଚିତ। ତା’ହେଲେ ରାଜା ରଘୁବଂଶୀ ପରି ଘଟଣା ଘଟିବା ଅସମ୍ଭବ ନୁହେଁ।

ତେବେ ଏ ସମସ୍ୟାର ସମାଧାନ କ’ଣ? କାରଣ ଭିତରେ ରହିଛି ସମାଧାନ। ବିବାହ ପୂର୍ବରୁ ପ୍ରେମ-ସମ୍ପର୍କକୁ ନିରୁତ୍ସାହିତ କରାଯିବା ଉଚିତ। ଯଦି ଝିଅ କାହାକୁ ଭଲ ପାଉଛି, ତେବେ ତା’ ଇଚ୍ଛା ବିରୋଧରେ ଅନ୍ୟତ୍ର ବିବାହ ଦେବା ଅନୁଚିତ। ଯଦି ପୁଅଟି ବର୍ଣ୍ଣ, ବଂଶ, ବୟସ, ଶିକ୍ଷା, ସ୍ବାସ୍ଥ୍ୟ, ବୃତ୍ତି ଆଦି ଦୃଷ୍ଟିରୁ ଆପଣଙ୍କ ଝିଅଠାରୁ ଶ୍ରେଷ୍ଠ ଓ ବର ହେବା ପାଇଁ ଉପଯୁକ୍ତ ତେବେ ବାପାମାଆ ଆଖିବୁଜି ଝିଅକୁ ସେଠି ବାହା ଦେଇଦେବା ଉଚିତ। ଯଦି ବାପାମାଆ ଅନୁଭବ କରନ୍ତି ଯେ, ପୁଅଟି କୌଣସି ଦୃଷ୍ଟିରୁ ଉପଯୁକ୍ତ ନୁହେଁ ଏବଂ ଝିଅକୁ ପରେ ଦୁଃଖ ଭୋଗ କରିବାକୁ ପଡ଼ିବ, ତେବେ ଝିଅକୁ ବୁଝାଇବା ଦରକାର। ଯଦି ଝିଅ ନ ବୁଝିଲା, ତେବେ ତା’ କଥା ତା’ ଉପରେ ଛାଡ଼ିଦେବା ଉଚିତ। କୌଣସି ପ୍ରକାର ନିକୃଷ୍ଟ ବିବାହକୁ ସମର୍ଥନ କରିବା କିମ୍ବା ଜୋରଜବରଦସ୍ତ ଅନ୍ୟତ୍ର ବିବାହ କରିବାକୁ ଚାପ ପକାଇବା ସର୍ବାଦୌ ଅନୁଚିତ। ତା’ହେଲେ ରାଜା ରଘୁବଂଶୀ ପରି ଘଟଣା ଘଟିବା ଅସମ୍ଭବ ନୁହେଁ।

ସରକାର ଯଥାସମ୍ଭବ ସହଶିକ୍ଷାକୁ ବନ୍ଦ କରିବାକୁ ପଦକ୍ଷେପ ନେବା ସହ ଝିଅମାନଙ୍କ ପାଇଁ ସ୍ବତନ୍ତ୍ର ସ୍କୁଲ-କଲେଜ ଖୋଲିବା ଆବଶ୍ୟକ। ଆଗକାଳରେ ହିନ୍ଦୁ, ମୁସଲମାନ ଓ ଖ୍ରୀଷ୍ଟିଆନ କୌଣସି ବି ସମାଜରେ ସହଶିକ୍ଷା ନ ଥିଲା। ମୁସଲମାନମାନେ ସେମାନଙ୍କ ସଂସ୍କୃତିକୁ ଅନେକାଂଶରେ ବଜାୟ ରଖିଛନ୍ତି। କିନ୍ତୁ ହିନ୍ଦୁ ଓ ଖ୍ରୀଷ୍ଟିଆନମାନେ ଆଧୁନିକତା ନାମରେ ବଦଳିଗଲେଣି। ଏଥି ସହ ଝିଅମାନଙ୍କ ପାଠପଢ଼ା ଓ ଚାକିରି ଆଳରେ ସେମାନଙ୍କ ବିବାହକୁ ଅଯଥା ବିଳମ୍ବ କରିବା ଅନୁଚିତ। ଦରକାର ହେଲେ ବିବାହ ପରେ ବି ସେମାନେ ଯେପରି ପାଠପଢ଼ି ପାରିବେ ସେଥିପାଇଁ ବନ୍ଦୋବସ୍ତ କରାଯାଇପାରେ। ଝିଅମାନଙ୍କ ପାଇଁ ସେମାନଙ୍କ ବୈଶିଷ୍ଟ୍ୟ ଅନୁଯାୟୀ ପାଠ୍ୟକ୍ରମରେ ମଧ୍ୟ ପରିବର୍ତ୍ତନ କରାଯିବା ବିଧେୟ।  
                                                                                             -ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା, ମୋ-୭୦୦୮୯୬୦୫୦୨

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe