ସାନପୁଅ ଓ ସ୍ୱାମୀ ମାନସିକ ରୋଗୀ: ବଡ଼ପୁଅ ବିଛଣାରେ ମୁଲଲାଗି ପରିବାର ପୋଷୁଛନ୍ତି କନକ

Advertisment

ବୋଝ ଉପରେ ନଳିତା ବିଡ଼ା ପରି ଗରିବି ସାଙ୍ଗକୁ ପରିବାରର ତିନିଜଣ ରୋଗିଣା ଲୋକଙ୍କର ବୋଝ ଜଣେ ମହିଳା ଉଠାଉଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ସୋର ବ୍ଲକ ମଧୁସୂଦନପୁର ପଞ୍ଚାୟତ ରଘୁନାଥପୁର ଗଞ୍ଜ ଗ୍ରାମରେ।

ବୋଝ ଉପରେ ନଳିତା ବିଡ଼ା ପରି ଗରିବି ସାଙ୍ଗକୁ ପରିବାରର ତିନିଜଣ ରୋଗିଣା ଲୋକଙ୍କର ବୋଝ ଜଣେ ମହିଳା ଉଠାଉଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ସୋର ବ୍ଲକ ମଧୁସୂଦନପୁର ପଞ୍ଚାୟତ ରଘୁନାଥପୁର ଗଞ୍ଜ ଗ୍ରାମରେ।

bh

ସୋର : ବୋଝ ଉପରେ ନଳିତା ବିଡ଼ା ପରି ଗରିବି ସାଙ୍ଗକୁ ପରିବାରର ତିନିଜଣ ରୋଗିଣା ଲୋକଙ୍କର ବୋଝ ଜଣେ ମହିଳା ଉଠାଉଛନ୍ତି। କେବଳ ସେତିକି ନୁହେଁ ମହିଳାଙ୍କ ସ୍ୱାମୀ ଓ ସାନ ପୁଅ ପାଗଳ ହୋଇଯାଇଥିବା ବେଳେ ରୋଜଗାରିଆ ଭେଣ୍ଡିଆ ବଡ ପୁଅ  ଏବେ ବିଛଣାରେ ଶଯ୍ୟାଶାୟୀ। ଏପରି ଘଟଣା ଦେଖିବାକୁ ମିଳିଛି ସୋର ବ୍ଲକ ମଧୁସୂଦନପୁର ପଞ୍ଚାୟତ ରଘୁନାଥପୁର ଗଞ୍ଜ ଗ୍ରାମରେ। ଗ୍ରାମର ପ୍ରାଣବନ୍ଧୁ ସାହୁ(୬୦)ଗତ ୩୦ ବର୍ଷ ତଳେ ପାଗଳ ହୋଇଯାଇଥିଲେ। ପ୍ରାଣବନ୍ଧୁଙ୍କ ସ୍ତ୍ରୀ କନକ ସାହୁ (୫୫) ବହୁକଷ୍ଟରେ ଦୁଇପୁଅ ଓ ଗୋଟିଏ ଝିଅକୁ ପାଠ ପଢ଼ାଇବା ସହ ପରିବାର ଚଳାଉଥିଲେ । ପୁଅ ବଡ଼ ହେବା ପରେ ବଡ଼ ପୁଅ ଗୌତମ ସାହୁ (୩୩) ଚେନ୍ନାଇର ଏକ ମିଠା ଦୋକାନରେ କାମ କରୁଥିବା ବେଳେ ସାନପୁଅ ମହେଶ୍ୱର ସାହୁ (୩୧) ବମ୍ବେର ଏକ ହୋଟେଲରେ କାମ କରୁଥିଲେ। ସବୁକିଛି ଠିକ ଥିବା ବେଳେ  ଗତ ୨୦୧୪ ମସିହାରେ ବଡ଼ପୁଅ ଗୌତମ ମିଠା ଦୋକାନରେ  କାମ କରୁଥିବା ବେଳେ ହଠାତ ପଡ଼ିଯାଇଥିଲେ। ପରେ ତାଙ୍କ ବେକ ବଙ୍କା ହେବା ସହିତ ସେ ଚଳପ୍ରଚଳ କରିପାରି ନଥିଲେ। ଧୀରେଧୀରେ ମେରୁଦଣ୍ଡ ବଙ୍କା ହେବା ସହିତ ଏବେ ୪ ମାସ ହେବ ସେ ସମ୍ପୂର୍ଣ ଭାବେ ଶଯ୍ୟାଶାୟୀ ହୋଇଯାଇଛନ୍ତି।

ସାନପୁଅ ମହେଶ୍ୱର ସାହୁ (୩୧) ହୋଟେଲରେ କାମ କରୁଥିବା ବେଳେ ହଠାତ ମାନସିକ ଭାରସାମ୍ୟ ହରାଇ ପାଗଳ ହୋଇଯାଇଛନ୍ତି।  ଏବେ ତିନିଜଣଙ୍କ ଔଷଧ ବାବଦକୁ ମାସକୁ ୫ ହଜାରରୁ ଅଧିକ ଟଙ୍କା ଖର୍ଚ ହେଉଥିବା ବେଳେ ସରକାରଙ୍କ ପକ୍ଷରୁ ପ୍ରାଣବନ୍ଧୁଙ୍କୁ ୧୨ ଶହ ଟଙ୍କା ଓ ବଡ଼ପୁଅ ଗୌତମ ସାହୁଙ୍କୁ  ହଜାରେ ଟଙ୍କା ଭତ୍ତା ମିଳୁଛି। ମାତ୍ର ସାନପୁଅ ମହେଶ୍ୱରକୁ ଏଯାଏଁ ଭତ୍ତା ମିଳିପାରିନାହିଁ। ସ୍ୱାମୀ ଓ ଦୁଇ ଭେଣ୍ଡିଆ ପୁଅଙ୍କର ଏପରି ଅବସ୍ଥାରେ କନକ ନିଜର ଏକ ଏକର ଜମି ଚାଷ କରିବା ସହିତ ପର ଘରେ ମୁଲ ଲାଗି ପରିବାର ପ୍ରତିପୋଷଣ କରୁଛନ୍ତି। ଏପରି ଅବସ୍ଥାରେ ଦିନ କାଟୁଥିବା ବେଳେ ପରିବାର ଏପରି ସମସ୍ୟାକୁ ନେଇ କନକ ଚିନ୍ତା ପ୍ରକଟ କରିଛନ୍ତି। ଦୁଇ ପୁଅ ଓ ସ୍ୱାମୀଙ୍କର ଚିକିତ୍ସାରେ ଅର୍ଥ ବାଧକ ସାଜିଥିବାରୁ ଚିକିତ୍ସା ପାଇଁ ସରକାରଙ୍କୁ ସାହାଯ୍ୟ ଲାଗି ନିବେଦନ କରିଛନ୍ତି।

ସେହିପରି ସାନପୁଅ ମହେଶ୍ୱର ସାହୁ (୩୧) ହୋଟେଲରେ କାମ କରୁଥିବା ବେଳେ ହଠାତ ମାନସିକ ଭାରସାମ୍ୟ ହରାଇ ପାଗଳ ହୋଇଯାଇଛନ୍ତି।  ଏବେ ତିନିଜଣଙ୍କ ଔଷଧ ବାବଦକୁ ମାସକୁ ୫ ହଜାରରୁ ଅଧିକ ଟଙ୍କା ଖର୍ଚ ହେଉଥିବା ବେଳେ ସରକାରଙ୍କ ପକ୍ଷରୁ ପ୍ରାଣବନ୍ଧୁଙ୍କୁ ୧୨ ଶହ ଟଙ୍କା ଓ ବଡ଼ପୁଅ ଗୌତମ ସାହୁଙ୍କୁ  ହଜାରେ ଟଙ୍କା ଭତ୍ତା ମିଳୁଛି। ମାତ୍ର ସାନପୁଅ ମହେଶ୍ୱରକୁ ଏଯାଏଁ ଭତ୍ତା ମିଳିପାରିନାହିଁ। ସ୍ୱାମୀ ଓ ଦୁଇ ଭେଣ୍ଡିଆ ପୁଅଙ୍କର ଏପରି ଅବସ୍ଥାରେ କନକ ନିଜର ଏକ ଏକର ଜମି ଚାଷ କରିବା ସହିତ ପର ଘରେ ମୁଲ ଲାଗି ପରିବାର ପ୍ରତିପୋଷଣ କରୁଛନ୍ତି। ଏପରି ଅବସ୍ଥାରେ ଦିନ କାଟୁଥିବା ବେଳେ ପରିବାର ଏପରି ସମସ୍ୟାକୁ ନେଇ କନକ ଚିନ୍ତା ପ୍ରକଟ କରିଛନ୍ତି। ଦୁଇ ପୁଅ ଓ ସ୍ୱାମୀଙ୍କର ଚିକିତ୍ସାରେ ଅର୍ଥ ବାଧକ ସାଜିଥିବାରୁ ଚିକିତ୍ସା ପାଇଁ ସରକାରଙ୍କୁ ସାହାଯ୍ୟ ଲାଗି ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe