୧୦ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନର ମିଳିତ ମଞ୍ଚର ଆହ୍ୱାନରେ  ଭାରତ ବନ୍ଦ

Advertisment

୧୮ ଦଫା ଦାବିକୁ ନେଇ ଆଜି  ୧୦ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନର ମିଳିତ ମଞ୍ଚର ଆହ୍ୱାନରେ ଭାରତ ବନ୍ଦ ଡାକରା ଦିଆଯାଇ ରାୟଗଡା ସଦର ସ୍ଥିତ କପିଳାଶ ଛକ ଓ ସେରୀଗୁଡାଠାରେ ଜାତୀୟ ରାଜପଥ ଅବରୋଧ କରାଯାଇଛି I

୧୮ ଦଫା ଦାବିକୁ ନେଇ ଆଜି  ୧୦ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନର ମିଳିତ ମଞ୍ଚର ଆହ୍ୱାନରେ ଭାରତ ବନ୍ଦ ଡାକରା ଦିଆଯାଇ ରାୟଗଡା ସଦର ସ୍ଥିତ କପିଳାଶ ଛକ ଓ ସେରୀଗୁଡାଠାରେ ଜାତୀୟ ରାଜପଥ ଅବରୋଧ କରାଯାଇଛି I

b947da24-56d5-456c-8531-52e7a9a2940b

ରାୟଗଡା: ୧୮ ଦଫା ଦାବିକୁ ନେଇ ଆଜି  ୧୦ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନର ମିଳିତ ମଞ୍ଚର ଆହ୍ୱାନରେ ଭାରତ ବନ୍ଦ ଡାକରା ଦିଆଯାଇ ରାୟଗଡା ସଦର ସ୍ଥିତ କପିଳାଶ ଛକ ଓ ସେରୀଗୁଡାଠାରେ ଜାତୀୟ ରାଜପଥ ଅବରୋଧ କରାଯାଇଛି I ଫଳରେ କୋରାପୁଟ,କଳାହାଣ୍ଡି,ଗଞ୍ଜାମ ଓ ଆନ୍ଧ୍ରପ୍ରଦେଶକୁ ଗମନାଗମନ ବାଧାପ୍ରାପ୍ତ ହୋଇଛି I ବିଜେପି ସରକାର ଶାସନକୁ ଆସିବାର ୧୧ ବର୍ଷ ମଧ୍ୟରେ ଶିଳ୍ପପତିଙ୍କୁ ପ୍ରାଧାନ୍ୟ ଦେଇ ଶ୍ରମିକ ମାନଙ୍କୁ,ଚାଷୀମାନଙ୍କୁ ନିର୍ଯ୍ୟାତନା ଦେଉଛନ୍ତି ବୋଲି ଏଆଇଟିୟୁସି ରାୟଗଡା ସଭାପତି ଭବାନୀ ଶଙ୍କର ଜେନା ପ୍ରକାଶ କରିଛନ୍ତି ।

ଚାରିଟି ଶ୍ରମକୋର୍ଡକୁ ଲାଗୁ କରିବା ଉପରେ ପ୍ରତବିନ୍ଧ, ରାଷ୍ଟ୍ରୀୟ ସଂପତ୍ତିକୁ ଘରୋଇକରଣ,୩ ମାସିକ ସର୍ବନିମ୍ନ ମଜୁରି ୪୧,୦୦୦ ଟଙ୍କା ଡିଏ ସହିତ ଦିଆଯିବା, ମାସିକ ୧୫୦୦୦ ଟଙ୍କା ପେନସନ, ଘୋଷଣା ହୋଇଥିବା ସର୍ବନିମ୍ନ ମଜୁରି ଏବଂ ଶ୍ରମଆଇନକୁ ଦୃଢତାର ସହିତ ଲାଗୁ କରିବା, ନିର୍ମାଣ, ବିଡ଼ି ଶ୍ରମିକଙ୍କର କଲ୍ୟାଣବୋର୍ଡକୁ ବନ୍ଦ କରିଦେବା ଚିନ୍ତା ପ୍ରତ୍ୟାହାର, ମନରେଗାକୁ ସୁଦୃଢ କରିବା ପାଇଁ କାର୍ଯ୍ୟଦିବସକୁ ୨୦୦ କରାଯାଉ ତଥା ଶ୍ରମିକଙ୍କ ମଜୁରିକୁ ଦୈନିକ ୬୦୦ ଟଙ୍କା କରାଯାଉ, କର୍ପୋରେଟ ସପକ୍ଷବାଦୀ ଓ କୃଷକ ବିରୋଧି କୃଷି ବିପଣନ ନୀତିକୁ ଫେରସ୍ତ ନେବା, ଉତ୍ପାଦିତ କୃଷି ସାମଗ୍ରୀର ସର୍ବନିମ୍ନ ମୂଲ୍ୟଧାର୍ଯ୍ୟ (ଏମଏସପି)କରାଯିବାକୁ ବୈଧତା ପ୍ରଦାନ, ସରକାରୀ ବିଭାଗ ଏବଂ ସାର୍ବଜନୀନ ଉପକ୍ରମରେ ଖାଲି ପଡ଼ିଥିବା ସ୍ୱୀକୃତ ପଦଗୁଡ଼ିକୁ ତୁରନ୍ତ ପୂରଣ ନୂତନ ପଦ ସୃଷ୍ଟି ପାଇଁ ଥିବା ପ୍ରତିବନ୍ଧଗୁଡ଼ିକୁ ସମାପ୍ତ ତଥା ରୁଗ୍‌ଣ ତଥା ବନ୍ଦ ପଡ଼ିଥିବା କଳ କାରଖାନାଗୁଡ଼ିକୁ ପୁଣିଥରେ ଚାଲୁ କରିବା, ମହିଳା ଶ୍ରମିକମାନଙ୍କୁ ସମାନ କାମ ପାଇଁ ସମାନ ଦରମା ବ୍ୟବସ୍ଥାକୁ ନଶ୍ଚିତ କରିବା ଏବଂ  କାର୍ଯ୍ୟସ୍ଥଳୀରେ ମହିଳା ଶ୍ରମିକମାନଙ୍କ ଯୌନ ଉତ୍ପୀଡନକୁ ରୋକିବାପାଇଁ ଥିବା ଆଇନକୁ ଦୃଢ ଭାବରେ ଲାଗୁ କରିବା ଇତ୍ୟାଦି ବିଭିନ୍ନ ଦାବିକୁ ନେଇ ଶ୍ରମିକ ସଂଗଠନ ବନ୍ଦ ଡାକରା ଦେଇଛି ବୋଲି ଶ୍ରୀ ଜେନା ପ୍ରକାଶ କରିଛନ୍ତି । ଗୋଟିଏ ପଟେ ଡ୍ରାଇଭର ମାନଙ୍କ ହରତାଳ ଏବଂ ଶ୍ରମିକ ସଂଗଠନର ଭାରତ ବନ୍ଦ ଡାକରା ବିଭିନ୍ନ ସ୍ଥାନକୁ ଗସ୍ତ କରୁଥିବା ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି I

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe