ଛାତ୍ରୀଙ୍କୁ ହତ୍ୟା ଘଟଣା, ନ୍ୟାୟ ଦାବିରେ ତେନ୍ତୁଳିଖୁଣ୍ଟିରେ ୬ ଘଣ୍ଟିଆ ବନ୍ଦ

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅଂଚଳର ଜଣେ ୧୦ ବର୍ଷୀୟା ପଞ୍ଚମ ଶ୍ରେଣୀ ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାକୁ ୭ ଦିନ ପରେ ମଧ୍ୟ ଦୋଷୀଙ୍କୁ ଗିରଫ କରିବାରେ ପୁଲିସକୁ ମିଳିନି ସଫଳତା |

strike

ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅଂଚଳର ଜଣେ ୧୦ ବର୍ଷୀୟା ପଞ୍ଚମ ଶ୍ରେଣୀ ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାକୁ ୭ ଦିନ ପରେ ମଧ୍ୟ ଦୋଷୀଙ୍କୁ ଗିରଫ କରିବାରେ ପୁଲିସକୁ ମିଳିନି ସଫଳତା | ଯାହାକୁ ନେଇଁ ଜନ ଅସନ୍ତୋଷ ତେଜିବାରେ ଲାଗିଛି । ଏହି ମାମଲାରେ ଜଡିତ ଦୋଷୀକୁ ତୁରନ୍ତ ଗିରଫ କରିବା ସହ ସମ୍ପୃକ୍ତ ପରିବାରକୁ କ୍ଷତିପୂରଣ ବାବଦରେ ୨୦ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବା ଏବଂ ଶବ ବ୍ୟବଛେଦ ରିପୋର୍ଟ ସାର୍ବଜନୀନ କରିବା ଦାବିରେ ଆଜି "ଜୟ ତେନ୍ତୁଳିଖୁଣ୍ଟି ମାନବ ସେବା" ସଂଗଠନ ଏବଂ ତେନ୍ତୁଳିଖୁଣ୍ଟି ଗ୍ରାମବାସୀଙ୍କ ପକ୍ଷରୁ ତେନ୍ତୁଳିଖୁଣ୍ଟିରେ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ।

ଏହି ବନ୍ଦ ପାଳନ ସକାଳ ୮ ଘଣ୍ଟା ଠାରୁ ଅପରାହ୍ନ ୨ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିଥିଲା । ସ୍ଥାନୀୟ କୁର୍ମାକୋଟ ମୁଖ୍ୟ ଛକରେ ବିକ୍ଷୋଭକାରୀମାନେ ବନ୍ଦ ପାଳନ କରି ଚକ ଅଖ ବନ୍ଦ କରିଦେଇଥିଲେ | ବନ୍ଦ ପାଳନ ପ୍ରଭାବରେ ତେନ୍ତୁଳିଖୁଣ୍ଟି ମୁଖ୍ୟାଳୟର ଜରୁରୀ ସେବା ଯୋଗାଉଥିବା ଅନୁଷ୍ଠାନ ବ୍ୟତୀତ ଅନ୍ୟ ସମସ୍ତ ବ୍ୟବସାୟିକ ଅନୁଷ୍ଠାନ,ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା । ଉକ୍ତ ରାସ୍ତା ଦେଇ ନବରଙ୍ଗପୁର ମୁଖ୍ୟାଳୟ ସହ ଇନ୍ଦ୍ରାବତୀ ଅଞ୍ଚଳକୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ।

ବିଳମ୍ବିତ ନ୍ୟାୟ ପ୍ରକ୍ରିୟା ନୁହଁ ତୁରନ୍ତ ଦୋଷୀକୁ ଗିରଫ କରି ପୀଡିତାଙ୍କ ପରିବାରକୁ ନ୍ୟାୟ ଦେବା ନିମନ୍ତେ ସଂଗଠନର ସମସ୍ତ ସଦସ୍ୟ ଏବଂ ଗ୍ରାମବାସୀ ଦାବି କରିଛନ୍ତି । ଆଜିର ଏହି ବନ୍ଦ ପାଳନକୁ ସମସ୍ତ ସ୍ତରରୁ ସମର୍ଥନ ମିଳିଥିବା ଦେଖିବାକୁ ମିଳିଥିଲା । ନବରଙ୍ଗପୁର ଏଏସପି ବଟକୃଷ୍ଣ ମିଶ୍ର, ତେନ୍ତୁଳିଖୁଣ୍ଟି ଆଇଆଇସି ଗୋପାଳ କୃଷ୍ଣ ଆଗୁପାତ୍ରଙ୍କ ସମେତ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ | ତେବେ ପୀଡିତାଙ୍କ ପରିବାରଙ୍କୁ କ୍ଷତିପୂରଣ ଏବଂ ଦୋଷୀଙ୍କୁ ଦଣ୍ଡ ପାଇଁ ଦାବି ହୋଇଥିବାବେଳେ ଅଳ୍ପ ଦିନ ମଧ୍ୟରେ ଦୋଷୀଙ୍କୁ ଗିରଫ କରି ପରିବାରଙ୍କୁ ନ୍ୟାୟ ପ୍ରଦାନ କରାଯିବ ବୋଲି ଏଏସପି ଶ୍ରୀ ମିଶ୍ର ନିର୍ଭରଯୋଗ୍ୟ ପ୍ରତିଶୃତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe