ରାୟଗଡା: ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ସାନମାଟିକଣା ସରକାରୀ ଆଶ୍ରମ ବିଦ୍ୟାଳୟରେ ଘଟି ଯାଇଛି ଏକ ଅଭାବନୀୟ ଘଟଣାI ଆଶ୍ରମବିଦ୍ୟାଳୟରେ ଆଜି ସନ୍ଧ୍ୟା ସମୟରେ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ର ମ୍ୟାଜିକ ଦେଖାଇବି କହି ବ୍ଲେଡଧରି ଖେଳୁଥିବା ସମୟରେ ଅସାବଧାନତାରେ ଜଣେ ପ୍ରଥମ ଶ୍ରେଣୀର ଛାତ୍ରର ବେକ କାଟିଦେଇଛିI  

Advertisment

ଆଶ୍ରମବିଦ୍ୟାଳୟରେ ଆଜି ସନ୍ଧ୍ୟା ସମୟରେ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ର ମ୍ୟାଜିକ ଦେଖାଇବି କହି ବ୍ଲେଡଧରି ଖେଳୁଥିବା ସମୟରେ ଅସାବଧାନତାରେ ଜଣେ ପ୍ରଥମ ଶ୍ରେଣୀର ଛାତ୍ରର ବେକ କାଟିଦେଇଛିI

ଖବରପାଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶିକ୍ଷକ ଓ ରୋଷେଇୟା ଉଧାରକରି ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଟିକିରି ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ଓ ପରେ କାଶିପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେକୁ ପଠାଇ ନିଆଯାଇଥିଲା। ଛାତ୍ର ଜଣକର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛିI ଖବର ପାଇ ଘଟଣାସ୍ଥଳରେ ଟିକିରି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତିI

ଏହି ଖବର ପଢ଼ନ୍ତୁ: ଦୁର୍ଦାନ୍ତ ମାଓବାଦୀର ଆତ୍ମସମର୍ପଣ