Student Consumed Liqour: ପୁଣି ବିଦ୍ୟାଳୟରେ ମଦ ପିଇ ଗଡ଼ିଲେ ଛାତ୍ର, ନିଶାସକ୍ତ ଅବସ୍ଥାରେ ଚେତାଶୂନ୍ୟ ହେଲେ ସପ୍ତମ ଶ୍ରେଣୀର ଦୁଇ ଛାତ୍ର

Advertisment

କିଛିଦିନ ତଳେ କନ୍ଧମାଳ ଜିଲ୍ଲା ଟିକାବାଲିରେ ଦୁଇଜଣ ନବମ ଶ୍ରେଣୀର ଛାତ୍ର ମଦ ପିଇ ବଜାରରେ ଅଚେତ ହୋଇ ପଡ଼ିଥିବା ଖବର ତ ଆପଣ ଜାଣିଥିବେ । ଏବେ ସେମିତି ଆଉ ଏକ ବିଦ୍ୟାଳୟର ଘଟଣା ସାମ୍ନାକୁ ଆସିଛି |

କିଛିଦିନ ତଳେ କନ୍ଧମାଳ ଜିଲ୍ଲା ଟିକାବାଲିରେ ଦୁଇଜଣ ନବମ ଶ୍ରେଣୀର ଛାତ୍ର ମଦ ପିଇ ବଜାରରେ ଅଚେତ ହୋଇ ପଡ଼ିଥିବା ଖବର ତ ଆପଣ ଜାଣିଥିବେ । ଏବେ ସେମିତି ଆଉ ଏକ ବିଦ୍ୟାଳୟର ଘଟଣା ସାମ୍ନାକୁ ଆସିଛି |

mada.jpg

ଦଶପଲ୍ଲା: କିଛିଦିନ ତଳେ କନ୍ଧମାଳ ଜିଲ୍ଲା ଟିକାବାଲିରେ ଦୁଇଜଣ ନବମ ଶ୍ରେଣୀର ଛାତ୍ର ମଦ ପିଇ ବଜାରରେ ଅଚେତ ହୋଇ ପଡ଼ିଥିବା ଖବର ତ ଆପଣ ଜାଣିଥିବେ । ଏବେ ସେମିତି ଆଉ ଏକ ବିଦ୍ୟାଳୟର ଘଟଣା ସାମ୍ନାକୁ ଆସିଛି | ନୟାଗଡ ଜିଲ୍ଲା ଦଶପଲ୍ଲା ଏନସି ଅନ୍ତର୍ଗତ ଦଶପଲ୍ଲା ଉଚ୍ଚ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଦୁଇ ଛାତ୍ର ମଦ୍ୟପାନ କରି ଆସିଥିବା ବେଳେ ଚେତାଶୂନ୍ୟ ହୋଇପଡିଛନ୍ତି |

ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଭିଭାବକମାନଙ୍କୁ ଡାକିବା ସହ ଦୁଇ ଛାତ୍ରଙ୍କୁ ବିଦ୍ୟାଳୟରୁ ବାହାର କରିଛନ୍ତି | ପରିବାର ଲୋକ ଆସିବା ପରେ ସେମାନଙ୍କୁ ହସ୍ତାନ୍ତର କରାଯାଇଛି | ସେପଟେ ନିଶାସକ୍ତ  ଛାତ୍ରଙ୍କ ମା ଅଭିଯୋଗ କରିଛନ୍ତି ପୁଅ ଘରୁ ମଦ ପିଇକି ଆସିନାହିଁ ବିଦ୍ୟାଳୟରେ କିଛି ପିଲାଙ୍କ ସହିତ ମିଶି ମଦ୍ୟପାନ କରିଛି |

ତେବେ ପ୍ରଧାନଶିକ୍ଷକ ଏହାକୁ ଖଣ୍ଡନ କରିଛନ୍ତି | ପ୍ରଧାନଶିକ୍ଷକ ସୁବାସ ଚନ୍ଦ୍ର ସାହୁ କହିଛନ୍ତି ସେସବୁ ପିଲା ଘରୁ ମଦ ପିଇକି ଆସିଛନ୍ତି | ବିଦ୍ୟାଳୟରେ ଜଣାପଡ଼ିବା ପରେ ସେମାନଙ୍କ ଘର ଲୋକଙ୍କୁ ଡକାଯାଇଥିଲା | ସେମାନଙ୍କର ଏବେ ଚେତା ଫେରିବା ପରେ ଘରକୁ ଯାଇଛନ୍ତି | 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe