ରାଉରକେଲା : ସୁନ୍ଦରଗଡ ଜିଲ୍ଲା ବିଶ୍ରା ଜାମବେର୍ନା ଜଙ୍ଗଲରୁ ଗୁରୁତର ଦଶମ ଶ୍ରେଣୀ ଛାତ୍ରୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି l କାରଣ ଅସ୍ପଷ୍ଟ ରହିଛି l ପ୍ରାଥମିକ ତଦନ୍ତରୁ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସନ୍ଦେହ କରାଯାଉଛି l ସ୍ଥାନୀୟ ଲୋକ ଛାତ୍ରୀଙ୍କୁ ଦୁଷ୍କର୍ମ କରି ଫିଙ୍ଗି ଦେଇଥିବା ଅଭିଯୋଗ କରୁଛନ୍ତି l
ବିଶ୍ରା ପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି l ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଛାତ୍ରୀ ଜଣକ ଘରୁ ପଢିବାକୁ ବିଦ୍ୟାଳୟକୁ ଯାଇଥିଲେ l ହେଲେ ସେ ବିଦ୍ୟାଳୟକୁ ଯାଇ ନ ଥିଲେ l ସନ୍ଧ୍ୟାରେ ବିଦ୍ୟାଳୟ ନିକଟସ୍ଥ ଜଙ୍ଗଲରୁ ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖି କିଛି ଲୋକ ପରିବାରକୁ ଖବର ଦେଇଥିଲେ l
ପରିବାର ଲୋକ ପହଂଚି ଛାତ୍ରୀଙ୍କୁ ପ୍ରଥମେ ବିଶ୍ରା ଡାକ୍ତରଖାନା ଓ ପରେ ରାଉରକେଲା ସରକାରୀ ଡାକ୍ତରଖାନାକୁ ଆଣିଥିଲେ l ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୁଲିସ କହିଛି l
Follow Us