ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବଡବଜ଼ାର ଥାନା ଅନ୍ତର୍ଗତ ଶ୍ରୀରାମ ନଗର ଅଞ୍ଚଳର ଜଣେ ଦଶମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ସେ ବ୍ରହ୍ମପୁର ତେଲୁଗୁ ବାଳିକା ବିଦ୍ୟାଳୟରେ ପାଠ ପଢୁଥିବାବେଳେ ଗିରିରୋଡ ବିଦ୍ୟାଳୟରେ ପରୀକ୍ଷା ଦେଉଥିଲେ। ଗତ ଶନିବାର ଇଂରାଜୀ ପରୀକ୍ଷାକୁ ଯାଉଥିବା ସମୟରେ କପିକୁ ବାହାରେ ପକଉଥିବା ବେଳେ ଶିକ୍ଷୟତ୍ରୀ ଦେଖିଥିଲେ ଓ ଏମପି କରିଦେବେ ବୋଲି ଡରାଇଥିବା ଅଭିଯୋଗ ହୋଇଛି।
ଛାତ୍ରୀ ଜଣକ ପରୀକ୍ଷା ସରିଲା ପରେ ଘରକୁ ଆସିଥିଲେ। ଘରଲୋକଙ୍କ ସହ ବି କଥାବାର୍ତ୍ତା ହୋଇଥିଲେ। ସନ୍ଧ୍ୟାରେ ଘରେ କେହି ନଥିବା ବେଳେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପରିବାର ଲୋକେ କହୁଛନ୍ତି ଶିକ୍ଷକ ଡରାଇବା ପରେ ସେ ବଦନାମ ଭୟରେ ଆତ୍ମହତ୍ୟା କରିଛି।
ସେପଟେ ସେଣ୍ଟର ପଡ଼ିଥିବା ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି ଗତ ଶନିବାର ଦିନ କେହି କପି କରି ଧରାପଡ଼ି ନାହାନ୍ତି କିମ୍ବା ଏଭଳି ଘଟଣା ତାଙ୍କରି ନଜରକୁ ଆସିନାହିଁ। ସେପଟେ ବଡ ବଜ଼ାର ଥାନାରେ ପରିବାର ଲୋକେ ଏତଲା ଦେଇଛନ୍ତି।
Follow Us