କାନ୍ଥ ଭୁଷୁଡି ଜଣେ ୨ୟ ଶ୍ରେଣୀ ଛାତ୍ରୀ ମୃତ

Advertisment

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ବଦରମ୍ପାସ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ସକାଳୁ ସକାଳୁ ପରୀକ୍ଷା ଦେବାକୁ ବାହାରିଥିବା ଜଣେ ୨ୟ ଶ୍ରେଣୀ ଛାତ୍ରୀ ଉପରେ ଘର କାନ୍ଥ ଭୁଷୁଡି ପଡିବାରୁ ତାର ମୃତ୍ୟୁ ଘଟିଛି।

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ବଦରମ୍ପାସ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ସକାଳୁ ସକାଳୁ ପରୀକ୍ଷା ଦେବାକୁ ବାହାରିଥିବା ଜଣେ ୨ୟ ଶ୍ରେଣୀ ଛାତ୍ରୀ ଉପରେ ଘର କାନ୍ଥ ଭୁଷୁଡି ପଡିବାରୁ ତାର ମୃତ୍ୟୁ ଘଟିଛି।

death

ହାଟଡିହି: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ବଦରମ୍ପାସ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ସକାଳୁ ସକାଳୁ ପରୀକ୍ଷା ଦେବାକୁ ବାହାରିଥିବା ଜଣେ ୨ୟ ଶ୍ରେଣୀ ଛାତ୍ରୀ ଉପରେ ଘର କାନ୍ଥ ଭୁଷୁଡି ପଡିବାରୁ ତାର ମୃତ୍ୟୁ ଘଟିଛି। ସୁଚନା ଅନୁଯାଇ ଗ୍ରାମର ଆନନ୍ଦ ସାହୁଙ୍କ ୮ବର୍ଷୀୟ ନାତୁଣୀ ସ୍ନେହଲତା ନିକଟସ୍ଥ ସ୍କୁଲରେ ୨ୟ ଶ୍ରେଣୀରେ ପଢେ। ଆଜି ବାର୍ଷିକ ପରୀକ୍ଷା ଦେବାକୁ ସଜବାଜ ହୋଇ ବାହାରୁ ଥିବା ବେଳେ ଅଚାନକ ତାଙ୍କ ଘରର ମାଟିକାନ୍ଥ ତା ଉପରେ ଭୁଷୁଡି ପଡ଼ିଥିଲା। ଆନନ୍ଦଙ୍କ ଚାଳଘର ଛପର ହେଉଥିବାରୁ ଉପସ୍ଥିତ ଗ୍ରାମବାସୀମାନେ ତାକୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଡ଼ାକ୍ତରଖାନାକୁ ନେଇଥିଲେ ବି ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଏଥିରେ ଆନନ୍ଦଙ୍କ ୫ବର୍ଷୀୟ ନାତି ମଧ୍ଯ ଆହତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe