ପୋଖରୀରେ ଗାଧୋଇବା ବେଳେ ପାଣିରେ ବୁଡ଼ି ୪ର୍ଥ ଶ୍ରେଣୀ ଛାତ୍ରର ଜୀବନ ଚାଲିଗଲା

ପାଣ୍ଡ୍ରିଗୁଡା ଗ୍ରାମର ଲଇଛନ ଡିଶାରୀଙ୍କ ୧୨ ବର୍ଷର ପୁଅ ଅଶୋକ ପୋଖରୀରେ ବୁଡ଼ି ରହିଥିବା ଅବସ୍ଥାରେ ତାକୁ ଉଦ୍ଧାର କରି ବୈପାରିଗୁଡ଼ା ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Untitled

ବୈପାରିଗୁଡ଼ା: ବୈପାରିଗୁଡ଼ା ବ୍ଲକର ବୋଦାପୁଟ ପଞ୍ଚାୟତର ପାଣ୍ଡ୍ରିଗୁଡା ଗ୍ରାମର ଲଇଛନ ଡିଶାରୀଙ୍କ ୧୨ ବର୍ଷର ପୁଅ ଅଶୋକ ଯିଏକି ୪ର୍ଥ ଶ୍ରେଣୀରେ ଛାତ୍ର। ଅଶୋକ ଆଜି ସକାଳୁ ଗାଁ ନିକଟସ୍ଥ ପୋଖରୀକୁ ଗାଧୋଇବା ପାଇଁ ବାହାରିଥିଲେ। ଅଶୋକ ବହୁତ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଶେଷରେ କାଳେ ପୋଖରୀରେ ବୁଡ଼ି ଯାଇଥିବା ସନ୍ଦେହ କରି ଗାଁର କିଛି ଯୁବକ ପୋଖରୀ ଭିତରେ ଖୋଜାଖୋଜି କରିଥିଲେ। ପୋଖରୀରେ ବୁଡ଼ି ରହିଥିବା ଅବସ୍ଥାରେ ଅଶୋକକୁ ଉଦ୍ଧାର କରି ବୈପାରିଗୁଡ଼ା ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ। 

ଅଶୋକ ଆଜି ସକାଳୁ ଗାଁ ନିକଟସ୍ଥ ପୋଖରୀକୁ ଗାଧୋଇବା ପାଇଁ ବାହାରିଥିଲେ। ଅଶୋକ ବହୁତ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଶେଷରେ କାଳେ ପୋଖରୀରେ ବୁଡ଼ି ଯାଇଥିବା ସନ୍ଦେହ କରି ଗାଁର କିଛି ଯୁବକ ପୋଖରୀ ଭିତରେ ଖୋଜାଖୋଜି କରିଥିଲେ। ପୋଖରୀରେ ବୁଡ଼ି ରହିଥିବା ଅବସ୍ଥାରେ ଅଶୋକକୁ ଉଦ୍ଧାର କରି ବୈପାରିଗୁଡ଼ା ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ। 

ଗୋଟିଏ ବୋଲି ପୁଅର ମୃତ୍ୟୁକୁ ନେଇ ଭାଙ୍ଗି ପଡିଛନ୍ତି ପରିବାର ଲୋକେ। ଅଶୋକର ମୃତ୍ୟୁର ଖବର ପାଣ୍ଡ୍ରିଗୁଡା ଗ୍ରାମରେ ପହଞ୍ଚିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହେବାସହ କାନ୍ଦ ବୋବାଳିରେ ଗାଁ ଫାଟି ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe