ବାଦଲଗିରିରେ ପିକ୍‌ନିକ୍‌ର ମଜା ହେଲା କାଳ: ଜଳପ୍ରପାତରେ ବୁଡ଼ି ଇଞ୍ଜିନିୟରିଂ ଛାତ୍ର ନିଖୋଜ

Advertisment

ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ୍‌ ବାଦଲଗିରି ଜଳପ୍ରପାତରେ ପୁଣି ଅଘଟଣ। ୟୁଟ୍ୟୁବ୍‌ ଦେଖି ଜଳପ୍ରପାତରେ ସାଙ୍ଗମାନଙ୍କ ସହ ବଣଭୋଜି (ପିକ୍‌ନିକ୍‌)ର ମଜା ଉଠାଇବା କାଳ ହୋଇଛି।

ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ୍‌ ବାଦଲଗିରି ଜଳପ୍ରପାତରେ ପୁଣି ଅଘଟଣ। ୟୁଟ୍ୟୁବ୍‌ ଦେଖି ଜଳପ୍ରପାତରେ ସାଙ୍ଗମାନଙ୍କ ସହ ବଣଭୋଜି (ପିକ୍‌ନିକ୍‌)ର ମଜା ଉଠାଇବା କାଳ ହୋଇଛି।

Woman drowns in pond

Woman drowns in pond

ରାଉରକେଲା/ଗୁରୁଣ୍ଡିଆ: ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ୍‌ ବାଦଲଗିରି ଜଳପ୍ରପାତରେ ପୁଣି ଅଘଟଣ। ୟୁଟ୍ୟୁବ୍‌ ଦେଖି ଜଳପ୍ରପାତରେ ସାଙ୍ଗମାନଙ୍କ ସହ ବଣଭୋଜି (ପିକ୍‌ନିକ୍‌)ର ମଜା ଉଠାଇବା କାଳ ହୋଇଛି। ସାଙ୍ଗଙ୍କ ସହ ଗାଧୋଉଥିବାବେଳେ ଜଳପ୍ରପାତରେ ବୁଡି ଇଞ୍ଜିନି୍ୟରିଂ ଛାତ୍ର ରାଜଗାଙ୍ଗପୁର ଲିପଲୋଇର ଗୌର ବିପ୍ରବ (୨୨) ନିଖୋଜ ହୋଇଯାଇଛନ୍ତି। ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି ଅନ୍ୟ ୪ ସାଙ୍ଗ। ଘଞ୍ଚ ଜଙ୍ଗଲ ହୋଇଥିବାରୁ ସଂଧ୍ୟାରେ ଉଦ୍ଧାର କାର୍ଯ୍ୟ ହୋଇପାରିନି। ଆସନ୍ତାକାଲି (ସୋମବାର) ସକାଳୁ ଓଡ୍ରାଫ୍ଟ ଟିମ୍‌ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯିବ ବୋଲି ପୁଲିସ କହିଛି।

ବାରମ୍ବାର ଏଭଳି  ଅଘଟଣ ଘଟୁଥିଲେ ହେଁ ଏଥିପ୍ରତି ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଧ୍ୟା‌ନ ଦିଆଯାଉ ନଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ନିଖୋଜ ଗୌରବ ଓ ତା’ର କିଛି ସାଙ୍ଗ ୟୁଟ୍ୟୁବ୍‌ରେ ବାଦଲଗିରି ଜଳପ୍ରପାତ ଦେଖିଥିଲେ। ଆକର୍ଷଣୀୟ ଜାଗା ହୋଇଥିବାରୁ କିଛି ସାଙ୍ଗମାନଙ୍କ ସହ ସେଠାରେ ବଣଭୋଜି କରିବାକୁ ଯୋଜନା କରିଥିଲେ। ରବିବାର ସକାଳ ପ୍ରାୟ ୧୦ଟାରେ ରାଜଗାଙ୍ଗପୁର ସହରର ଗୌରବ ତା’ର ସାଙ୍ଗ ଚନ୍ଦନ ବରୁଆ, ଅଙ୍କିତ ବଡ଼ାଇକ, ବିବେକ ସାମଦ, ଆଶିଷ ମିଞ୍ଜ, ରାହୁଲ ବଡ଼ାଇକ, ଅମନ ବର୍ମା, ୱାଲଟର ଗୁଡ଼ିଆ, ଅମର କୁମାର ମସାନ୍ତ, ଓମପ୍ରକାଶ ସମ୍‌ସାର ଅଲ୍ଲୀ, ରାଜା ତନ୍ତୀ ଏମିତି ୧୩ ଜଣ ଏକ ପିକ୍‌ଅପ୍‌ରେ ବାଦଲଗିରି ଜଳପ୍ରପାତ ବାହାରିଥିଲେ।

ରାଜଗାଙ୍ଗପୁର ପ୍ରାୟ ୧୦୦ କି.ମି. ଦୂର ଅତିକ୍ରମ କରିବା ପରେ ଅପରାହ୍‌ଣ ପ୍ରାୟ ୧ଟାରେ ବାଦଲଗିରିରେ ପହଞ୍ଚିଥିଲେ। ଅପରାହ୍ନ ୩ଟାରେ ଗୌରବ ଓ ତା’ଙ୍କ ୪ ସାଙ୍ଗ ଜଳପ୍ରପାତକୁ ଗାଧୋଇବାକୁ ଯାଇଥିଲେ। ଅନ୍ୟମାନେ ରୋଷେଇ କରୁଥିଲେ। ଗୌରବ ଓ ତା’ର ଚାରି ସାଙ୍ଗ ଗଭୀର ଜଳପ୍ରପାତରେ ଗାଧୋଉଥିବାବେଳେ ପଥରରେ ଗୋଡ଼ ଖସିଯିବାରୁ ବୁଡ଼ିଯାଇିଥିଲେ। ଅନ୍ୟ ଚାରି ସାଙ୍ଗ ଗୌରବ ବଞ୍ଚାଇବାକୁ ବିଫଳ ହେବାରୁ ପାଟିକରିଥିଲେ। ରୋଷେଇ କରୁଥିବା ଅନ୍ୟ ସାଙ୍ଗମାନେ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଗୌରବ ଭାସିଯାଇ ନିଖୋଜ ହୋଇସାରିଥିଲେ। ଖବର ପାଇ ସ୍ଥାନୀୟ ଲୋକ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅନ୍ଧାକାର ହୋଇଥିବାରୁ ନିଖୋଜ ଛାତ୍ରଙ୍କୁ ଉଦ୍ଧାର କରିବା ସମ୍ଭବପର ହୋଇପାରିନଥିଲା। ପୂର୍ବରୁ ରାଉରକେଲା ଏନ୍ଆଇଟିର ଦୁଇ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe