ଶିକ୍ଷକଙ୍କ ମାଡ଼ରେ ଛାତ୍ରୀ ଗୁରୁତର

ଦେଓଗାଁ ବ୍ଳକରେ ଥିବା ଏକ ହାଇସ୍କୁଲରେ ଜଣେ ଛାତ୍ରୀଙ୍କୁ ଶିକ୍ଷକ ମାଡ଼ ମାରି ଲହୁଲୁହାନ କରିବା ପରେ ଛାତ୍ରୀଙ୍କୁ ସରକାରୀ ବଦଳରେ ବେସରକାରୀ ଡାକ୍ତରଙ୍କ ଠାରେ ଚିକିତ୍ସା କରାଇବା ଚର୍ଚ୍ଚାର ବିଷୟ ହୋଇଛି।

ec19e6ab-c49b-4244-b3eb-ab13c7da051a

ଦେଓଗାଁ: ଯେଉଁ ସ୍କୁଲକୁ ଗଲେ ବଡ଼ ବଡ଼ ଅକ୍ଷରରେ ଦଣ୍ଡମୁକ୍ତ ବୋଲି କାନ୍ଥରେ ଲେଖାଯାଇଛି। ହେଲେ ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଳକରେ ଥିବା ଏକ ହାଇସ୍କୁଲରେ ଜଣେ ଛାତ୍ରୀଙ୍କୁ ଶିକ୍ଷକ ମାଡ଼ ମାରି ଲହୁଲୁହାନ କରିବା ପରେ ଛାତ୍ରୀଙ୍କୁ ସରକାରୀ ବଦଳରେ ବେସରକାରୀ ଡାକ୍ତରଙ୍କ ଠାରେ ଚିକିତ୍ସା କରାଇବା ଚର୍ଚ୍ଚାର ବିଷୟ ହୋଇଛି। ଏନେଇ ସ୍କୁଲ ପରିଚାଳନା କମିଟି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ପାଇଁ ପ୍ରସ୍ତୁତ ହେଉଥିବା ଜଣାପଡିଛି।
 

ମିଳିଥିବା ସୂଚନା ଅନୁସାରେ ଗତ ଶନିବାର ଦିନ ବଗଡାସ୍ଥିତ ଇନ୍ଦିରା ଗାନ୍ଧୀ ଉଚ୍ଚ ବିଦ୍ୟାଳୟରେ କୌଣସି କାରଣକୁ ନେଇ ସ୍କୁଲର ଜଣେ ଶିକ୍ଷକ ଜଣେ ଛାତ୍ରୀଙ୍କୁ ନିସ୍ତୁକ ମାଡ଼ ମାରିବାରୁ ଛାତ୍ରୀଙ୍କ କାନ ପଟରୁ ରକ୍ତସ୍ରାବ ହୋଇଥିଲା। ଫଳରେ ଶିକ୍ଷକ ଜଣକ ଛାତ୍ରୀଙ୍କ ଘରକୁ ଯାଇ ଛାତ୍ରୀଙ୍କୁ ଅନ୍ୟତ୍ର ଚିକିତ୍ସା କରାଇଥିଲେ। ଏବେ ଏହି ଘଟଣାକୁ ନେଇ ବଗଡାରେ ଅସନ୍ତୋଷ ଲାଗିରହିଥିବା ବେଳେ ଦେଓଗାଁ ଶିକ୍ଷା ବିଭାଗ ପାଖରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି। ଏନେଇ ଏବିଇଓ ଅଜିତ ମିଶ୍ରଙ୍କୁ ପଚାରିବାରୁ ଅଭିଯୋଗ ଆସିଲେ ତଦନ୍ତ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe