ଶିକ୍ଷକ ବଦଳିକୁ ବିରୋଧ କରି ଛାତ୍ରଛାତ୍ରୀଙ୍କ ଧାରଣା

Advertisment

ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ନଟାପଡା ପଞ୍ଚାୟତ ପୁରୁଷୋତ୍ତମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଶିକ୍ଷକଙ୍କ ବଦଳିକୁ ବିରୋଧ କରି ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ଧାରଣାରେ ବସିବା ସହିତ ସୋର ମାଣିପୁର ରାସ୍ତାକୁ ଅବରୋଧ କରିଛନ୍ତି ।

ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ନଟାପଡା ପଞ୍ଚାୟତ ପୁରୁଷୋତ୍ତମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଶିକ୍ଷକଙ୍କ ବଦଳିକୁ ବିରୋଧ କରି ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ଧାରଣାରେ ବସିବା ସହିତ ସୋର ମାଣିପୁର ରାସ୍ତାକୁ ଅବରୋଧ କରିଛନ୍ତି ।

strike

ସୋର: ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ନଟାପଡା ପଞ୍ଚାୟତ ପୁରୁଷୋତ୍ତମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଶିକ୍ଷକଙ୍କ ବଦଳିକୁ ବିରୋଧ କରି ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ଧାରଣାରେ ବସିବା ସହିତ ସୋର ମାଣିପୁର ରାସ୍ତାକୁ ଅବରୋଧ କରିଛନ୍ତି । ଏହି ବିଦ୍ୟାଳୟର ଶିକ୍ଷକ ମନୋରଞ୍ଜନ ଦାସଙ୍କ ବଦଳି ନିକଟସ୍ଥ ଗଙ୍ଗେଇ ସ୍କୁଲକୁ ହୋଇଛି। 

ତେବେ ସେ ଜଣେ ଛାତ୍ର ବତ୍ସଳ ଏବଂ ତାଙ୍କ ଶିକ୍ଷାଦାନ ଉଚ୍ଚକୋଟିର ହୋଇଥିବାରୁ ତାଙ୍କ ବଦଳିକୁ ବିରୋଧ କରି ବିଦ୍ୟାଳୟ ପରିଚାଳନା କମିଟି, ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ରାସ୍ତା ଅବରୋଧ କରିବା ସହିତ ଗେଟରେ ତାଲା ପକାଇ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି।

ଫଳରେ ସୋର ମାଣିପୁର ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଘଟଣାସ୍ଥଳରେ କୁଡେ଼ଇ କ୍ଲଷ୍ଟରର ସିଆରସିସି ମୋବିଜୁଲ୍ଲାଦା ଖାନ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe