ଗ୍ରାଜୁଏସନ୍‌ ଗାଉନ୍‌ ପିନ୍ଧି ପ୍ରଧାନମନ୍ତ୍ରୀଙ୍କ ରାଲିସ୍ଥଳରେ ମୋଦି ପକୋଡ଼ା ବିକୁଥିବା କଲେଜପିଲା ଅଟକ

Advertisment
ଗ୍ରାଜୁଏସନ୍‌ ଗାଉନ୍‌ ପିନ୍ଧି ପ୍ରଧାନମନ୍ତ୍ରୀଙ୍କ ରାଲିସ୍ଥଳରେ ମୋଦି ପକୋଡ଼ା ବିକୁଥିବା କଲେଜପିଲା ଅଟକ

Image Source: India Today

ଚଣ୍ଡିଗଡ଼: ପ୍ରଧାନମନ୍ତ୍ରୀଙ୍କ ରାଲିସ୍ଥଳ ପାଖରେ ଡିଗ୍ରି ଗାଉନ୍‌ ପିନ୍ଧି ‘ମୋଦି ପକୋଡ଼ା’ ବିକ୍ରୟ କରୁଥିବା ୧୨ ଜଣ କଲେଜ ପିଲାଙ୍କୁ ମଙ୍ଗଳବାର ଦିନ ପୁଲିସ ଅଟକ ରଖିଛି।
ସେକ୍ଟର୍‌ ୩୪ ଷ୍ଟେସନ୍‌ ହାଉସ୍‌ ଅଫିସର୍‌ ବଳଦେବ କୁମାର କହିଛନ୍ତି: ଆମେ ୧୦/୧୨ ଜଣ ପିଲାଙ୍କୁ ହାଜତକୁ ନେଇଥିଲୁ। ସେ ଯହାହେଉ, ରାଲି ପରେ ସେମାନଙ୍କୁ ଛାଡ଼ି ଦିଆଯାଇଛି।

ଗାଉନ୍‌ ପରିଧାନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ନାମିତ ପକୋଡ଼ା ବିକ୍ରୟ କରୁଥିବା ପିଲାମାନେ ଇଞ୍ଜିନିୟର୍‌, ସ୍ନାତକ, ଆଇନ୍‌ସ୍ନାତକ ଅଟନ୍ତି। ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ପ୍ରାର୍ଥୀ କିରୋନ୍‌ ଖେର୍‌ଙ୍କ ଲାଗି କରୁଥିବା ନିର୍ବାଚନ ରାଲି ନିକଟରେ ଏହା ବିକ୍ରୟ କରୁଥିଲେ।

ଜଣେ ମହିଳା ପ୍ରତିବାଦକାରୀ କହିଛନ୍ତି: ପକୋଡ଼ା ଯୋଜନାରେ ଆମକୁ ନୂତନ କର୍ମସଂସ୍ଥାନ ଦେଇଥିବା ମୋଦିଜୀଙ୍କୁ ସ୍ୱାଗତ କରିବାକୁ ଆମେ ଏଠାକୁ ଆସିଛୁ। ମୋଦିଙ୍କ ରାଲିରେ ଆମେ ପକୋଡ଼ା ବିକ୍ରୟ କରିବାକୁ ଚାହୁଁ। ଫଳରେ ସେ ଜାଣି ପାରିବେ ପକୋଡ଼ା ବିକ୍ରୟ କରିବା ଶିକ୍ଷିତ ଯୁବାମାନଙ୍କ ପକ୍ଷେ କେଡ଼େ ମହାନ୍‌ କାମ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe