କ୍ରାନ୍ତି ଦିବସରେ ହଜାର ହଜାର ଛାତ୍ରଛାତ୍ରୀ ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବେ: ବିଜେଡି

Advertisment

କ୍ରାନ୍ତି ଦିବସରେ ହଜାର ହଜାର ଛାତ୍ରଛାତ୍ରୀ ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବେ ବୋଲି ବିଜେଡି ବିଧାୟକ ଦେବୀ ତ୍ରିପାଠୀ ଓ ବ୍ୟୋମକେଶ ରାୟ ସୂଚନା ଦେଇଛନ୍ତି।

କ୍ରାନ୍ତି ଦିବସରେ ହଜାର ହଜାର ଛାତ୍ରଛାତ୍ରୀ ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବେ ବୋଲି ବିଜେଡି ବିଧାୟକ ଦେବୀ ତ୍ରିପାଠୀ ଓ ବ୍ୟୋମକେଶ ରାୟ ସୂଚନା ଦେଇଛନ୍ତି।

debi ranjan

 ଭୁବନେଶ୍ବର: ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଅଗଷ୍ଟ ୧ ରୁ ଅଗଷ୍ଟ ୮ ଯାଏ ସବୁ କଲେଜର ଛାତ୍ରଛାତ୍ରୀମାନେ ଏସପି ଅଫିସ  ଏବଂ ନିକଟସ୍ଥ ଥାନାରେ ପ୍ରତିବାଦ କରି ସ୍ମାରକ ପତ୍ର  ଦେବେ। କ୍ରାନ୍ତି ଦିବସରେ ହଜାର ହଜାର ଛାତ୍ରଛାତ୍ରୀ ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବେ ବୋଲି ବିଜେଡି ବିଧାୟକ ଦେବୀ ତ୍ରିପାଠୀ ଓ ବ୍ୟୋମକେଶ ରାୟ ସୂଚନା ଦେଇଛନ୍ତି।
 
ଏଣେ ବିଜେଡି ମିଡିଆ ସଂଯୋଜକ ଲେନିନ୍ ମହାନ୍ତି କହିଛନ୍ତି, ଆଜି ସକାଳେ ଲୋକେ ଏଏସଆଇର ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରାଯାଇଛି ଶ୍ରୀମନ୍ଦିର ରତ୍ନ ମନ୍ଦିର, ଭୋଗ ମଣ୍ଡପ ଫଟୋ ବାହାରେ ପ୍ରକାଶ କରିବା ନିଷେଧ ଓ ଦଣ୍ଡନୀୟ। ଏଏସଆଇ କାହା ନିର୍ଦ୍ଦେଶରେ ଏହା କଲେ? ଏଏସଆଇ ଓଡ଼ିଶା ମୁଖ୍ୟ କାର୍ଯ୍ୟାନୁଷ୍ଠାନ ନେଉ। ଏଏସଆଇ ବି ସ୍ପଷ୍ଟ କରୁ ଯେ ଯେଉଁ ବିଜେପି ରତ୍ନ ଭଣ୍ଡାର ନେଇ ଏତେ ରାଜନୀତି କଲେ, ସେ ସରକାର ଏହି ଅନୁମତି ଦେଇଥିଲେ କି? ଜଣେ ଚଷମାରେ କ୍ୟାମେରା ଲଗାଇ ଭିତରକୁ ଗଲା, ତାକୁ ଯଦି ଦଣ୍ଡ ମିଳିବ. ତାହେଲେ ଏଏସଆଇ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଆଇନ ମନ୍ତ୍ରୀ ସ୍ପଷ୍ଟୀକରଣ ଦିଅନ୍ତୁ ନ ହେଲେ କ୍ଷମା ମାଗନ୍ତୁ।

ଆଜି ସକାଳେ ଲୋକେ ଏଏସଆଇର ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରାଯାଇଛି ଶ୍ରୀମନ୍ଦିର ରତ୍ନ ମନ୍ଦିର, ଭୋଗ ମଣ୍ଡପ ଫଟୋ ବାହାରେ ପ୍ରକାଶ କରିବା ନିଷେଧ ଓ ଦଣ୍ଡନୀୟ। ଏଏସଆଇ କାହା ନିର୍ଦ୍ଦେଶରେ ଏହା କଲେ? ଏଏସଆଇ ଓଡ଼ିଶା ମୁଖ୍ୟ କାର୍ଯ୍ୟାନୁଷ୍ଠାନ ନେଉ। ଏଏସଆଇ ବି ସ୍ପଷ୍ଟ କରୁ ଯେ ଯେଉଁ ବିଜେପି ରତ୍ନ ଭଣ୍ଡାର ନେଇ ଏତେ ରାଜନୀତି କଲେ, ସେ ସରକାର ଏହି ଅନୁମତି ଦେଇଥିଲେ କି? ଜଣେ ଚଷମାରେ କ୍ୟାମେରା ଲଗାଇ ଭିତରକୁ ଗଲା, ତାକୁ ଯଦି ଦଣ୍ଡ ମିଳିବ. ତାହେଲେ ଏଏସଆଇ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଆଇନ ମନ୍ତ୍ରୀ ସ୍ପଷ୍ଟୀକରଣ ଦିଅନ୍ତୁ ନ ହେଲେ କ୍ଷମା ମାଗନ୍ତୁ।

ସେ ଆହୁରି କହିଛନ୍ତି, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ। ଗତକାଲି ଉପବାଚସ୍ପତି ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି ଗୋରୁ ଚାଲାଣ, ଖଣି ଲୁଟ, ଠକାମି ବଢ଼ି ଚାଲିଛି. ଯେଉଁ ଆଇନ ହେବ କଥା ତାହା ହୋଇନି. ତାଙ୍କ ଭରସା ଗୁଜୁରାଟ ଉପରେ ନାହିଁ। ଉତ୍ତର ପ୍ରଦେଶର ବୁଲଡୋଜର ଆଇନ ଉପରେ ଭରସା ଅଛି। ସୁପ୍ରିମ କୋର୍ଟ ଉତ୍ତର ପ୍ରଦେଶ ଆଇନକୁ ଅଗଣତାନ୍ତ୍ରିକ ବୋଲି ସୁପ୍ରିମ କୋର୍ଟ ଭର୍ତ୍ସନା କରିଥିବା ଆଇନ ଲାଗୁ କରିବାକୁ କହିଲେ, ଯାହା ଆମେ ଗ୍ରହଣ କରି ପାରୁନୁ।ହେଲେ ଉପବାଚସ୍ପତିଙ୍କୁ ଧନ୍ୟବାଦ ଯେ ସେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ କଥା କହିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe