ସୁଭଦ୍ରା ପାଇଁ ବ୍ୟାଙ୍କରେ ଲମ୍ବା ଲାଇନ, ଲାଇନରେ ଠିଆ ହୋଇ ଅଚେତ ହେଲେ ମହିଳା

Advertisment

ଆଜି ସକାଳ ୭ଟାରୁ ମଙ୍ଗଳପୁର ଇଣ୍ଡିଆନ ବ୍ୟାଙ୍କରେ କେ୍ୱାସୀ ଓ ମୋବାଇଲ ନମ୍ବର ସଂଯୋଗ କରିବାକୁ ଲାଇନରେ ଆସିଥିବା ଥାଳକୁଡି ପଞ୍ଚାୟତ କସବା ଗ୍ରାମର ଗଦାଧର ମାଲିକଙ୍କ ସ୍ତ୍ରୀ ଇନ୍ଦୁମତି ମଲିକ (୪୮) ଅଚେତ ହୋଇପଡିଛନ୍ତି

ଆଜି ସକାଳ ୭ଟାରୁ ମଙ୍ଗଳପୁର ଇଣ୍ଡିଆନ ବ୍ୟାଙ୍କରେ କେ୍ୱାସୀ ଓ ମୋବାଇଲ ନମ୍ବର ସଂଯୋଗ କରିବାକୁ ଲାଇନରେ ଆସିଥିବା ଥାଳକୁଡି ପଞ୍ଚାୟତ କସବା ଗ୍ରାମର ଗଦାଧର ମାଲିକଙ୍କ ସ୍ତ୍ରୀ ଇନ୍ଦୁମତି ମଲିକ (୪୮) ଅଚେତ ହୋଇପଡିଛନ୍ତି

subhadra

ଦଶରଥପୁର: ସୁଭଦ୍ରା ଯୋଜନା ରେ ଟଙ୍କା ପାଇବା ପାଇଁ ଦଶରଥପୁର ବ୍ଲକ ମଙ୍ଗଳପୁର ଇଣ୍ଡିଆନ ବ୍ୟାଙ୍କ ଓ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ସକାଳ ୫/୬ ଟାରୁ ଲାଗୁଛି ଲମ୍ବା ଲାଇନ, ଫଳରେ ବ୍ୟାଙ୍କମାନଙ୍କରେ ନାହିଁନଥିବା ଭିଡ଼ ଦେଖିବାକୁ ମିଳୁଛି, ମାତ୍ର ଭିଡ଼ ଏତେ ଅଧିକ ହେଉଛି ଯେ ଜଣେ ମହିଳା ଅଣନିଶ୍ୱାସୀ ହୋଇ ଅଚେତ ହୋଇଯାଇଛନ୍ତି |

 ଆଜି ସକାଳ ୭ଟାରୁ ମଙ୍ଗଳପୁର ଇଣ୍ଡିଆନ ବ୍ୟାଙ୍କରେ କେ୍ୱାସୀ ଓ ମୋବାଇଲ ନମ୍ବର ସଂଯୋଗ କରିବାକୁ ଲାଇନରେ ଆସିଥିବା ଥାଳକୁଡି ପଞ୍ଚାୟତ କସବା ଗ୍ରାମର ଗଦାଧର ମାଲିକଙ୍କ ସ୍ତ୍ରୀ ଇନ୍ଦୁମତି ମଲିକ (୪୮) ଅଚେତ ହୋଇପଡିଛନ୍ତି, ସେ ଦୀର୍ଘ ସମୟ ଧରି ଲାଇନରେ ଠିଆ ହେବା ଏବଂ ବ୍ୟାଙ୍କ ଭିତରେ ଠେଲାପେଲା କାରଣରୁ ଇନ୍ଦୁମତି ଅଚେତ ହୋଇପଡ଼ିଥିଲେ, ଏଣୁ ତାଙ୍କୁ ପରିବାରଲୋକେ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଣି ଚିକିତ୍ସା କରାଯାଇଛି |

 ସୂଚନା ଥାଉକି ଇନ୍ଦୁମତି ୫ ଦିନ ହେଲା ବ୍ୟାଙ୍କରେ ତାଙ୍କ ଖାତା ସଂଶୋଧନ ପାଇଁ ଆସୁଥିବା ବେଳେ ସେ ଲାଇନ ମଧ୍ୟରେ ପହଁଚିଲାବେଳକୁ ବିଳମ୍ବ କାରଣରୁ ସଂଶୋଧନ କରିପାରିନଥିଲେ, ହେଲେ ଆଜି ସଂଶୋଧନ କରିବା ପୂର୍ବରୁ ଅଚେତ ହୋଇପଡ଼ିଥିଲେ, ଏଠାରେ ପ୍ରଶ୍ନ ଉଠେ ଗତ ୧୮ ତାରିଖରୁ ଏଭଳି ଭିଡ଼ ହେଉଥିବାବେଳେ ବ୍ୟାଙ୍କ କିମ୍ବା ପୁଲିସ ପକ୍ଷରୁ ସଚେତନତା ନକରିବା ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଉନଥିବାରୁ ଏଭଳି ଘଟଣା ଘଟୁଛି, ଏଣୁ ଏହାର ପୁନରାବୃତ୍ତି ନହେବା ପାଇଁ ପ୍ରଶାସନ ଦୃଢ ପଦକ୍ଷେପ ନେବାକୁ ଦାବି ହୋଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe